ଓଡିଶା

ବିଜେଡିର ୬ ଘଣ୍ଟିଆ ଆନ୍ଦୋଳନ ପ୍ରତ୍ୟାହୃତ, ସାମୟିକ ଭାବେ ଆନ୍ଦୋଳନ ବନ୍ଦ

ଭୁବନେଶ୍ୱର ୨୩।୦୯ : ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି । ସାମୟିକ ଭାବେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ବିଜୁ ଜନତା ଦଳ । ଭରତପୁର ଥାନା ହାଇଡ୍ରାମା ଘଟଣାରେ ମଙ୍ଗଳବାର ଦିନ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବିଜେଡି ।

ଖବର ଅନୁଯାୟୀ, କିଛି ଦିନ ତଳେ ଭରତପୁର ଥାନାରେ ପୋଲିସ ସହ ସେନା କ୍ୟାପଟେନ୍ ଏବଂ ବାନ୍ଧବୀଙ୍କ ହାଇଡ୍ରାମା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଥାନ୍ତା ବିଜେଡି ।

ଏନେଇ ରବିବାର ପ୍ରେସ୍ମିଟ ଜରିଆରେ ସୂଚନା ଦେଇଥିଲା ବିଜେଡି । ଏହି ସୂଚନା ଅନୁସାରେ ମଙ୍ଗଳବାର ଦିନ ସକାଳ ୬ରୁ ଦିନ ୧୨ ଯାଏଁ ଭୁବନେଶ୍ୱରରେ ଆନ୍ଦୋଳନ କରିଥାନ୍ତା ଦଳ । ଏହି ଆନ୍ଦୋଳନରେ ପୁରା ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରାରୁ କେବଳ ଅତ୍ୟାବଶକୀୟ ସେବାକୁ ବାଦ୍ ଦିଆଯାଇଥିଲା । ହେଲେ ଆନ୍ଦୋଳନ ଡାକରା ଦେବାର ଗୋଟିଏ ଦିନ ପରେ ପ୍ରତ୍ୟାହୃତ ହୋଇଛି । ବିଜେଡି ପକ୍ଷରୁ ମଙ୍ଗଳବାର ଦିନ ହେବାକୁ ଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button