ଓଡିଶା

ପୁଣି ନକ୍ସଲଙ୍କ ବଡ଼ ଧରଣର ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ

ମାଲକାନଗିରି:ପୁଣି ମାଓବାଦୀଙ୍କ ଏକ ବଡ଼ ଧରଣର ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଉସୁର ଏବଂ ଅବାପାଲି ରାସ୍ତାରେ ନକ୍ସଲ ୨୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ପୋତିଥିଲେ। ସିଆରପିଏଫ,କୋବ୍ରା ଯବାନ ସର୍ଚ୍ଚ ଅପେରେସନ କରୁଥିବା ବେଳେ ଏହି ବୋମା ସମ୍ପର୍କରେ ଜାଣିପାରିଥିଲେ।

ବୋମାକୁ ଏକ ଡ୍ରମ ଭିତରେ ଭର୍ତ୍ତି କରାଯାଇଥିଲା। ତେବେ ଯବାନ ଅତି ସତର୍କତା ସହ ଜେସିବି ସାହାଯ୍ୟରେ ବୋମାକୁ ଉଦ୍ଧାର କରିଥିଲେ। ପରେ ବୋମା ନିଷ୍କ୍ରିୟ ଦଳ ପହଞ୍ଚି ବୋମାକୁ ଜଙ୍ଗଲରେ ଏକ ସୁରକ୍ଷିତ ସ୍ଥାନରେ ନିଷ୍କ୍ରିୟ କରିଥିଲେ। ନକ୍ସଲ ବିଜାପୁର ଜିଲ୍ଲାର ସମସ୍ତ ଦୁର୍ଗମ ଅଂଚଳରେ ପାଦ ପାଦକେ ବୋମା ଖଞ୍ଜିଛନ୍ତି ନକ୍ସଲ୍। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ବୋମା ଖଞ୍ଜା ଯାଇଛି। ଏକ ବଡ଼ ଅଘଟଣରୁ ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button