ଓଡିଶା

ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ

ରକାରୀ ମେଡିକାଲରେ ଆଜି ଏକ ଅଜବ ଘଟଣା ଘଟିଛି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଆଉ ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରିଲେ ଓ ବଦଳ ହୋଇଥିବା ପୁଅକୁ ନିଜ ବାପା ମାଆଙ୍କୁ ଫେରାଇଲେ। ଏଭଳି ଅଜବ ଚିତ୍ର କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି।

ପେଞ୍ଜିସାହିର ଲିଜା ମୁଖି ଗତ 25 ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ଚିକିତ୍ସା ପରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଶିଶୁର ସ୍ବାସ୍ଥ୍ୟାବସ୍ଥା ଠିକ ନଥିବାରୁ SNCUରେ ଭର୍ତ୍ତି କରାଯାଇଥିଲା। ତେବେ ହଠାତ କଣ ହେଲା କିଛି ଜଣାପଡ଼ିଲା ନାହିଁ। ଡାକ୍ତରଙ୍କ ପକ୍ଷରୁ କୁହାଗଲା ଛୁଆର ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଛି, ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରିବାକୁ ପଡ଼ିବ। ଯେଉଁଥିପାଇଁ ଚିନ୍ତାରେ ପଡ଼ିଯାଇଥିଲେ ଲିଜାଙ୍କ ପରିବାର। ପରେ ଏକ ଆମ୍ବୁଲାନ୍ସରେ ଛୁଆକୁ ଧରି ଏମକେସିଜି ଯାଇଥିଲେ। ସେଠାରେ ଡାକ୍ତର ଛୁଆର ଚେକଅପ୍ କରିଥିଲେ। ଆଉ ସେତେବେଳେ ପୁଅ ବଦଳରେ ଝିଅ ଥିବା ଛୁଆର ମାଆଙ୍କୁ କହିଥିଲେ ଡାକ୍ତର।

ଡାକ୍ତରଙ୍କ ଠାରୁ ଏକଥା ଶୁଣିବା ପରେ ବାପା-ମାଆଙ୍କର ଅକଲ ଗୁଡ଼ୁମ ହୋଇଯାଇଥିଲା। ପୁଅ କେମିତି ଝିଅ ହେଲା, ସେ ଚିନ୍ତାରେ ପଡ଼ିଯାଇଥିଲେ। ଏନେଇ ନିଜ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ସମ୍ପର୍କୀୟମାନେ ମେଡିକାଲରେ ପହଞ୍ଚି SNCUରେ ନିଜର ଶିଶୁପୁତ୍ରକୁ ଦେଖିବାକୁ ପାଇଥିଲେ। ଏହି ଘଟଣାକୁ ନେଇ SNCU ଆଗରେ ସମ୍ପର୍କୀୟ ହୋହଲ୍ଲା କରିଥିଲେ। ଏହାପରେ ମେଡିକାଲ କର୍ତ୍ତୃପକ୍ଷ ଶିଶୁପୁତ୍ରର ରେକର୍ଡପତ୍ର ଯାଞ୍ଚ କରିଥିଲେ।

ଆଉ ଯାଞ୍ଚ ବେଳେ ନିଜର ଭୁଲ ଥିବା ମେଡିକାଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ନିଜ ଭୁଲ ସୁଧାରିବାକୁ ଯାଇ ଶିଶୁକନ୍ୟାର ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏପରିକି ସେମାନଙ୍କୁ ଏକ ଆମ୍ବୁଲାନ୍ସରେ ବ୍ରହ୍ମପୁର ଏମକେସିଜି ପଠାଇଥିଲେ। ସେପଟେ ବ୍ରହ୍ମପୁରରେ ଥିବା ଶିଶୁପୁତ୍ରର ବାପା ମାଆଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡକାଇଥିଲେ।

ସନ୍ଧ୍ୟାବେଳେ ଲିଜା ଓ ତାଙ୍କ ସ୍ବାମୀ ଫୁଲବାଣୀ ମେଡିକାଲରେ ପହଞ୍ଚିଥିଲେ। ଆଉ ଦୂରରୁ ନିଜ ଶିଶୁପୁତ୍ରକୁ ଦେଖିବାକୁ ପାଇଥିଲେ। ତେବେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନଥିବାରୁ ଡାକ୍ତରଙ୍କ ପରାମର୍ଶରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button