ଓଡିଶା

ବାଇକ ଚୋରି ମାମଲାରେ ୨ ଯୁବକ ଗିରଫ, ୭ ବାଇକ ଜବତ

ଜୟପୁର : ବାଇକ ଚୋରି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଜୟପୁର ଖ୍ରୀଷ୍ଟିଆନପେଟାର ରୋହିତ ମେହେର ଓ ହାନାଗୁଡ଼ାର ଇଶାକ ହରିଜନ । ପୁଲିସର କହିବାନୁସାରେ, ଜୟପୁର ଇରିଗେସନ କଲୋନିର ସିପୁନ ଟାକରିଙ୍କ ବାଇକ ଗତ ୨୫ ତାରିଖରେ ଚୋରି ହୋଇଥିଲା । ଏନେଇ ସେ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କୁ ପଚରାଉଚୁରା କରିବାରୁ ୭ଟି ଚୋରି ବାଇକ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନାଅଧିକାରୀ ସମ୍ବିତ ବେହେରା ସୂଚନା ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button