ରାତିରେ ଶୋଇବା ପୂର୍ବରୁ ଖାଇଦିୟନ୍ତୁ କେବଳ 2ଟି ଗୁଜୁରାତି, ତା ପରେ ଦେଖନ୍ତୁ ଚମତ୍କାର

ଗୁଜୁରାତିକୁ ଲୋକମାନେ ମାଉଥଫ୍ରେଶନର ହିସାବରେ ଓ ଖାଦ୍ୟରେ ସୁଗନ୍ଧ ଆଣିବା ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସାଧାରଣ ଦେଖାଯାଉଥିବା ଗୁଜୁରାତିରେ ବହୁତ ପ୍ରକାର ର ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଆଜି ଆମେ ଏହି ଗୁଜୁରାତି ବା ଅଳେଇଚର ଉପକାରିତା ବିଷୟରେ ଆଲୋଚନା କରିବା । ଗୁଜୁରାତିକୁ ରାତିରେ ପାଣି କିମ୍ବା କ୍ଷୀର ସହିତ ସେବନ କଲେ ଏହା ଚମତ୍କାରୀ ଫାଇଦା ଦେଇଥାଏ ।
୧) କଂଷ୍ଟିପେଶନ ବା କୋଷ୍ଟକାଠିନ୍ୟ:-
ଯଦି ଆପଣଙ୍କୁ କୋଷ୍ଟକାଠିନ୍ୟ ସମସ୍ଯା ଅଛି, ଠିକ ଭାବରେ ପେଟ ସଫା ହୋଇପାରୁ ନାହିଁ କିମ୍ବା ହଜମ କ୍ରିୟାରେ ସମସ୍ଯା ଅଛି, ପେଟ ଗ୍ୟାସ ବା ଏସିଡିଟି, କିମ୍ବା ଖଟା ହାକୁଡି ହେବାର ସମସ୍ୟା ଥାଏ ତେବେ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ଉଷୁମ ପାଣିରେ ଦୁଇଟି ଗୁଜୁରାତିକୁ ଚୂନା କରି ଏହାର ପାଉଡର ମିଶାଇ ଏହି ପାଣିର ସେବନ କରନ୍ତୁ । ଏହା ଆପଣଙ୍କର ହଜମକ୍ରିୟା ସହିତ ସମସ୍ତ ସମସ୍ଯା ଦୂର କରିଦେଇଥାଏ ।
୨) ପେଟର ଚର୍ବି:-
ଯଦି ଆପଣ ବର୍ଦ୍ଧିତ ପେଟ ଏବଂ ମୋଟପଣ ଜନିତ ସମସ୍ଯାରୁ ଚିନ୍ତିତ ଅଛନ୍ତି ଏବଂ ଓଜନହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଗୁଜୁରାତି ଆପଣଙ୍କର ଏହି କାମକୁ ସହଜ କରି ଦେଇଥାଏ । କାରଣ ଗୁଜୁରାତିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ-B1,ଭିଟାମିନ-B6 ଏବଂ ଭିଟାମିନ-c ରହିଥାଏ । ଯାହା ଆପଣଙ୍କର ଓଜନହ୍ରାସ କରିବାରେ ସାହାଯ୍ୟ କରିଥାଏ । ଓଜନହ୍ରାସ କିମ୍ବା ଚର୍ବି କମ କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ୨ଟି ଗୁଜୁରାତିର ସେବନ କରି ଗୋଟେ ଗ୍ଲାସ ଉଷୁମ ପାଣିର ସେବନ କରନ୍ତୁ । ଏମିତି ୧ମାସ ଲଗାତର କରିବା ପରେ ଆପଣ ନିଜ ଓଜନରେ ଫରକ ଅନୁଭବ କରିପାରିବେ ।
୩) କେଶ ଝଡିବା:-
ଆଜିକାଲି ପରିବର୍ତିତ ଜୀବନଶୈଳୀରେ ଏବଂ ଫାଷ୍ଟଫୁଡର ସେବନ ଯୋଗୁଁ କେସ ଝଡିବା ସମସ୍ୟା ବଢିଚାଲିଛି । କେସ ଉପରେ ଯେତେ ତେଲ ଏବଂ ସାମ୍ପୂ ର ବ୍ୟବହାର କଲେ ମଧ୍ୟ ଏହା ଠିକ ହୋଇନଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟା ଅନୁଭବ କରୁଛନ୍ତି ତେବେ କେଶକୁ ପ୍ରାକୃତିକ ଉପାୟରେ ମଜବୁତ ଏବଂ କଳା କରିବା ପାଇଁ ଗୁଜୁରାତିର ସେବନ କରନ୍ତୁ । ପ୍ରତିଦିନ ରାତିରେ ଗୋଟେ ଗ୍ଲାସ କ୍ଷୀର ଏବଂ ଉଷୁମ ପାଣିରେ ୨ଟି ଗୁଜୁରାତିର ଚୁର୍ଣ ପକାଇ ଏହାକୁ ୬ମାସ ଯାଏଁ ସେବନ କରନ୍ତୁ । ଏହା କେଶକୁ ଭିତରୁ ମଜବୁତ କରିଥାଏ ଏବଂ କେଶ ଝଡିବା ବନ୍ଦ ହୋଇଯାଇଥାଏ । ଏହା ରୂପୀ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
୪) ରକ୍ତ ସଂଚାଳନ:-
ସୁସ୍ଥ ଜୀବନ ପାଇଁ ରକ୍ତ ସଂଚାଳନ ମଧ୍ୟ ଭଲ ହେବା ଜରୁରୀ ହୋଇଥାଏ । କାରଣ ରକ୍ତ ମାଧ୍ୟମରେ ବିଭିନ୍ନ ପୋଷାକ ତତ୍ଵ ଆମର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ପହଞ୍ଚିଥାଏ । ଯଦି ଶରୀରରେ ରକ୍ତ ସଂଚାଳନ ଠିକ ନଥାଏ ତେବେ ଶରୀରରେ ପୋଷାକ ତତ୍ତ୍ଵର ଅଭାବ ହୋଇଯାଇଥାଏ । ଯଦି ଆପଣ ପ୍ରତ୍ୟେକଦିନ ରାତିରେ କ୍ଷୀର କିମ୍ବା ଉଷୁମପାଣି ସହିତ ୨ଟି ଗୁଜୁରାତି ଗୁଣ୍ଡର ସେବନ କରିବେ ତେବେ ଏହା ରକ୍ତ କୁ ସଫା କରିବା ସହିତ ରକ୍ତ ସଂଚାଳନ ଭଲ କରିଥାଏ ।
୫) ଅସ୍ଥି ମଜବୁତ:-
ଗୁଜୁରାତିର ସେବନ ଦ୍ଵାରା ଏହା ଅସ୍ଥିକୁ ଶକ୍ତ କରିଥାଏ । ଯେଉଁ ଲୋକମାନେ ପ୍ରତିଦିନ ଗୁଜୁରାତିର ସେବନ କରନ୍ତି ତାଙ୍କୁ ବୃଦ୍ଧାବସ୍ଥାରେ ଅସ୍ଥି ଜନିତ ସମସ୍ଯା ର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ପ୍ରତିଦିନ ଗୁଜୁରାତିକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ଵାରା ଏହା ଆପଣଙ୍କୁ ସୁସ୍ଥ ରଖିବା ସହ ଅନେକ ସମସ୍ୟା ରୁ ଦୂରେଇ ରଖିଥାଏ ।