ଜୀବନଶୈଳୀ

ମଧୁମେହ ରୋଗରେ ପୀଡିତ ଥିଲେ, ଏହି ଚମତ୍କାରୀ ଗଛ ଓ ଫୁଲ ଦ୍ୱାରା ହୋଇଯିବେ ସମ୍ପୂର୍ଣ ସୁରକ୍ଷିତ

ଆଜିକାଲି ମଧୁମେହ ଏକ ଗୁରୁତର ସମସ୍ୟା ପାଲଟିଛି । ଯାହା ସାଧାରଣତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ଆଜି ଆମେ ଆପଣଙ୍କୁ ଲାଜକୁଳୀ ଲତା ବିଷୟରେ କହିବାକୁ ଯାଉଛୁ । ଯାହାର କିଛି ଅନନ୍ୟ ଆଶ୍ଚର୍ଯ୍ୟଜନକ ଗୁଣ ଅଛି ।

ଆୟୁର୍ବେଦିକ ଡାକ୍ତର ଅମିତ କୁମାର କହିଛନ୍ତି ଯେ ମଧୁମେହ ପାଇଁ ଲାଜକୁଳୀ ଲତା ଏକ ଉପଯୁକ୍ତ ଅସ୍ତ୍ର । ସାଧାରଣତଃ ଆମେ ଏହି ଗଛକୁ ବାଡ଼ି ବଗିଚାରେ ଦେଖୁ, ଇଏ ଏମିତି ଏକ ଗଛ ଯାହାକୁ ଛୁଇଁବା ମାତ୍ରେ ସେ ଆପେ ଆପେ ଭିତରପଟୁ ବନ୍ଦ ହୋଇଯାଏ । କିଛି ସମୟ ପରେ ସେ ନିଜେ ନିଜେ ଖୋଲିଯାଏ ।

ଲାଜକୁଳୀ ଲତାଗୁଡିକ ନିଜକୁ ପ୍ରାକୃତିକ କୋଳାହଳରୁ ରକ୍ଷା କରିବା ପାଇଁ ଏପରି କରନ୍ତି । ଏହି କାରଣରୁ ଏହାର ନାମ ଲାଜୁଆ କିମ୍ବା ଲାଜକୁଲି ଲତା ରଖାଗଲା । ଏହା ପତଳା ଶାଖା ବିଶିଷ୍ଟ ଲତା ଯାହାକି କଣ୍ଟାଧାର ବିଶିଷ୍ଟ ଅଟେ, ଏହା ସାଧାରଣତଃ 5 ଇଞ୍ଚ ରୁ 5 ଫୁଟ ପର୍ଯ୍ୟନ୍ତ ବଢିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button