ବିଚାର

ଏପ୍ରିଲ ୧୪ ପଣା ସଂକ୍ରାନ୍ତି ଦିନ ଘରକୁ ନେଇ ଆସନ୍ତୁ ଏହି ଗଛର ଚେର । ଧାରଣ କରିବା ମାତ୍ରେ ହୋଇଯିବେ କୋଟିପତି

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଏପ୍ରିଲ ୧୪ ପଣା ସଂକ୍ରାନ୍ତି ଦିନ କିଛି ଏପରି ଉପାୟ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯିବ ଏବଂ ସବୁ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ । ଯେଉଁ ଗଛକୁ ନେଇ ଆପଣ ଉପାୟ କରି ପାରିବେ ତାହା ହେଉଛି ମନ୍ଦାର ଗଛ । ଏହି ଗଛର ଅନେକ ଆୟୁର୍ବେଦିକ ଏବଂ ତାନ୍ତ୍ରିକ ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯିବ । ଏହାର ଉପାୟ ଦ୍ୱାରା ଅନେକ ତାନ୍ତ୍ରିକ ସମସ୍ୟା ମଧ୍ୟ ଦୂର ହୋଇ ପାରିବ । ଯେଉଁ ସ୍ଥାନରେ ଏହି ଗଛ ଲଗାଯାଏ ସେଠାରେ ଏହି ଗଛ ସକାରାତ୍ମକ ଶକ୍ତି ବିସ୍ତାର କରିଥାଏ । ଏହା ନକାରାତ୍ମକ ଶକ୍ତିକୁ ନଷ୍ଟ କରିବାର କାମ କରିଥାଏ ।

ଜାତକରେ ସୂର୍ଯ୍ୟ ଠିକ ନଥିଲେ ମଧ୍ୟ ଏହି ଗଛ ଘରେ ଲଗାଇ ପାରିବେ । କାରଣ ସୂର୍ଯ୍ୟଙ୍କ ସ୍ଥିତି ଭଲ ନଥିଲେ ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଜାତକରେ ମଙ୍ଗଳ ଦୋଷ ଥିଲେ ଏହି ଗଛ ଘରେ ଲଗାଇବା ଦ୍ୱାରା ମଙ୍ଗଳ ଦୋଷ ମଧ୍ୟ ଦୂର ହୋଇଥାଏ । ଶୁଖିଲା ମନ୍ଦାର ପତ୍ରକୁ ଗ୍ରାଇଣ୍ଡ କରି ତାହାକକୁ ଚା’ ବନାଇ ପିଇଲେ ପେଟ ବ୍ୟଥା ଦୂର ହୋଇଥାଏ । ପେଟରେ ଷ୍ଟନ ହୋଇଥିଲେ ଏହି ମନ୍ଦାର ପତ୍ର ରାମ ବାଣ ସଦୃଶ କାମ କରିଥାଏ । ଏଥିପାଇଁ ଦୁଇ ଗ୍ଲାସ ପାଣି ସହିତ ଏହି ପତ୍ରକୁ ନେଇ ଭଲ ଭାବରେ ଏକ ଗ୍ଲାସ ପାଣି ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ତାହାକୁ ସେବନ କରନ୍ତୁ ।

ଏକ କପ କ୍ଷୀର ସହିତ ମନ୍ଦାର ଫୁଲ ପାଉଡର ମିଶାଇ ସକାଳ ଏବଂ ସନ୍ଧ୍ୟାରେ ଯଦି ଆପଣ ନିୟମିତ ଭାବରେ ସେବନ କରିବେ ତେବେ କିଛି ଦିନ ମଧ୍ୟରେ ଆପଣଙ୍କ ଶରୀରରୁ ରକ୍ତର ଅଭାବ ଦୂର ହୋଇଯିବ । ଯେଉଁ ମାନଙ୍କୁ ଅର୍ଶ ଭଳି ସମସ୍ୟା ରହିଛି ସେମାନଙ୍କ ପାଇଁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିଛି ମନ୍ଦାର ଫୁଲର କଢ଼କୁ ନେଇ ଘିଅରେ ଭାଜନ୍ତୁ ଏବଂ ସେଥିରେ ମିଶ୍ରୀ ମିଶାନ୍ତୁ । ତାହାକୁ ଯଦି ଆପଣ କେଶର ସହିତ ସେବନ କରନ୍ତି ତେବେ ଅର୍ଶ ଭଳି ସମସ୍ୟାରୁ ମୁକ୍ତି ମିଳି ପାରିବ । ଏହାର ପତ୍ରକୁ ଶୁଖାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏବଂ ସେହି ଗୁଣ୍ଡକୁ ଯଦି ଆପଣ କ୍ଷୀରରେ ମିଶାଇ ସେବନ କରନ୍ତି , ତେବେ ଯେଉଁ ମାନଙ୍କ ଲିଭର ପାୱାର କମଜୋର ହୋଇଥାଏ ସେଥିରୁ ମୁକ୍ତି ମିଳିଥାଏ । ମନ୍ଦାର ଫୁଲ ପାଖୁଡ଼ା ପକାଇ ଚା’ ପ୍ରସ୍ତୁତ କରି ତାହାକୁ ସେବନ କଲେ କଲେଷ୍ଟେରଲ ସ୍ତର କମିଥାଏ ।

ଏହି ମନ୍ଦାର ଫୁଲ ମାତା ଲକ୍ଷ୍ମୀ , ମାତା ଦୁର୍ଗା ଏବଂ ଶ୍ରୀହନୁମାନଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ସୁଖ ସମୃଦ୍ଧି ପାଇଁ ଏହି ଫୁଲକୁ ବିଭିନ୍ନ ଉପାୟରେ ମାତା ଦୁର୍ଗାଙ୍କୁ ଅର୍ପିତ କରାଯାଏ । ମଙ୍ଗଳ ଦୋଷ ଥିଲେ ତାହା ମଧ୍ୟ ଦୂର ହୋଇପାରିବ । ମଙ୍ଗଳ ଦୋଷ କାରଣରୁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ତେଣୁ ମଙ୍ଗଳକୁ ଦୃଢ଼ କରିବା ପାଇଁ ଘରେ ମନ୍ଦାର ଫୁଲ ଗଛ ନିଶ୍ଚୟ ଲଗାନ୍ତୁ । କୌଣସି ସ୍ତ୍ରୀ ହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ।

ତେଣୁ ପ୍ରତ୍ୟକ ସପ୍ତାହରେ ସେହି ଗଛରୁ ମଙ୍ଗଳବାର ଦିନ ଗୋଟିଏ ଲେଖାଏଁ ମନ୍ଦାର ଫୁଲ ଶ୍ରୀହନୁମାନଙ୍କୁ ଅର୍ପିତ କଲେ ମଙ୍ଗଳ ଦୋଷ ଦୂର ହୋଇ ପାରିବ ଏବଂ ବୈବାହିକ ଜୀବନର ସମସ୍ୟା କିମ୍ବା ବିବାହ ଜନିତ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ପାଞ୍ଚଟି ଫୁଲ ଚଢ଼ାନ୍ତି ସେମାନଙ୍କୁ ଅଷ୍ଟ ସିଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ । ଯଦି କେହି ବ୍ୟକ୍ତି ଶନିଙ୍କ ସାଢ଼େ ସାତି ସମସ୍ୟା ଦ୍ୱାରା ପୀଡ଼ିତ ଅଛନ୍ତି ତେବେ ସେ ପାଞ୍ଚଟି ମନ୍ଦାର ଫୁଲ ନେଇ ଶ୍ରୀରାମଚନ୍ଦ୍ରଙ୍କ ନାମ ଜପ କରି ଶ୍ରୀହନୁମାନଙ୍କୁ ଅର୍ପିତ କରିଦେବା ଉଚିତ । ଯଦି ଆପଣଙ୍କର କୌଣସି ମନସ୍କାମନା ରହିଛି ତେବେ ଶୁକ୍ରବାର ଦିନ ୨୧ ରି ମନ୍ଦାର ଫୁଲର ମାଳା ତିଆରି କରି ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ମନସ୍କାମନା ପୂରଣ ହୋଇଯିବ । ମାତ୍ର ଏହି ଉପାୟ ସନ୍ଧ୍ୟା ସମୟରେ କରିବା ଅଧିକ ପ୍ରଭାବୀ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button