ସ୍ୱାସ୍ଥ୍ୟ

୩ ଦିନ ସକାଳୁ ଖାଲି ପେଟରେ ଜୀରା(Cumin) ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ପାଦ ତଳୁ ମାଟି ଖିସଯିବ, ଜଲ୍ଦି ଦେଖନ୍ତୁ- Health Tips

ଖରା ଦିନେ ଜିରା ପାଣି ପିଇବାର ମଜା ତ ଆପଣ ସମସ୍ତେ ଜାଣିଥିବେ । ମାତ୍ର ଜିରା ପାଣିକୁ ବିଭିନ୍ନ ପ୍ରକାର ଶୈଳୀରେ ବନା ଯାଇ ଏହାକୁ ସେବନ କଲେ ଶରୀରର ବିଭିନ୍ନ ପ୍ରକାର ରୋଗ ଓ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଏହା ପେଟ ଥଣ୍ଡା ରଖିବା ସହ ଅନେକ ପ୍ରକାର ଭୟାନକ ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆୟୁର୍ବେଦ ଅନୁସାରେ ଜିରା ପାଣି ପିଇବାର କେତୋଟି ଲାଭଦାୟକ ତଥ୍ୟ । ଜିରା ପାଣିରେ ମୋଟାପଣ କିପରି କମ୍ କରିବେ- ଏଥିପାଇଁ ଅଧା ଚାମଚ ଜିରାକୁ ତାୱାରେ ଅଳ୍ପ ଭାଜି ତାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ପ୍ରତ୍ୟେକ ଦିନ ସଜ ଜିରା ଗୁଣ୍ଡ ହିଁ ବ୍ୟବହାର କରିବେ ।

ଜିରା ଗୁଣ୍ଡ ବନାଇ ରଖି ତାକୁ ବ୍ୟବହାର କରନ୍ତୁ ନାହିଁ କିମ୍ବା ବଜାରରୁ କିଣନ୍ତୁ ନାହିଁ । ଏକ ତମ୍ବା ପାତ୍ରରେ ରାତିରୁ ୬ ରୁ ୮ ଘଣ୍ଟା ପାଇଁ ପାଣି ରଖନ୍ତୁ । କାରଣ ତମ୍ବା ପାତ୍ର ଆପଣଙ୍କ ମେଟାବୋଲିସିମ୍ ବୃଦ୍ଧି କରିବ । ସେହି ପାଣିକୁ ଗୋଟିଏ ଷ୍ଟିଲ୍ ପାତ୍ରରେ ଗରମ କରି ସେଥିରେ ଅଧା ଲେମ୍ବୁ ରସ, ଗୋଟେ ଚାମୁଚ ମହୁ ଓ ସେହି ଜିରା ଗୁଣ୍ଡରୁ ଦୁଇ ଚୁଟକି ମିଶାଇ ଏହି ପାନୀୟକୁ ସକାଳୁ ଖାଲି ପେଟରେ ପିଅନ୍ତୁ ।

ଯଦି ଆପଣଙ୍କୁ ମଧୁମେହ ଅଛି ତେବେ ମହୁ ଖାଇବା ଉଚିତ୍ ନୁହେଁ । ସେଥିପାଇଁ ଆପଣ ସେହି ଗରମ ପାଣିରେ ନିମ୍ବ ଗୁଣ୍ଡ, ଜିରା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଗୋଟେ ଚୁଟକି ଲେଖାଏଁ ମିଶାଇ ସେବନ କରି ପାରିବେ । ଯଦି ଅଅଁଳା ଗୁଣ୍ଡ ଯଦି ଅଛି ତେବେ ସେଥିରୁ ମଧ୍ୟ ଗୋଟେ ଚୁଟକି ମିଶାଇ ଏହି ପାନୀୟ ପ୍ରସ୍ତୁତ କରି ପାରିବେ । ଏହାକୁ ସପ୍ତାହରେ ମାତ୍ର ତିନି ରୁ ଚାରି ଦିନ ପିଇବେ ।

 

ଗରମ ଦିନେ ଜିରା ପାଣିର କଣ ଫାଇଦା

ସାଧାରଣ ଭାବେ ଖରା ଦିନେ ସମସ୍ତଙ୍କୁ ଡିହାଇଡ୍ରେସନ୍ ବା ଶରୀରରେ ଜଳୀୟ ଅଂଶର ଅଭାବ ହୋଇଥାଏ । ଏହାକୁ ଦୂର କରିବା ପାଇଁ ପୋଦିନା ପତ୍ର, ଜିରା ଗୁଣ୍ଡ, କଳା ଲୁଣ, କଞ୍ଚା ଲଙ୍କାକୁ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରନ୍ତୁ ଓ ସେଥିରେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଏହା ଆପଣଙ୍କ ଡିହାଇଡ୍ରେସନ୍ ଦୂର କରିବା ସହ ଆପଣଙ୍କ ପେଟ ମଧ୍ୟ ଥଣ୍ଡା ରଖିବ । ଯେଉଁ ମାନଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ଅଛି ସେମାନେ ସକାଳ ଜଳଖିଆ ଖାଇବାର ଏକ ଘଣ୍ଟା ପରେ ଏହି ଜିରା ପାଣିର ସେବନ କଲେ ଉପଶମ ପାଇବେ । ଏହା ପେଟ ସଫା ରଖିବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।

ଜିରା ପାଣିର ପୁରୁଷଙ୍କ ପାଇଁ କଣ ଫାଇଦା

ଯଦି ପୁରୁଷଙ୍କ ମଧ୍ୟରେ କୌଣସି କାରଣରୁ ବୀର୍ଯର ଅଭାବ ଦେଖା ଯାଉଛି ତେବେ, ଗୋଟେ ଚୁଟକି ଅଶ୍ଵଗନ୍ଧା ଗୁଣ୍ଡ, ଗୋଟେ ଚୁଟକି ଶତାବରି ଗୁଣ୍ଡକୁ ତମ୍ବା ପାତ୍ରରେ ରଖା ଯାଇଥିବା ଗୋଟେ ଗ୍ଲାସ ପାଣିକୁ ଉଷୁମ କରି ସେଥିରେ ଗୋଟେ ଚୁଟକି ମାତ୍ରାରେ ଜିରା ଗୁଣ୍ଡ ମିଶାଇ ସେବନ କରନ୍ତୁ । ଏହି ମିଶ୍ରଣ ବୀର୍ଯର ଅଭାବ ଦୂର କରିବାରେ ଚମତ୍କାର ଭାବେ କାର୍ଯ୍ୟ କରିଥାଏ । ମାତ୍ର ଏହା ସହ ସମୟରେ ଉଠିବା ଓ ପ୍ରାଣାୟମ ଆଦି କରନ୍ତୁ । ସୂର୍ଯ୍ୟକ୍ରିୟା ମଧ୍ୟ ଶିଖି କରିବାକୁ ଚେଷ୍ଟା କରନ୍ତୁ । ଏହା ଶରୀର ପାଇଁ ଖୁବ୍ ଲାଭ ଜନକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button