କ୍ରାଇମ

ଜାମତରା ଆଉ ଚର୍ଚ୍ଚାରେ ନାହିଁ: ରାଜସ୍ଥାନର ଭରତପୁରରେ ସର୍ବାଧିକ, ପ୍ରଥମ ୧୦ରେ ଝାଡ଼ଖଣ୍ଡର ୫ – Utkal Mail


ଭୁବନେଶ୍ବର: ବର୍ଷବର୍ଷ ଧରି ସାଇବର ଅପରାଧ ନିୟନ୍ତ୍ରଣରେ ରାଜ୍ କରି ଆସୁଥିବା ଝାଡ଼ଖଣ୍ଡର ଜାମତରା ଏବେ ଆଉ ପ୍ରମୁଖ ହଟ୍‌ସ୍ପଟ୍ ନାହିଁ। ତଳକୁ ତଳ ଖସି ଚାଲିଥିବା ବେଳେ ଦେଶରେ ନୂଆ ନୂଆ ହଟ୍‌ସ୍ପଟ୍ ତିଆରି ହେବାରେ ଲାଗିଛି। ଯେଉଁଠୁ ସାଇବର ଅପରାଧୀମାନେ ପ୍ରବଳ ମାତ୍ରାରେ ଦେଶରେ ସାଇବର ଅପରାଧ ନିୟନ୍ତ୍ରଣ କରୁଛନ୍ତି। ଫ୍ୟୁଚର କ୍ରାଇମ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଏଫ୍‌ସିଆର୍‌ଏଫ୍) ଦ୍ବାରା କରା ଯାଇଥିବା ଗବେଷଣାରୁ ଜଣାପଡ଼ିଛି, ରାଜସ୍ଥାନର ଭରତପୁର ଏବେ ସର୍ବାଧିକ କ୍ରାଇମ୍ ହଟ୍‌ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ଦେଶର ୧୮ ପ୍ରତିଶତ ସାଇବର ଅପରାଧ ଏଠାରୁ ନିୟନ୍ତ୍ରଣ ହେଉଛି। ସେହିପରି ଉତ୍ତରପ୍ରଦେଶର ମଥୁରା ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ହରିୟାଣାର ନୁହ ଜିଲ୍ଲା ତୃତୀୟରେ ରହିଛି। ଝା଼ଡଖଣ୍ଡର ଦେଓଘର ଚତୁର୍ଥ ସ୍ଥାନରେ ରହୁଥିବା ବେଳେ ଜାମତରା ପଞ୍ଚମ ସ୍ଥାନରେ ରହିଛି। ଏଫସିଆରଏଫ୍ ଦ୍ବାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ସାଇବର ଅପରାଧ ନିୟନ୍ତ୍ରଣ ହେଉଥିବା ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ଝାଡ଼ଖଣ୍ଡର ୫ ସ୍ଥାନ ରହିଛି। ସେହି ସ୍ଥାନଗୁଡ଼ିକ ହେଲା ଦେଓଘର, ଜାମତରା, ବୋକାରୋ, କାର୍ମତାଣ୍ଡ ଓ ଗିରିଡିହ।

ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ଜାମତରାର ଦୁଇ ଜଣ ଆଇଟି ଇଞ୍ଜିନିୟର ମୁମ୍ବାଇରେ କାମ କରୁଥିବା ବେଳେ ସାଇବର ଅପରାଧ ଆଡ଼କୁ ଆକୃଷ୍ଟ ହୋଇଥିଲେ। ବୈଷୟିକ ଜ୍ଞାନକୌଶଳ ହାସଲ କରିବା ପରେ ସାଇବର ଅପରାଧ ଜଗତରେ ପାଦ ଥାପିଥିଲେ। ସେଠାରୁ ଚାକିରି ଛାଡ଼ି ଜାମତରା ଫେରି ଆସିବା ପରେ ଆରମ୍ଭ କରିଥିଲା ଠକେଇ। ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର କୋଟି ଟଙ୍କା ଠକେଇ କରିଥିଲେ। ସେମାନଙ୍କ ଗ୍ୟାଙ୍ଗ ମଧ୍ୟ ବଢ଼ାଇଥିଲେ। ଜାମତରାରେ ଘରେ ଘରେ ସାଇବର ଅପରାଧୀ ବାହାରିଥିଲେ। ଏପରିକି ଅଳ୍ପ ଶିକ୍ଷିତ ମଧ୍ୟ ଏହି ଅପରାଧରେ ଜ୍ଞାନ ହାସଲ କରି ଠକେଇ କରି ଚାଲିଥିଲେ। ବିପୁଳ ଟଙ୍କା ରୋଜଗାର କରିବା ପରେ ଜାମତରା ସାଇବର ଅପରାଧୀମାନେ ଧୀରେ ଧୀରେ ସାଇବର ଅପରାଧରୁ ଦୂରେଇ ବିଭିନ୍ନ ବ୍ୟବସାୟରେ ଟଙ୍କା ବିନିଯୋଗ କରିଥିଲେ। ଏହା ପରେ ଦେଶର ଅନ୍ୟ ରାଜ୍ୟରେ ସାଇବର ଅପରାଧୀ ବାହାରିବା ସହ ଠକେଇ ନିୟନ୍ତ୍ରଣ କରୁଛନ୍ତି। ଯାହାର ଫଳ ସ୍ବରୂପ ଜାମତରା ତଳକୁ ଖସୁଥିବା ବେଳେ ଅନ୍ୟ ରାଜ୍ୟରେ ଅପରାଧୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button