ନୀତି

Chanakya Neeti- ଜାଣି ନିଅନ୍ତୁ ଚାଣକ୍ୟଙ୍କ ଏହି 3 ବିଶେଷ କଥା, କୋଟିପତି ବନିବାରୁ କେହିବି ଅଟକେଇ ପାରିବେ ନାହିଁ

ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ନିର୍ମିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନରେ ସଫଳ ଏବଂ ସୁଖିମୟ ହେବ ପାଇଁ ଉପାୟ ଦିଆ ଯାଇଛି । ଏହି ଗ୍ରନ୍ଥ ର ମୁଖ୍ୟ କାମ ମଣିଷକୁ ନିଜର ଜୀବନର ପ୍ରତ୍ୟେକ କର୍ମ ପାଇଁ ଶିକ୍ଷା ଦିଆଯାଇଛି । ଚାଣକ୍ୟ ଜଣେ ମହାନ୍ ଜ୍ଞାନୀ ବ୍ୟକ୍ତି ଥିଲେ, ଯିଏ ନିଜ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜ ଗାଦି ରେ ବସାଇଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କ କିଛି ଏମିତି ନୀତି ଯାହା ଆପଣଙ୍କ ଜୀବନରେ ନିଶ୍ଚିତ କାମରେ ଆସିବ ।

ଚାଣକ୍ୟ ଚନ୍ଦ୍ରଗୁପ୍ତ ଙ୍କ ଗୁରୁ ଥିଲେ , ଏବେ ମଧ୍ୟ ଚାଣକ୍ୟ ବହୁତ୍ ଜଣଙ୍କର ଗୁରୁ ଅଟନ୍ତି ବହୁତ୍ ଲୋକ ତାଙ୍କର ପ୍ରସିଦ୍ଧ ଚାଣକ୍ୟ ନୀତି ଦ୍ଵାରା ନିଜକୁ ପ୍ରେରିତ କରିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ରେ କହିଛନ୍ତି କି କେଉଁ ଉପାୟରେ ଆପଣ ନିଜର ଖରାପ୍ ସ୍ଥିତି ରୁ ବାହାରି ପାରିବେ । ତେବେ ଚାଲନ୍ତୁ ଜାଣିବା ।

୧:- ସବୁଠୁ ପ୍ରଥମେ ସିଧା ଥିବା ବୃକ୍ଷ କୁ କଟା ଯାଇଥାଏ, ସେଥିପାଇଁ ସିଧା ବୃକ୍ଷ ହୁଅନ୍ତୁ ନାହିଁ ।

ଆମକୁ ଆମ ସ୍ଵଭାବ ପାଇଁ ବହୁତ୍ ଥର ଜୀବନରେ ଦୁଃଖ ଏବଂ ସୁଖ ଦେଖିବାକୁ ମିଳିଥାଏ । ଯେଉଁ ମାନେ ଅତି ସାଧାରଣ ହୋଇଥାନ୍ତି ସେମାନଙ୍କୁ ବେଶି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ, କାରଣ ଚାଲାକ୍ ଏବଂ ଚତୁର ଲୋକ ତାଙ୍କର ଫାଇଦା ଉଠାଇଥାନ୍ତି । ଚାଣକ୍ୟ କହିଛନ୍ତି ଦରକାର୍ ଠାରୁ ଅଧିକ ସରଳ ହେବା ମୂର୍ଖାମି ଅଟେ ।

ନିଜକୁ ଭୁଲ୍ ଏବଂ ଠିକ୍ ର ଅନୁମାନ ହେବା ଉଚିତ୍ । ନିଜ ଭିତରେ ଏତିକି ବୁଦ୍ଧି ଥିବା ଦରକାର୍ କି ନିଜେ ଜାଣିପାରିବେ କି କିଏ ଆପଣଙ୍କ ଭଲ ଚାହୁଁଚି ଏବଂ କିଏ ମନ୍ଦ । ସେଥି ପାଇଁ ଚାଣକ୍ୟ କହିଛନ୍ତି କି ସିଧା ବୃକ୍ଷ କାଟିବା ସହଜ କାରଣ ବଙ୍କା ବୃକ୍ଷ କାଟିବା ବହୁତ୍ କଷ୍ଟ ହୋଇଥାଏ ।

୨:-ଫୁଲ ର ସୁଗନ୍ଧ ପବନ ର ଗତି ସହିତ ଯାଇଥାଏ କିନ୍ତୁ ଗୋଟେ ଭଲ ମଣିଷ ର ଭଲ କର୍ମ ସବୁ ଆଡେ ଯାଇଥାଏ । ବହୁତ୍ ଥର ଆମେ ପଢିଥିବା ଏବଂ ଶୁଣି ମଧ୍ୟ ଥିବା କି ମଣିଷ କୁ ଗୋଟେ ଫୁଲ ପରି ହେବା ଦରକାର୍ । ସବୁ ଆଡେ ନିଜର ସୁଗନ୍ଧ ବଢେଇବା ଦ୍ଵାରା ।

କିନ୍ତୁ ଆମେ ଏହା ଭୁଲି ଯାଇଥାଉ କି ଫୁଲ ର ସୁଗନ୍ଧ ପବନ ର ଗତି ଯେଉଁ ଆଡ଼େ ଯାଇଥାଏ ସେହି ଆଡ଼େ ଯାଏ କିନ୍ତୁ ଏହାର ମାନେ ଏହା ନୁହଁ କି ମଣିଷ ନିଜର ନିଃସ୍ଵାର୍ଥ ପଣ କୁ ଛାଡ଼ିଦେବ, ବରଂ ଆମେ ନିଜର ଭଲ କର୍ମ ଦ୍ଵାରା ଏମିତି ମହକିବା କି ସବୁ ଆଡେ ପହଞ୍ଚିବା । ବ୍ୟକ୍ତି କୁ ନିଜର ମନ କୁ ମଧ୍ୟ ଭଲ ରଖିବା ଦରକାର୍ । ଅନ୍ୟ ମାନଙ୍କୁ ସାହାଯ୍ୟ କରି ନିଜର ଜୀବନରେ କିଛି ଭଲ କର୍ମ ଲାଭ କରିପାରିବେ । ଏହା ଦ୍ଵାରା ଆପଣ ନିଜେ ମଧ୍ୟ ବହୁତ୍ ଶାନ୍ତି ପାଇବେ ।

୩:- ଅନ୍ୟର ଭୁଲ୍ ରୁ ମଧ୍ୟ ସିଖିନେବା ଦରକାର୍ । କାରଣ ନିଜ ଉପରେ ସେହି ଭୁଲ୍ କୁ ପ୍ରୟୋଗ କଲେ ଆପଣଙ୍କ ବୟସ କମିଯିବ ।

ଏହା ନିଶ୍ଚିତ ଭାବରେ ଠିକ୍ କି ଆମକୁ ଆମର ଭୁଲ୍ ଦ୍ଵାରା ଶିଖିନେବା କଥା କିନ୍ତୁ ଆମକୁ କେବଳ ଆମ ଭୁଲ୍ ରୁ ନୁହଁ ବରଂ ଅନ୍ୟ ମାନଙ୍କ ଭୁଲ୍ ରୁ ମଧ୍ୟ ଶିଖିନେବା ଉଚିତ୍ । ଏହା ଦ୍ଵାରା ଆମେ ନିଜର ସାହାଯ୍ୟ କରିପାରିବା । ନିଜ ଚାରିପାଖରେ ନଜର ରଖନ୍ତୁ ଏବଂ ଶିଖନ୍ତୁ । ସେହି ଲୋକ ବହୁତ୍ ବୁଦ୍ଧିମାନ ହୋଇଥାନ୍ତି ଯେଉଁମାନେ ଅନ୍ୟକୁ ଦେଖିକି ବହୁତ୍ କିଛି ଶିଖିନିଅନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button