ବିଚାର

ମା’ ଲକ୍ଷ୍ମୀଙ୍କ ସ୍ଵରୂପ ହୋଇଥାନ୍ତି ଏହି ମହିଳାମାନେ, ଯେଉଁ ଘରେ ରଖନ୍ତି ପାଦ ସେ ଘରର ଭାଗ୍ୟ ବଦଳି ଯାଏ

ହିନ୍ଦୁ ଧର୍ମରେ ମହିଳାଙ୍କୁ ମାଁ ଲକ୍ଷ୍ମୀଙ୍କ ରୂପ କୁହାଯାଏ, ଶାସ୍ତ୍ର ରେ ବି ମହିଳାଙ୍କ ବିଷୟରେ ବହୁତ ଗୁଡେ କଥା କୁହାଯାଇଛି ଯାହା କାରଣରୁ ମହିଳାଙ୍କୁ ମାଁ ଲକ୍ଷ୍ମୀଙ୍କ ରୂପ ବୋଲି କୁହା ଯାଏ । ସବୁ ମହିଳାମାନଙ୍କ ସ୍ଵଭାବ ଓ ତାଙ୍କ ଗୁଣ ଅଲଗା ଅଲଗା ହୋଇ ଥାଏ ଏବଂ ସେ ନିଜ ସ୍ଵଭାବ ଓ ଗୁଣ ଦ୍ଵାରା ନିଜ ଘର ପରିବାରକୁ ସୁଧାରୀ ପାରିବେ । ଏହି କାରଣରୁ କୁହା ଯାଇଛି ମହିଳା ଚାହିଁଲେ ଘର ସ୍ଵର୍ଗ କରିପାରିବ ଓ ସେ ଚାହିଁଲେ ଘର ବିଗାଡି ବି ପାରେ । କୌଣସି ଘରେ ମହିଳାର ସବୁଠାରୁ ମହତ୍ଵପୂର୍ଣ ଭୂମିକା ରହିଥାଏ ଓ ଜଣେ ମହିଳା ପୁରା ପରିବାରକୁ ସମ୍ଭାଳି ଥାଏ ।

Image Courtesy: Google

ସୁନ୍ଦର ଗୋଡ ଥିବା ମହିଳା :

ଶାସ୍ତ୍ର ଅନୁଯାଇ ଯେଉଁ ମହିଳାଙ୍କ ଗୋଡ ସୁନ୍ଦର ହୋଇଥାଏ ଓ ଯାହା ଗୋଡ ଉପରେ ଚକ୍ର, ପଦ୍ମ ଓ ଶଙ୍ଖ ଚିହ୍ନ ହୋଇଥାଏ ସେ ନିଜ ଘର ପରିବାର ପାଇଁ ଅତ୍ୟନ୍ତ ଶୁଭ ଅଟନ୍ତି । ଯଦି ଏହି ପ୍ରକାର ଚିହ୍ନ ପାଇଥିବା ଝିଅ ସହ କିଏ ବିବାହ କରେ ତାହେଲେ ତା ସ୍ଵାମୀ ଘର ସ୍ଵର୍ଗ ହୋଇ ଯାଇଥାଏ ।

Image Courtesy: Google

ଗାଲ ଉପରେ ଡିମ୍ପଲ ପାଇଥିବା ମହିଳା :

ଯଦି କୌଣସି ମହିଳାର ହସୁଥିବା ବେଳେ ଗାଲ ଉପରେ ଡିମ୍ପଲ ହେଉଥାଏ ତାହେଲେ ସେହି ମହିଳା ବହୁତ ସଚୋଟ ଓ ଭାବୁକ ବୋଲି କୁହା ଯାଏ.। ଶାସ୍ତ୍ର ଅନୁଯାଇ ଏହି ପରି ମହିଳା ନିଜ ଘର ପରିବାରକୁ ଭଲ ଭାବରେ ସମ୍ଭାଳି କରି ରଖନ୍ତି ଏବଂ ଘର ଓ ଘର ଲୋକଙ୍କ ସବୁ ପ୍ରକାର ଆବଶ୍ୟକତା ପ୍ରତି ଭଲ ଭାବେ ଧ୍ୟାନ ଦିଅନ୍ତି ।

Image Courtesy: Google

ଗାଲ ଉପରେ କଳାଯାଇ :

ଯଦି କୌଣସି ମହିଳାର ଡାହାଣ ଗାଲରେ କଳାଯାଇ ଥାଏ ତାହେଲେ ଏହା ବହୁତ ଶୁଭ ମନେ କରା ଯାଇଥାଏ । ଏହା ଏହି ସଂକେତ ବିଷୟରେ କହିଥାଏ ଯେ ମହିଳା ଚରିତ୍ରବାନ ବୈଭବଶାଳି ଅଛନ୍ତି । ଶାସ୍ତ୍ର ଅନୁଯାଇ ଏହି ମହିଳା ନିଜ ପରିବାର ରେ ସୁଖ ନେଇ କରି ଆସିଥାନ୍ତି ।

Image Courtesy: Google

ନାଲି ଜିଭ :

ଯଦି କୌଣସି ମହିଳାଙ୍କ ଜିଭ ନାଲି ଅଛି ତାହେଲେ ଏହି ପରି ମଇଳା ସୌଭାଗ୍ୟ ପ୍ରତିମା ହୋଇଥାନ୍ତି, ଯେଉଁ ଘରେ ଏହି ମହିଳା ଯାନ୍ତି ସେହି ଘରେ ଧନ ସମ୍ପତ୍ତି କେବେ କମ ହେବ ନାହିଁ । ଯଦି ଆମ ଶାସ୍ତ୍ର ଅନୁଯାଇ ଦେଖିବାକୁ ଯିବା ତାହେଲେ ଶାସ୍ତ୍ର ରେ ମହିଳାଙ୍କ ପ୍ରତେକ ଅଙ୍ଗ ବିଷୟରେ କିଛି ବିଶେଷ ଉଲ୍ଲେଖ ହୋଇଛି । କିଛି ମହିଳା ଏମିତି ଥାନ୍ତି ଯାହା ଶରୀର ଉପରେ କିଛି ବିଶେଷ ଚିହ୍ନ ଥାଏ ଯାହା ଦ୍ଵାରା ସେ ଯେଉଁ ଘରେ ଯାଆନ୍ତି ସେ ଘର ସ୍ଵର୍ଗ ହୋଇଥାଏ ଏହି ପରି କିଛି ଚିହ୍ନ ବିଷୟରେ ଆଜି ଆମେ ଆପଣଙ୍କୁ କହିଲୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button