ନୀତି

ବାୟୁସେନାର ଫ୍ଲାଇଂ ଅଫିସର୍‌ ବନିବେ ବସ୍‌ ଡ୍ରାଇଭର୍‌ଙ୍କ କନ୍ୟା; ବାପାମାଆଙ୍କୁ ଦେଲେ ସଫଳତାର ଶ୍ରେୟ – Utkal Mail


ନୂଆଦିଲ୍ଳୀ: କୁହାଯାଏ ଯଦି ନିଜ ଉପରେ ଭରସା ଅଛି ତ ପରିସ୍ଥିତି କିଛି ବି ବିଗାଡ଼ି ପାରିବନି। ମେରଠର ଏକ ଘଟଣା ଏହାକୁ ସତ ପ୍ରମାଣିତ କରିଛି। ଉତ୍ତରପ୍ରଦେଶରେ ରାଜ୍ୟ ସଡ଼କ ପରିବହନ ନିଗମରେ ସରକାରୀ ବସ୍‌ ଚଳାଉଥିବା ଜଣେ ଚାଳକଙ୍କ ଝିଅର ସଫଳତା ଏହାକୁ ପ୍ରମାଣ କରି ଦେଖାଇଛି। ବସ୍‌ ଚାଳକଙ୍କ ସେହି ଗୁଣୀ ଝିଅଙ୍କ ନାମ ଶ୍ରୁତି ସିଂହ। ମେରଠର ଝିଅ ଶ୍ରୁତି ତାଙ୍କ ଚେଷ୍ଟା ବଳରେ ବାୟୁସେନାର ଫ୍ଲାଇଂ ଅଫିସର୍‌ ପଦରେ ଚାକିରି ପାଇ ପାରିଛନ୍ତି।

ଏୟାରଫୋର୍ସ କମନ୍‌ ଆଡ୍‌ମିସନ୍‌‌ ଟେଷ୍ଟ୍‌ (ଏଏଫ୍‌ସିଏଟି)ରେ ପୂରା ଦେଶରେ ଦ୍ବିିତୀୟ ସ୍ଥାନରେ ରହିଛନ୍ତି ଶ୍ରୁତି। ମେରଠର ପଲ୍ଲବପୁରମ୍‌ର ବାସିନ୍ଦା ଶ୍ରୁତି ସିଂହ ଏଏଫ୍‌ସିଏଟିରେ ଦ୍ବିତୀୟ ରାଙ୍କ୍‌ ପାଇବା ପରେ ବାୟୁସେନାର ଫ୍ଲାଇଂ ଅଫିସର୍‌ ପଦବୀ ପାଇଁ ଯୋଗ୍ୟା ପାଲଟିଛନ୍ତି।

ଶ୍ରୁତି ସିଂହଙ୍କ ବାପାଙ୍କ ନାମ ହେଉଛି ପି ସିଂହ। ଜ‌ଣେ ଡ୍ରାଇଭର୍‌ଙ୍କ ଝିଅ ହୋଇ ବାୟୁସେନାରେ ଏକ ଉଚ୍ଚ ପଦବୀ ପାଇଁ ମନୋନୀତ ହେବା ପରେ ପି ସିଂହଙ୍କ ପାଇଁ ଗର୍ବର କାରଣ ବନିଛନ୍ତି। ଶ୍ରୁତି ସିଂହ ନିଜ ସଫଳତାର ଶ୍ରେୟ ତାଙ୍କ ବାପାମାଆ ଓ ତାଙ୍କ ଗୁରୁ କର୍ଣ୍ଣେଲ୍‌ ରାଜୀବ ଦେବଗନଙ୍କୁ ଦେଇଛନ୍ତି। ତାଙ୍କ କହିବା କଥା ହେଉଛି ଯେ ସଫଳ ହେବା ପଛେରେ ଏହି ୩ ଜଣଙ୍କର ହିଁ ହାତ ଅଛି।

ଶ୍ରୁତି ସିଂହଙ୍କ ବାପା ବସ୍‌ ଚାଳକ ହୋଇଥିବା ବେଳେ ତାଙ୍କ ମାଆ ଜଣେ ଗୃହିଣୀ। ହେଲେ ସେମାନେ କେବେ ବି ଶ୍ରୁତିଙ୍କୁ କୌଣସି ଅଭାବ ଅନୁଭବ ହେବାକୁ ଦେଇନାହାନ୍ତି ବୋଲି କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button