ଦେଶ ବିଦେଶ

ପଞ୍ଜାବରେ ହତିଆରର ସାର୍ବଜନୀନ ପ୍ରଦର୍ଶନ ଉପରେ ରୋକ

ଚଣ୍ଡିଗଡ: ପଞ୍ଜାବରେ ଗନ କଲଚର ବିରୋଧରେ ରାଜ୍ୟ ସରକାରର କଡା ଆଭିମୁଖ୍ୟ। ମୁଖ୍ୟମନ୍ତ୍ରୀ ଭବଗନ୍ତ ମାନ ହତିଆରର ସାର୍ବଜନୀନ ପ୍ରଦର୍ଶନ ଉପରେ ରୋକ ଲଗାଇବା ସହ ଏପର୍ଯ୍ୟନ୍ତ ଜାରି ସମସ୍ତ ହତିଆରଗୁଡିକର ଲାଇସେନ୍ସ ଆଗାମୀ ୩ ତାରିଖ ସୁଦ୍ଧା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନୂଆ ହତିଆର ପାଇଁ ଜିଲ୍ଲା କଲେକ୍ଟର ବ୍ୟକ୍ତିଗତଭାବେ ସନ୍ତୁଷ୍ଟ ନ ହେବା ପର୍ଯ୍ୟନ୍ତ ଲାଇସେନ୍ସ ଦିଆଯିବ ନାହିଁ।

ପଞ୍ଜାବରେ ହତିଆରର ସାର୍ବଜନୀନ ପ୍ରଦର୍ଶନ ବନ୍ଦ କରିବା ପାଇଁ ସରକାର ଜାରି କରିଛି ନିର୍ଦ୍ଦେଶ। ପଞ୍ଜାବ ଗୀତରେ ହତିଆର ପ୍ରଦର୍ଶନକୁ  ବର୍ଜନ କରିବାକୁ କୁହାଯାଇଛି।  ଏହି ନିର୍ଦ୍ଦଶ ଅବମାନନା ହେଲେ ଅବମାନନକାରୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏହା ବ୍ୟତୀତ କୌଣସି ସମୁଦାୟ ବିରୋଧରେ ଅପଶବ୍ଦ ଓ ଅଭଦ୍ର ଭାଷାର ପ୍ରୟୋଗ କଲେ ରାଜ୍ୟରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯିବ ବୋଲି କୁହାଯାଇଛି।

ଏଥିସହ ତରବରିଆ ଭାବେ ବା ଉଲ୍ଲାସ ସମୟରେ ଫାୟାରିଂ ଦ୍ବାରା ମାନବ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏପରି କାର୍ଯ୍ୟକୁ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି ଓ ଏହାର ଉଲ୍ଲଙ୍ଘନରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button