ମନୋରଞ୍ଜନ

ପିଲାଟି ଦିନରୁ ଦୁଇଭାଇଙ୍କ ସମେତ ଏହି କାରଣରୁ ବାପାଙ୍କୁ ବି ମୁଁ ରାଖୀ ବା‌ନ୍ଧେ: ଇଶା – Utkal Mail


ନୂଆଦିଲ୍ଲୀ: ରାଖୀପୂର୍ଣ୍ଣିମାକୁ ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ କରାଯାଇଛି। ଏହି କ୍ରମରେ ଭାଇ ସନ୍ନି ଓ ବବି ଦେୱଲଙ୍କୁ ବି ଭଉଣୀ ଇଶା  ରାଖୀ ବାନ୍ଧିଛନ୍ତି।

ତେବେ ‘ଗଦ୍ଦର ୨’ ରିଲିଜ ପରଠାରୁ ଦେୱଲ ପରିବାର ଚର୍ଚ୍ଚାର ରହିଛନ୍ତି। ଏହି କ୍ରମରେ ଇଶା ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ରାଖୀପୂର୍ଣ୍ଣିବା ମୋ ପାଇଁ ଏକ ସୁନ୍ଦର ଓ ସ୍ନେହର ପର୍ବଟିଏ। ମୁଁ ପିଲାଟି ଦିନରୁ ମୋ ଦୁଇଭାଇ ସନ୍ନି ଓ ବବିଙ୍କୁ ରାଖୀ ବାନ୍ଧି ଆସୁଥିବା ବେଳେ ବାପାଙ୍କୁ ବି ରାଖୀ ବାନ୍ଧିଥାଏ। କାରଣ ପିଲାଦିନେ ରାଖୀ ବାନ୍ଧିଲେ ଟଙ୍କା ମିଳିବ ବୋଲି ମନର ଏକ ଧାରଣା ଥିଲା। ତେଣୁ ମୁଁ ଦୁଇଭାଇଙ୍କ ସହିତ ବାପାଙ୍କୁ ବି ବାନ୍ଧି ଦେଇଥାଏ। ଆଉ ଏହି ଧାରା ମୁଁ ବଡ଼ ହେଲା ପର୍ଯ୍ୟନ୍ତ ବି ଜାରି ରଖିଛି।

ରାଖୀ ବାନ୍ଧିବା ପରେ ବାପା ଓ ଭାଇଙ୍କ ଠାରୁ ମୋତେ ରାଖୀ ପାହୁଣା ବାବଦକୁ ଭଲ ଟଙ୍କା ମିଳିଥାଏ। ବାହାଘର ପରେ ଭାଇଙ୍କ ସଂଖ୍ୟା ମୋର ବୃଦ୍ଧି ପାଇଛି। ତେବେ ରାଖୀରେ ମିଳୁଥିବା ଉପହାର ଟଙ୍କାକୁ ମୁଁ କେବେ ଖର୍ଚ୍ଚ କ‌‌ରେ ନାହିଁ। ପିଲାଟି ଦିନରୁ ରାଖୀରେ ମିଳିଥିବା ସମସ୍ତ ଟଙ୍କାକୁ ମୁଁ ଆଜି ପର୍ଯ୍ୟନ୍ତ ସାଇତି ରଖିଛି। ତେବେ ଏହି ଟଙ୍କା ଏବେ କେତେ ପରିମାଣର ଅଛି ତାହା ମୁଁ କହିବି ନାହିଁ। ଏହା ମୋ ଭିତରେ ହିଁ ଗୋପନ ଥାଉ।’

ସୂଚନା ଥାଉ କି ବର୍ଷିଆନ୍ ଆକ୍ଟର ଧର୍ମେନ୍ଦ୍ରଙ୍କ ୪ଟି ସନ୍ତାନ । ଦୁଇ ପୁଅ ସନ୍ନି ଦେୱଲ ଏବଂ ବବି ଦେୱଲ । ଦୁଇ ଝିଅ ଇଶା ଦେୱଲ, ଆହାନା ଦେୱଲ । ହେମା ମାଳିନୀଙ୍କୁ ବିବାହ ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ପ୍ରକାଶ କୌର ଏବଂ ଧର୍ମେନ୍ଦ୍ରଙ୍କ ଔରସରୁ ଦୁଇ ପୁଅ ସନ୍ନି ଓ ବବି ଜନ୍ମ ନେଇଥିଲେ । ସେହିଭଳି ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ଔରସରୁ ଝିଅ ଇଶା ଜନ୍ମ ନେଇଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button