ଓଡିଶା

ରାଇକିଆରେ ବିଶ୍ଵ ପରିବେଷ ଦିବସ

ରାଇକିଆ :ରାଇକିଆରେ ବ୍ଲକ୍ ସ୍ତରୀୟ ବିଶ୍ବ ପରିବେଶ ଦିବସ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଞ୍ଚଳ ମଣ୍ଡଳ, ଏଇଇ ରୁଦ୍ରନାରାୟଣ ମାଝୀ,ଏପିଓ ସମିର କୁମାର ଦାସ , ବ୍ଲକ୍ ପ୍ରକଳ୍ପ ସଂଯୋଜକ କମଲ ପ୍ରସାଦ ନାୟକ, ଏମ ଆଇ ରୁଦ୍ର କୁମାର ବେହେରା ସହ ଅନ୍ୟ ସହୋଯୋଗୀ କର୍ମଚାରୀ ,କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ଚାରା ରୋପଣ କରିଥିଲେ ।

ସେହିପରି ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ,ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ ,ନାୟବ ସରପଞ୍ଚ ନିଥନିୟଲ ନାୟକ, ୱାର୍ଡ ମେମ୍ବର ମିଟୁ ବିଶ୍ବାଳଙ୍କ ସହ ଅନ୍ୟ ସମସ୍ତ ମେମ୍ବର,କର୍ମଚାରୀ ସାନ ଦିଗାଳ, ରାଜକିଶୋର ପରିଛା, ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ଯୋଗଦେଇ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଛି। ବୃକ୍ଷ ର ରକ୍ଷଣ ବେକ୍ଷଣ ଦାୟିତ୍ଵ ନେବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ କୁହାଆଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button