ଦେଶ ବିଦେଶ

ସିଲିଣ୍ଡର ଉପରେ ଲେଖା ହୋଇଥିବା ଏହି ସଂଖ୍ୟା ଅଟେ ବହୁତ ମହତ୍ତ୍ୱପୂର୍ଣ୍ଣ, କିନ୍ତୁ 98% ଲୋକ ଏହି କଥାକୁ ଜାଣି ନାହାନ୍ତି – ଏବେହିଁ ଜାଣନ୍ତୁ

ଆଧୁନିକ ସୁବିଧା ମାନବ ଜୀବନ ପାଇଁ ଯେତିକି ଲାଭଦାୟକ ଅଟେ ସେତିକି ଭୟାନକ ବି ଅଟେ । ଗ୍ୟାସ ସିଲିଣ୍ଡର ବି ଏମିତି ଏକ ଜିନିଷ ଅଟେ । ରୋଷେଇ ଗ୍ୟାସର ପ୍ରୟୋଗରେ ମହିଳାମାନଙ୍କର ଜୀବନ ତ ସହଜ ହୋଇଯାଇଛି କିନ୍ତୁ ଏଥିରୁ ଦୁର୍ଘଟଣା ହେବାର ବି ବହୁତ ସମ୍ଭାବନା ଥାଏ । ପ୍ରତିଦିନ ଗ୍ୟାସ ସିଲିଣ୍ଡର ଫାଟିବାରୁ ହେଉଥିବା ଦୁର୍ଘଟଣାର ଖବର ଶୁଣିବାକୁ ମିଳିଥାଏ । ଏମିତିରେ ଏହାର ବ୍ୟବହାର କରିବା ସମୟରେ ଆମକୁ ସାବଧାନ ହେବା ଆବଶ୍ୟକ ଯେମିତିକି କି ଟିକିଏ ବି ଲିକେଜ ହେବାର ଆଶଙ୍କା ହେଲେ ତାହାକୁ ଅଣଦେଖା କରନ୍ତୁ ନାହିଁ ।

ତା ସହିତ ଏମିତି କିଛି କଥା ଅଛି ଯାହାକୁ ଆମେ ଧ୍ୟାନ ଦେଉନା ଯେଉଁଟା ଆମ ପାଇଁ ବହୁତ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ରୋଷେଇ ଗ୍ୟାସ ସମ୍ବନ୍ଧୀୟ କିଛି ଜରୁରୀ କଥା ଜଣାଇବାକୁ ଯାଉଛୁ ଯିଏ ଆପଣଙ୍କୁ ଏହାର ଦୁର୍ଘଟଣାରୁ ବଞ୍ଚାଇପାରେ ।

ରୋଷେଇ ଗ୍ୟାସ ସମ୍ବନ୍ଧୀୟ ଜରୁରୀ ସୂଚନା

କିଛି ଥର ଏମିତି ହୁଏ କି ଆମେ ଯେଉଁ ଜିନିଷର ବ୍ୟବହାର କରୁଛୁ ତାହା ବିଷୟରେ ଆମକୁ ଜରୁରୀ ସୂଚନା ଜଣା ନଥାଏ ଓ ଆଜି ଆମେ ଆପଣଙ୍କୁ ଯେଉଁ ସୂଚନା ଦେବାକୁ ଯାଉଛୁ ତାହା ବି କିଛି ଏମିତି ଅଟେ ଅଧିକାଂଶ ଲୋକଙ୍କୁ ଏହା ବିଷୟରେ ଜଣା ନଥାଏ । ଆମେ କଥା ହେଉଛୁ ଗ୍ୟାସ ସିଲିଣ୍ଡର ଉପରେ ଲେଖା ଥିବା ଏକ ବିଶେଷ କୋର୍ଡ ନମ୍ବର ବିଷୟରେ ଯାହା ସିଲିଣ୍ଡରର ସବୁଠୁ ଉପରେ ରେଗୁଲେଟର ପାଖରେ ଯେଉଁ ତିନିଟି ପଟି ଥାଏ ତା ମଧ୍ୟରୁ ଗୋଟିଏରେ ଲେଖା ଥାଏ ଯେମିତି ଉପରେ ଦିଆଯାଇଥିବା ଫୋଟୋରେ ଲେଖା ଅଛି ।

ଏହି ନମ୍ବର ଗ୍ୟାସ ସିଲିଣ୍ଡର ର ଏକ୍ସପାୟାର ଡେଟ ଜଣାଇଥାଏ ଓ ଏହି ଏକ୍ସପାୟାର ଡେଟ ସରିବା ପରେ ସିଲିଣ୍ଡର କେବେ ବି ଫାଟି ପାରେ । ଏହି ନମ୍ବର ଆରମ୍ଭରେ  A , B , C , D ଲେଖା ହୋଇଥାଏ ଯାହାର ମାନେ ଗ୍ୟାସ କମ୍ପାନୀ ପ୍ରତିଟି ଲେଟରକୁ ତିନି ମାସରେ ବାଣ୍ଟି ଦିଅନ୍ତି, Aର ମାନେ ଜାନୁୟାରୀ ରୁ ମାର୍ଚ, B ର ମାନେ ଏପ୍ରିଲ ରୁ ଜୁନ, Cର ମାନେ ଜୁଲାଇ ରୁ ସେପ୍ଟେମ୍ବର ଓ Dର ମାନେ ଅକ୍ଟୋବର ରୁ ଡିସେମ୍ବର ହୋଇଥାଏ । ଏହା ସହିତ ଏଥିରେ ବର୍ଷ ମଧ୍ୟ ଦିଆ ଯାଇଥାଏ ।

ଯେମିତି କି A-17 ର ମାନେ ଗ୍ୟାସ ସିଲିଣ୍ଡର ର ଏକ୍ସପାୟାର ଡେଟ 2017 ର ଜାନୁଆରୀ ରୁ ମାର୍ଚ୍ଚ ପର୍ଯ୍ୟନ୍ତ ଅଟେ । ଏହା ପରେ ଏହି ସିଲିଣ୍ଡରର ବ୍ୟବହାର କରିବା ଭୟାନକ ହୋଇପାରେ ଓ ଏଥିରେ ଲିକେଜ ଠାରୁ ସିଲିଣ୍ଡର ଫାଟିବା ପର୍ଯ୍ୟନ୍ତ ଦୁର୍ଘଟଣା ହୋଇପାରେ । ଏମିତିରେ ଆପଣ ଯେବେ ବି ନୂଆ ଗ୍ୟାସ ସିଲିଣ୍ଡର ନିଅନ୍ତି ତେବେ ନମ୍ବର ଅବଶ୍ୟ ଦେଖି ନିଅନ୍ତୁ ।

ଗ୍ୟାସ କମ୍ପାନୀ ଏହି ନମ୍ବର ଦେଇ ନିଜ କର୍ତ୍ତବ୍ୟ ପାଳନ କରନ୍ତି । ଆମକୁ ବି ଏଥି ପ୍ରତି ସତର୍କ ଅବଲମ୍ବନ କରିବା ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button