ଜୀବନଶୈଳୀ

ଶରୀରର ଏହି ୫ ଟି ଅଙ୍ଗରେ ଥିବା କଳାଯାଇ ବ୍ୟକ୍ତିକୁ କରିଦିଏ ଧନବାନ- Jyorish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଶରୀରର ଭିନ୍ନ ଅଙ୍ଗରେ ଥିବା କଳାଯାଇ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର କେତେକ ମୁଖ୍ୟ ଅଙ୍ଗରେ କଳାଯାଇ ରହିବା ବହୁତ ଭଲ ଏବଂ ଶୁଭ ବୋଲି ମାନି ନିଆ ଯାଇଥାଏ । କେତେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ନିଜର କୌଣସି ଅଙ୍ଗ ରେ କଳାଯାଇ ରହିଲେ ବହୁତ ପସନ୍ଦ ହୋଇଥାଏ ଏବଂ କେତେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ଏଥିରେ କୌଣସି ଫରକ ପଡିନଥାଏ ।

ଜ୍ୟୋତିଷ ଶାସ୍ତ୍ର ରେ ବିଭିନ୍ନ ଅଙ୍ଗ ରେ ଥିବା କଳାଯାଇ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି କିନ୍ତୁ ଆଜି ଆମେ ଆପଣଂକୁ ଶରୀରର ଏଭଳି ୪ଟି ମୁଖ୍ୟ ଅଙ୍ଗ ସମ୍ବନ୍ଧରେ କହିବୁ ଯେଉଁ ସ୍ଥାନରେ କଳାଯାଇ ରହିବା ଦ୍ବାରା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ଏହାଦ୍ବାରା ବ୍ୟକ୍ତି ଧନବାନ ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା

୧. ବନ୍ଧୁଗଣ ପ୍ରଥମ ଅଙ୍ଗଟି ହେଉଛି, ‘ମଥା’ । ବନ୍ଧୁଗଣ ବ୍ୟକ୍ତି ର ମଥା ରେ କଳାଯାଇ ରହିବା ଦ୍ଵାରା ଅତ୍ୟନ୍ତ ଶୁଭ ବୋଲି ମାନି ନିଆ ଯାଇଥାଏ । ଯେଉଁ ବ୍ୟକ୍ତି ଙ୍କ ମଥା ରେ କଳାଯାଇ ରହିଥାଏ ସେମାନେ ଅତ୍ୟନ୍ତ ଗୁଣବାନ ଅଟନ୍ତି ଏବଂ ସେହି ବ୍ୟକ୍ତି ର ଆର୍ଥିକ ସମସ୍ୟା ଦେଖାଯାଇ ନଥାଏ । ଯେଉଁ ପୁରୁଷ ମାନଙ୍କ ମଥା ରେ କଳାଯାଇ ରହିଥାଏ ସେମାନେ ବହୁତ ଧନବାନ ହୋଇଥାନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତି କେବେବି ଦୁର୍ବଳ ହୋଇନଥାଏ ।

ଯେଉଁ ମହିଳା ମାନଙ୍କ ମଥା ରେ କଳାଯାଇ ରହିଥାଏ ସେହି ମହିଳା ମାନେ ଅନ୍ୟ ମହିଳା ମାନଙ୍କ ତୁଳନାରେ ଅଧିକ ସୁନ୍ଦର ଅଟନ୍ତି ଏବଂ ସେମାନେ ସଜବାଜ ହେବା ନିମନ୍ତେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ମଥା ର ଡାହାଣ ଭାଗରେ କଳାଯାଇ ରହିଥାଏ ସେମାନେ ଜୀବନ ସାଥି ଙ୍କ ମାମଲା ରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ମହିଳା ସର୍ବଦା ଧନ ସଞ୍ଚୟ କରିଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅଙ୍ଗଟି ହେଉଛି, ‘କାନ’ । ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ କାନରେ କଳା ଯାଇ ରହିଥାଏ ସେହି ବ୍ୟକ୍ତି ମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି ଏବଂ ବହୁତ ସଫା ମନର ହୋଇଥାନ୍ତି । ଏମାନେ ନିଜ ମନରେ କେବେବି ଅନ୍ୟ ପାଇଁ ଛଳ କପଟ ରଖନ୍ତି ନାହିଁ । ଯେଉଁ ପୁରୁଷ ମାନଙ୍କ କାନରେ କଳାଯାଇ ରହିଥାଏ ସେହି ପୁରୁଷ ମାନେ ଚାକିରୀ ହେଉ ଅଥବା ବ୍ୟବସାୟ ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିଥାନ୍ତି ଏବଂ ପଦୋନ୍ନତି ହାସଲ କରିଥାନ୍ତି ।

ଯଦି ମହିଳା ମାନଙ୍କ ସମ୍ବନ୍ଧରେ କହିବା ତେବେ ଯେଉଁ ମହିଳା ମାନଙ୍କ କାନରେ କଳାଯାଇ ରହିଥାଏ ସେହି ମହିଳା ମାନେ ଗୃହ କାର୍ଯ୍ୟ ଅପେକ୍ଷା ନିଜ କ୍ୟାରିଅର ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରନ୍ତି । ଏହି ବ୍ୟକ୍ତି ଙ୍କ ସ୍ୱଭାବ କୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି ।

୩. ବନ୍ଧୁଗଣ ତୃତୀୟ ଅଙ୍ଗ ଟି ହେଉଛି, ‘ହାତ ପାପୁଲି’ । ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କ ହାତ ପାପୁଲି ରେ କଳାଯାଇ ରହିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ପୁରୁଷ ମାନଙ୍କ ଡାହାଣ ହାତର ପାପୁଲି ଏବଂ ମହିଳା ମାନଙ୍କ ବାମ ହାତର ପାପୁଲି ରେ କଳାଯାଇ ରହିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ହାତ ପାପୁଲିରେ କଳାଯାଇ ରହିଥାଏ ସେମାନେ ସମସ୍ତ ଛୋଟ ବଡ଼ କାର୍ଯ୍ୟ ରେ ସଫଳତା ହାସଲ କରିଥାନ୍ତି ଏବଂ ଏହି ବ୍ୟକ୍ତି ମାନେ ବହୁତ ଧନବାନ ହୋଇଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅଙ୍ଗ ଟି ହେଉଛି, ‘ପିଠି’ । ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କ ପିଠି ରେ କଳାଯାଇ ରହିଥାଏ ସେହି ବ୍ୟକ୍ତି ମାନେ ବହୁତ ରୋମାଣ୍ଟିକ ସ୍ଵଭାଵ ର ହୋଇଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କ ପିଠି ରେ କଳାଯାଇ ରହିଥାଏ ସେମାନେ ନିଜ ପରିଶ୍ରମ ଦ୍ଵାରା ସଫଳତା ହାସଲ କରିଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କର ପିଠିରେ କଳାଯାଇ ରହିଥାଏ ସେମାନେ ସର୍ବଦା ନିଜ ପରିବାର କୁ ଖୁସି ରେ ରଖନ୍ତି ଏବଂ ତାଙ୍କ ସହିତ ହସଖୁସିରେ ରୁହନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button