କଣ ଆପଣ ଜାଣିଛନ୍ତି ଔଷଧ ଉପରେ ଲାଗି ଥିବା ନାଲି ଦାଗ ଅର୍ଥ, କାହିଁକି ଲେଖା ଯାଏ Rx, NRx ଏବଂ XRx- ନିଶ୍ଚୟ ଜାଣନ୍ତୁ

ଆଜିକାଲି ଲୋକଙ୍କୁ ରୋଗ ହେଲେ ତୁରନ୍ତ ଔଷଧ ଖାଇବା ଆରମ୍ଭ କରି ଦେଉଛନ୍ତି କିନ୍ତୁ କେବେ କେହି ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଯେଉଁ ଔଷଧ ଆପଣ ଖାଉଛନ୍ତି ତାହା ଆପଣଙ୍କ ରୋଗ ଠୁ ବେସୀ ହାନିକାରକ ହୋଇପାରେ । ଔଷଧ ଆପଣଙ୍କୁ ଜଲ୍ଦି ଠିକ କରି ପାରେ କିନ୍ତୁ ଏହା ଆପଣଙ୍କୁ ଭିତରୁ ଦୁର୍ବଳ କରି ପାରେ ମଧ୍ୟ ଓ ଆପଣଙ୍କ ଶରୀର ପାଇଁ ହାନିକାରକ ଅଟେ । ବେଳେ ବେଳେ ଲୋକ କୌଣସି ବି ଔଷଧ ଖାଇଦିଅନ୍ତି ଯାହା ତାଙ୍କ ଶରୀର ପାଇଁ ଅତ୍ୟଧିକ ଗମ୍ଭୀର ପରିଣାମ ହୋଇପାରେ ।
ସେଥିପାଇଁ ଆଜି ଆମେ ଆପଣଙ୍କୁ ଔଷଧ ଉପରେ ଥିବା ସଂକେତ ବିଷୟ ରେ କହିବାକୁ ଯାଉଛୁ । ଏହି ସବୁ ନିଶ୍ଚୟ ଜାଣି ରଖନ୍ତୁ ।

ଔଷଧ ଉପରେ ଦେଇ ଥିବା ସଂକେତ :
– ଔଷଧ ଉପରେ ଥିବା ନାଲି ପଟି ର ଅର୍ଥ ହେଲା ଏହି ଔଷଧ ବିନା ଡକ୍ଟର ଚିଠା ରେ ନା ବିକନ୍ତୁ ନା କିଣନ୍ତୁ ଏବଂ ନା ଉପଯୋଗ କରନ୍ତୁ ।

– ଯେଉଁ ଔଷଧ ଉପରେ NRx ଲେଖା ହୋଇଥାଏ, ତା ମାନେ ଏହି ଔଷଧ ସେହି ଡକ୍ଟର ଲେଖି ପାରିବେ ଯାହା ପାଖରେ ନିଶା ବଟିକା ଲେଖିବା ପାଇଁ ଲାଇସେନ୍ସ ଅଛି ।

– କିଛି ଔଷଧ ଉପରେ Rx ଲେଖା ହୋଇଥାଏ, ଏହି ଔଷଧ କୁ କେବଳ ଡକ୍ଟର କହିଲେ ହିଁ କିଣନ୍ତୁ ଏବଂ ବ୍ୟବହାର କରନ୍ତୁ ।

– କିଛି ଔଷଧ ଉପରେ XRx ଲେଖା ହୋଇଥାଏ, ଏବଂ ଏହି ଔଷଧ କୁ ରୋଗୀ କୌଣସି ଔଷଧ ଦୋକାନ ରୁ କିଣିପାରିବ ନାହିଁ ଏହା କେବଳ ଡକ୍ଟର ପାଖେ ଉପଲବ୍ଧ ଥାଏ ।



