ବିଚାର

ରୋଷେଇ ଘରେ ଏହି ଭୁଲ କରୁଛନ୍ତି କି ସାବଧାନ ? ନଚେତ…

ଆଜି ଆମେ ଆଲୋଚନା କରିବା ରୋଷେଇ ଘରେ କେଉଁ ଭୁଲ କରୁଛନ୍ତି ଯାହା ଦ୍ଵାରା କ୍ଷତି ହୋଇପାରେ । ଯଦି ଭୁଲ କରୁଥିବେ ତାହେଲେ ତାକୁ ସଂଶୋଧନ କରନ୍ତୁ ସବୁବେଳେ ଖୁସିରେ ରହିବା ସହିତ ଧନ ଧାନ୍ୟରେ ପୂର୍ଣ ହେବ ଘର । ଯେତେବେଳେ ବି ରୋଷେଇ ଘରେ ରୋଷେଇ କରିବେ ସବୁବେଳେ ପୂର୍ବ ଦିଗକୁ ମୁହଁ କରି ରୋଷେଇ କରିବେ । ଯଦି ଆଉ କୌଣସି ଦିଗକୁ ମୁହଁଙ୍କରୀ ରୋଷେଇ କରିବେ ଏହାକୁ ଖାଇବା ଦ୍ଵାରା ପରିବାର ଲୋକଙ୍କ ଦେହ ଖରାପ ହେବ ସହିତ ଘରେ ଧନର ଅଭାବ ହୋଇଥାଏ ।

ସବୁବେଳେ ମନେ ରଖିଥିବେ ଯେବେ ରୋଷେଇ କରିବେ ପୂର୍ବ ଦିଗକୁ ଚାହିଁ ରୋଷେଇ କରିବେ ତା ସହିତ ଚପଲ ପିନ୍ଧି ରୋଷେଇ କରିବେ ନାହିଁ । ଯଦି ଚପଲ ପିନ୍ଧି ରୋଷେଇ କରିବେ ମାତା ଅର୍ନପୂର୍ଣାଙ୍କୁ ଅପମାନ ସଦୃଶ ଓ ଆପଣଙ୍କ ଘରେ ଧାନ ଅଭାବ ସହିତ ଖାଇବା ପିନ୍ଧିବାର ଅଭାବ ରହିଥାଏ ।

Image Courtesy: Google

ନିଜ ରୋଷେଇଘରେ ଆଉ କାହାରୀକୁ ରୋଷେଇକରିବାକୁ ଦେବେନେ ମନେ ନିଜ ପରିବାରର ଲୋକଙ୍କୁ ଛାଡି ଅନ୍ୟ ବାହାରଲୋକଙ୍କୁ ପୁରାଇବେ ନାହିଁ । ଯଦି ଆପଣଙ୍କର କିଛି ଅସୁବିଧା ଅଛି ରୋଷେଇ ଆପଣ କରି ପାରୁନାହାନ୍ତି ତାହେଲେ ଯଦି କେହି ରୋଷେଇଆ ରଖୁଛନ୍ତି ସେ ରୋଷେଇ କଲାବେଳେ ତା ପାଖରେ ରହିବେ କାରଣ ସେ କେବଳ କାମ କରେ ପଇସା ନେବା ପାଇଁ, ସେ ରୋଷେଇକେବେ ଶ୍ରଦ୍ଧାର ସହିତ କରୁନଥିବା ସେଥିଲାଗି ଆପଣ ସେଇ ରୋଷେଇରେ ହାତ ଲଗେଇବେ ।

Image Courtesy: Google

କାରଣ ଯଦି ଆପଣ ରୋଷେଇରେ ହାତଲଗେଇବେ ନାହିଁ ସେ ଖାଦ୍ୟକୁ ପରିବାର ଲୋକ ଖାଇଲେ ଦେହ ଖରାପ ମଧ୍ୟ ହୋଇପାରେ । ନିଜେ ଯେମିତି ନିଜ ସ୍ଵାମୀ ଓ ପୁଅ ପାଇଁ ରୋଷେଇ କରିବେ ସେଥିରେ ଯେଉଁ ପଜିଟିଭ ଭାବ ଥିବ ଓ ଶ୍ରଦ୍ଧାଥିବ ଅନ୍ୟକେହି ରୋଷେଇ କଲେ ସେଥିରେ ସେମିତି ଭାବନା ରହିବନି । ରୋଷେଇଘରେ ମାତା ଅର୍ନପୂର୍ଣାଙ୍କର ଗୋଟେ ଫୋଟୋ ଲଗାନ୍ତୁ । ରୋଷେଇ ଘରେ ଝରକା ଥିବା ସହିତ ଠିକସେ ବାୟୁ ଚଳାଚଳା ହେଉଥିବା ଦରକାର ।

Image Courtesy: Google

ରୋଷେଇ ଘରେ ଆଦରକାରୀ ଜିନିଷ ରଖନ୍ତୁ ନାହିଁ ଓ ଅଳିଆ ଆବର୍ଜନା କରି ପକାନ୍ତୁ ନାହିଁ । ସବୁବେଳେ ଚେଷ୍ଟା କରିବେ ରୋଷେଇ ଘରକୁ ସଫସୁତୁରା ରଖିବା ପାଇଁ । ଭୁଲରେ କେବେବି ରୋଷେଇ ଘରେ ଅଇଁଠା ବାସନ ରଖିବେ ନାହିଁ । ରୋଷେଇ କରିସାରିବା ପରେ ଗ୍ୟାସକୁ ପରିଷ୍କାର ରଖିବେ ଓ ଭଲସେ ପୋଛାପୋଛି କରିବେ, ନହେଲେ ଘରେ ନେଗେଟିଭ ଏନର୍ଜି ରହିପାରେ । ସବୁବେଳେ ମନେ ରଖିଥିବେ ରୋଷେଇ କଲାବେଳେ ପଜିଟିଭ ଭାବନା ରାଖୀ ରୋଷେଇ କରିବେ, ଯେତେବେଳେ କିଛି ନେଗେଟିଭ ଭାବନା ରାଖୀ ରୋଷେଇ କରିଥାନ୍ତି ତାର ପ୍ରଭାବ ଖାଦ୍ୟ ଉପରେ ପଡିଥାଏ ।

Image Courtesy: Google

ସେଥିପାଇଁ ସବୁବେଳେ ଭଲ ଚିନ୍ତା ଧାରା ନେଇ ରୋଷେଇ କରିବେ । ମନେ ରଖିଥିବେ ରୋଷେଇ ଘରେ କେବେବି ଅଗାଧୁଆ ପଶି ରୋଷେଇ କରିବେ ନାହିଁ । ଯଦି କିଛି ଅସୁବିଧା ଥାଏ ତାହେଲେ କରିପାରିବେ କିନ୍ତୁ ମୁଖ୍ଯତଃ ରୋଷେଇ ଘରେ ଗାଧୋଇକି ରୋଷେଇ କରିବେ ଅଗାଧୁଆ ରୋଷେଇ କରିବା ଦ୍ଵାରା ଖାଦ୍ୟ ଭଲ ପ୍ରଭାବ ପଡିନଥାଏ । ତାକୁ ଖାଇଲେ ଖାଦ୍ୟ ଠିକସେ ହଜମ ହୁଏନି ଓ ଦେହ ଖରାପ ହୋଇଥାଏ । ସବୁବେଳେ ରୋଷେଇ ଘର ସଫା ରଖିବେ ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ରହିବା ସହିତ ଘର ଧନ ଧାନ୍ୟରେ ପୁରୀ ରହିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button