ଆଣ୍ଠୁ ଗଣ୍ଠିର ଅସହ୍ୟ ଯନ୍ତ୍ରଣାରୁ କିଭଳି ପାଇବେ ମୁକ୍ତି ?

ଆଜିକାଲି ବହୁତ କମ୍ ବର୍ଷ ବୟସରୁ ଲୋକ ମାନଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଉଛି । ଯେଉଁଥିରେ ପୀଡିତ ହେବା ପରେ ତାଙ୍କୁ ବହୁତ କିଛି ପ୍ରୋବ୍ଲେମର ସମ୍ମୁଖୀନ ହେବାକୁ ପଡୁଛି । ଯଦି ଆଣ୍ଠୁଗଣ୍ଠି ସମସ୍ଯା କମ୍ ବର୍ଷ ବୟସରୁ ପ୍ରାୟ ବହୁତ ଲୋକଙ୍କ ପାଖରେ ଦେଖାଯାଉଛି କହିବାର କାରଣ ଖୋଜିବା । ତେବେ ତାହାର ପପ୍ରମୁଖ କାରଣ ହେଉଛି । ଲୋକମାନଙ୍କର ଖରାପ ଜୀବନଶୈଳୀର ଅଭ୍ଯାସ ଯୋଗୁ ଏହି ସବୁ ସମସ୍ଯା ବାର୍ଦ୍ଧକ୍ୟ ଆସିବା ପୂର୍ବରୁ ହିଁ ଆସିଯାଇଥାଏ ।
ଯେମିତି ଠିକ ସମୟରେ ଠିକ ଭାବେ ଖାଇବା, ପିଇବା ଉପରେ ଧ୍ୟାନ ନଦେଲେ । ନିୟମିତ ବ୍ୟାୟମ ଓ ଏକ୍ସରସାଇଜ ନକଲେ । ଯାହାଫଳରେ ଅନେକ ଲୋକଙ୍କର ମେଦବହୁଳତା ବୃଦ୍ଧି ପାଉଛି । ମେଦବହୁଳତା ଥିବା ଲୋକଙ୍କ ଠାରେ ବିଶେଷ ଭାବେ ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖାଦେଇଥାଏ । ତେଣୁ ନିଜ ହାଡକୁ ଶକ୍ତିଶାଳୀ ରଖିବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ କିପରି ନିଜକୁ ଦୂରେଇ ରଖିପାରିବା । ସେହି ସମ୍ପର୍କରେ ଡାକ୍ତର ବସନ୍ତ ବେହେରାଙ୍କ ଠାରୁ ଜାଣିବା ।
ପ୍ରତିଦିନ ସକାଳୁ ଉଠି 15 ରୁ 30 ମିନିଟ ଚାଲିବା ଉଚିତ । ଆପଣ ଚାହିଁଲେ ସେହି ସବୁ ସମୟ ମଧ୍ୟରେ ଆପଣ କୌଣସି ପ୍ରକାର ଯୋଗ ବ୍ୟାୟମ ଆଦି କରିପାରିବେ । ତାହା ଆପଣଙ୍କ ହାଡଗଣ୍ଠିକୁ ଭଲ ରଖିବା ପାଇଁ ହେଲ୍ପ ରଖିଥାଏ । ଆଜିକାଲିର ଲୋକେ ନିଜକୁ ଫିଟ ରଖିବା ପାଇଁ ଜିମ୍ କୁ ଯାଉଛନ୍ତି । ହେଲେ ଯଦି ଦରକାର ଠାରୁ ଅଧିକ ଜିମରେ ବ୍ୟାୟାମ ଆଦି କରିବେ । ତେବେ ଗଣ୍ଠି ଯନ୍ତ୍ରଣା ଦେଖାଦେଇପାରେ ।