ନୀତି

ବିଶ୍ବ ପର୍ଯ୍ୟଟନ ଦିବସ ଆଜି: ଚଳିତ ବର୍ଷର ପ୍ରସଙ୍ଗ ‘ପର୍ଯ୍ୟଟନ ଓ ସବୁଜ ନିବେଶ’ – Utkal Mail


ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ। ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟନର ଗୁରୁତ୍ବକୁ ଆଲୋକପାତ କରିବା ଲାଗି ଏହା ଉତ୍ସର୍ଗୀକୃତ। ଉଲ୍ଲେଖଯୋଗ୍ୟ, ୧୯୭୦ ସେପ୍‌ଟେମ୍ବର ୨୭ ତାରିଖରେ ମିଳିତ ଜାତିସଂଘର ବିଶ୍ବ ପର୍ଯ୍ୟଟନ ସଂଗଠନ ତାହାର ନିୟମାବଳୀକୁ ଗ୍ରହଣ କରିଥିଲା, ଯାହା ବିଶ୍ବ ପର୍ଯ୍ୟଟନର ଏକ ମାଇଲ୍‌ଖୁଣ୍ଟ ରୂପେ ବିବେଚିତ। ଉକ୍ତ ଦିବସକୁ ସ୍ମରଣୀୟ କରିବା ଲାଗି ୧୯୮୦ ମସିହାରୁ ପ୍ରତିବର୍ଷ ସେପ୍‌ଟେମ୍ବର ୨୭କୁ ବିଶ୍ବ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଇଆସୁଛି। ବିଶ୍ବବ୍ୟାପୀ ପର୍ଯ୍ୟଟନର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ମୂଲ୍ୟବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। କହିବା ବାହୁଲ୍ୟ, ପର୍ଯ୍ୟଟନ ସମ୍ପ୍ରତି ଅର୍ଥନୈତିକ ଅଭିବୃଦ୍ଧିର ଅନ୍ୟତମ ଶକ୍ତିଶାଳୀ ବାହକ ସାଜିଛି।

ଏହା ଅନେକ ଦେଶର ଜିଡିପିକୁ ଗୁରୁତ୍ବପୂର୍ଣ୍ଣ ଅବଦାନ କରିବା ସହ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରୁଛି। ବିଗତ ବର୍ଷମାନଙ୍କରେ ଏହି ଦିବସ ସରକାର, ବ୍ୟବସାୟୀ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଅପରିହାର୍ଯ୍ୟ ମଞ୍ଚ ପାଲଟିଛି। ଏହା ବିଭିନ୍ନ ସାଂସ୍କୃତିକ ବୁଝାମଣାକୁ ପ୍ରୋତ୍ସାହନ କରି ବିଭିନ୍ନ ପୃଷ୍ଠଭୂମିର ଲୋକଙ୍କୁ ଏକାଠି କରି ଶାନ୍ତିର ପରିବେଶ ସୃଷ୍ଟି କରୁଛି। ପ୍ରତିବର୍ଷ ପର୍ଯ୍ୟଟନ କ୍ଷେତ୍ର ସାମନା କରୁଥିବା ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ସ୍ବତନ୍ତ୍ର ବିଷୟବସ୍ତୁ ଚୟନ କରାଯାଇଥାଏ।

ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ‘ପର୍ଯ୍ୟଟନ ଓ ସବୁଜ ନିବେଶ’। ଅର୍ଥାତ୍‌ ପର୍ଯ୍ୟଟନ କ୍ଷେତ୍ରରେ ପରିବେଶ ଅନୁକୂଳ ନିବେଶ ପାଇଁ ଆହ୍ବାନ କରାଯାଉଛି ଯାହା ପର୍ଯ୍ୟଟନର ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିପାରିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button