ମନୋରଞ୍ଜନ

ଏ ପର୍ଯ୍ୟନ୍ତ ଚାଲୁ ଅଛି Kareena Kapoor ଓ Priyanka Chopra ଙ୍କ ଶତୃତା, ସମସ୍ତଙ୍କ ସାମ୍ନାରେ Priyanka ଙ୍କୁ କଲେ ଥଟ୍ଟା

ବନ୍ଧୁଗଣ ନମାସ୍କର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବଲିଉଡ ଜଗତର କିଛି ଖବର ବିଷୟରେ।ଶୁଣିବା କୁ ମିଳେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ କରିନା କପୁର ଏବଂ ପ୍ରିୟଙ୍କା ଚୋପ୍ରା ଙ୍କ ଶତ୍ରୁତା ବଜାୟ ରହିଛି।ଆଜି ଆମେ ଆପଣ ମାନଙ୍କୁ ଏହି ସମ୍ପର୍କରେ କହିବାକୁ ଯାଉଛୁ . ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ,ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଙ୍କ ମଧ୍ୟରେ ପରସ୍ପର ମନ୍ଦ ବୁଝାମଣା ସର୍ବଦା ରହିଥାଏ। କିଏ ଜଣକ ଅଭିନୟ କୁ ନେଇ ଥଟ୍ଟା କରିଥାଏ ତ କିଏ କୌଣସି ଅଭିନେତ୍ରୀ ର ରଙ୍ଗ କୁ ନେଇ ଥଟ୍ଟା କରିଥାଏ। ଏହି ଖବର ପ୍ରାୟତଃ ଶୁଣିବା କୁ ମିଳିଥାଏ।

ବର୍ତ୍ତମାନ ସମୟରେ ତ ସବୁ ଅଭିନେତ୍ରୀ ଙ୍କ ପରସ୍ପର ସହ ବହୁତ ଭଲ ପଡୁଛି ଏବଂ କିଛି ଜଣ ତ ପରସ୍ପର କୁ ଘନିଷ୍ଠ ମିତ୍ର ବୋଲି ମାନି ନେଇଛନ୍ତି।କିନ୍ତୁ ବନ୍ଧୁଗଣ ପୂର୍ବ ସମୟରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନେତ୍ରୀ ମାନଙ୍କ ର ପରସ୍ପର ସହ ଭଲ ପଡେନାହିଁ।

ଦେଖୁବାକୁ ଗଲେ ତ ପ୍ରାୟ ଅଭିନେତ୍ରୀ ମାନଙ୍କ ର ପରସ୍ପର ସହ ଶତ୍ରୁତା ରହିଛି କିନ୍ତୁ ଏଥି ମଧ୍ୟରୁ କରିନା କପୁର ଏବଂ ପ୍ରିୟଙ୍କା ଚୋପ୍ରା ଙ୍କ ଶତ୍ରୁତା ସମ୍ବନ୍ଧରେ ପ୍ରାୟ ଶୁଣିବା କୁ ମିଳିଛି। ଏହି ଦୁଇ ଅଭିନେତ୍ରୀ ଙ୍କ ମଧ୍ୟରେ ଶତ୍ରୁତା ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି। କିଛି ବର୍ଷ ପୂର୍ବରୁ ଦେଖିବାକୁ ମିଳିଥିଲା ଟିଭି ସୋ ‘କଫି ଉଇଥ କରନ’ ରେ ପ୍ରିୟଙ୍କା ଏବଂ କରିନା ଉଭୟ ଙ୍କୁ ଅତିଥି ହିସାବରେ ନିମନ୍ତ୍ରଣ କରାଯାଇଥିଲା ଏବଂ ସେହି ସୋ ରେ ଉଭୟ ଏକାଠି ବହୁତ ମଜା ଜରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା।କିନ୍ତୁ ଯେବେ ୨୦୧୮ ମସିହାରେ ପ୍ରିୟଙ୍କା ଚୋପ୍ରା ହଲିଉଡ଼ ଅଭିନେତା ‘ନିକ ଜୋନସ’ ଙ୍କୁ ଵିଵାହ କରିଥିଲେ ସେବେ କରିନା ଏହାକୁ ଉପହାସ କରିଥିଲେ।

କରିନା ପ୍ରତ୍ୟକ୍ଷ ଭାବରେ ନ କରିଥିଲେ ମଧ୍ୟ ପରୋକ୍ଷ ଭାବରେ ଏହାକୁ ଉପହାସ କରିଥିଲେ। ଦେଖିବାକୁ ଗଲେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରାୟତଃ ଏହି ବିଷୟକୁ ନେଇ ଚର୍ଚ୍ଚା କରା ଯାଇଥାଏ।ଯଦି ଅଭିନେତା ବୟସ ରେ ବଡ଼ ହୋଇଥାନ୍ତି ଏବଂ ଅଭିନେତ୍ରୀ ବୟସ ରେ ସାନ ତେବେ କୌଣସି ଅସୁବିଧା ନଥାଏ ଏବଂ ଏହି ବିଷୟରେ କୌଣସି ଚର୍ଚ୍ଚା ମଧ୍ୟ କରାଯାଇ ନଥାଏ। କିନ୍ତୁ ଯଦି ଜଣେ ଅଭିନେତ୍ରୀ ଵିଵାହ କରିଥିବା ଅଭିନେତା ଙ୍କ ଠାରୁ ବୟସ ରେ ବଡ଼ ହୋଇଥାନ୍ତି ତେବେ ଏହି ବିଷୟକୁ ନେଇ ବହୁତ ଚର୍ଚ୍ଚା କରାଯାଇଥାଏ।

ଫିଲ୍ମ ‘ଭାରତ’ ରେ ଯେବେ ଅଭିନେତା ସଲମାନ ଖାଁ ଙ୍କ ସହ ଅଭିନେତ୍ରୀ କଟ୍ରିନା କୈଫ ଅଭିନୟ କରିଥିଲେ ସେବେ ମଧ୍ୟ କୌଣସି ଚର୍ଚ୍ଚା ହୋଇନଥିଲା ଏବଂ ଫିଲ୍ମ ‘ଦବଙ୍ଗ ୩’ ରେ ସଲମାନ ନିଜ ଠାରୁ ଅଧା ବୟସ ର ଅଭିନେତ୍ରୀ ଙ୍କ ସହ ଅଭିନୟ କରିଥିଲେ ଏବଂ ଅନସ୍କ୍ରିନ ରୋମାନ୍ସ ମଧ୍ୟ କରିଥିଲେ।ଏହି ସମ୍ବନ୍ଧରେ କରିନା କହିଥିଲେ ଯେ ନିଜ ଠାରୁ ଅଧିକ ବୟସ ଥିବା ଅଭିନେତା ଙ୍କ ସହ ବଡ଼ ପରଦା ରେ ରୋମାନ୍ସ କରିବାରେ କୌଣସି ଆପତ୍ତି ନଥାଏ ।

କିନ୍ତୁ ଯଦି ଅଭିନେତ୍ରୀ ଙ୍କ ବୟସ ଅଧିକ ଥିଲେ ଏହି ଖବରକୁ ବହୁତ ଚର୍ଚ୍ଚା କରା ଯାଇଥାଏ ଏବଂ କରିନା ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଯଦି କେବେ ସୁଯୋଗ ମିଳିବ ନିଜ ଠାରୁ କମ ବୟସ ର ଅଭିନେତା ଙ୍କ ସହ ବଡ଼ ପରଦାରେ କାମ କରିବାର ତେବେ ସେ ସେହି ସୁଯୋଗ ହାତଛଡା କରିବେ ନାହିଁ। ଏହା ସହିତ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ଙ୍କ ଵିଵାହ ଖବର କୁ ନେଇ କରିନା ପ୍ରିୟଙ୍କା ଚୋପ୍ରା ଙ୍କୁ ପରୋକ୍ଷ ଭାବରେ ଉପହାସ କରିଥିଲେ। ଏହା ଛଡା କରୀନା ପ୍ରିୟଙ୍କା ଙ୍କ କିଛି ଡ୍ରେସିଂ ଷ୍ଟାଇଲ କୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ସେ ପ୍ରତ୍ଯେକ୍ଷ ଭାବରେ ନ ହେଲେ ବି ପରୋକ୍ଷ ଭାବରେ ପ୍ରିୟଙ୍କା ଙ୍କ ଡ୍ରେସିଂ ଷ୍ଟାଇଲ କୁ ଉପହାସ କରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button