ଦେଶ ବିଦେଶ

ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ିଲା ନିର୍ମାଣାଧୀନ ଅଟ୍ଟାଳିକା: ୩ ମୃତ, ଏବେ ବି ଫସିଛନ୍ତି ୧୨

ବେଙ୍ଗାଲୁରୁ: ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ିଲା ନିର୍ମାଣାଧୀନ ବିଲ୍ଡିଂ। ଘଟଣାରେ ୩ ଜଣଙ୍କର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୧୨ ଜଣ ଫସି ରହିଥିବା ସୂଚନା ମିଳିଛି।

ମଙ୍ଗଳବାର ବେଙ୍ଗାଲୁରୁର ହେନୁର ଏରିଆରେ ବାବାସାପାଲ୍ୟ ଠାରେ ଏଭଳି ଦୁଃଖଦ ଘଟଣା ଘଟିଛି। ଅଟ୍ଟାଳିକା ଭୂଶୁଡ଼ି ପଡ଼ିବା ପରେ ଘଟଣା ସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ମିଳିଥିବା ଅପ୍ଡେଟ୍ ଅନୁସାରେ, ବର୍ତ୍ତମାନ ଘଟଣା ସ୍ଥଳରୁ ୩ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି।

ବିଲ୍ଡିଂର ଟାଇଲ କଣ୍ଟ୍ରାକ୍ଟ ନେଇଥିବା ଅହମଦଙ୍କ ସୂଚନା ଅନୁସାରେ, ବିଲ୍ଡିଂରେ ୨୦ ଶ୍ରମିକ କାମ କରୁଥିଲେ। ଏଥିରେ ଟାଇଲ ଶ୍ରମିକଙ୍କ ସମେତ କଂକ୍ରିଟ୍ ଶ୍ରମିକ ଓ ପାଣିପାଇପ ଶ୍ରମିକ କାମ କରୁଥିଲେ। ବିଲ୍ଡିଂର ମୂଳଭିତ୍ତି(ବେସମେଣ୍ଟ) ଦୁର୍ବଳ ଥିବାରୁ କୋଠା ଭୁଶୁଡ଼ି ପଡ଼ିଲା ବୋଲି ଅହମଦ ଅଭିଯୋଗ କରିଛନ୍ତି। ୭ ମହଲା କୋଠା ଭୁଶୁଡ଼ି ପଡ଼ିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସମ୍ପୂର୍ଣ୍ଣ କୋଠା ଭୁଶୁଡ଼ି ପଡ଼ିବାରୁ ତା ଭିତରେ କାମ କରୁଥିବା ଲୋକେ ଭିତରେ ପୋତି ହୋଇଯାଇଛନ୍ତି। ଉଦ୍ଧାର କାର୍ଯ୍ୟା ଜାରି ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button