ଦେଶ ବିଦେଶ

ନୋଇଡା ମଲ୍‌ ପାର୍କିଂରେ ଗୁଳିକାଣ୍ଡ ଘଟାଇ ୩ ଅଭିଯୁକ୍ତ ଗିରଫ

ନୋଏଡ଼ା: ରବିବାର ରାତିରେ ଉତ୍ତରପ୍ରଦେଶର ନୋଏଡାସ୍ଥିତ ଗାର୍ଡେନ୍ସ ଗ୍ୟାଲେରିଆ ମଲ୍ ପାର୍କିଂ ପରିସରରେ ତିନିଜଣ ବ୍ୟକ୍ତି ଗୁଳିକାଣ୍ଡ ଘଟାଇଥିବା ଘଟଣା ଏବେ ଚର୍ଚ୍ଚାର ପରିସର ଭିତରକୁ ଆସିଛି। ଏହି ଗୁଳିକାଣ୍ଡ ଘଟିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

ମଲ୍ର ଏକ ବାର ଭିତରେ ପରସ୍ପରଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଅଭିଯୁକ୍ତମାନେ ଗୁଳି ଚାଳନା କରିଥିବା ସୂଚନା ରହିଛି।

ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।

ଅଭିଯୁକ୍ତମାନେ ହେଉଛନ୍ତି ୟୁପିର ଖୁରଜାର ବାସିନ୍ଦା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାରଟି ଖୋଲା ରହୁଥିବା କାରଣରୁ ଗତ କିଛି ମାସ ମଧ୍ୟରେ ବାର୍ରେ ଅନେକ ଥର ଗୁଳିକାଣ୍ଡ ହୋଇଛି।

ତେବେ ଏହି ଗୁଳିକାଣ୍ଡରେ କେହି ଆହତ ହୋଇନାହାଁନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button