ସ୍ୱାସ୍ଥ୍ୟ

ଗର୍ଭାଶୟ କର୍କଟ କାହିଁକି ହୁଏ? ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ସର୍ଭିକାଲ କ୍ୟାନସର ବା ଗର୍ଭାଶୟ କର୍କଟ ଅନ୍ୟତମ। ଏହି କର୍କଟ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀରେ ଗର୍ଭାଶୟ କର୍କଟ ସଚେତନତା ମାସ ପାଳନ କରାଯାଏ। ସଚେତନତାର ଏହି ମାସରେ ଜାଣନ୍ତୁ, ଗର୍ଭାଶୟ କର୍କଟ ରୋଗର ବିକାଶରେ HPV ଭୂତାଣୁର ଭୂମିକା କ’ଣ ଏବଂ ଏହାକୁ କିପରି ରୋକିବେ…

ହ୍ୟୁମାନ ପପିଲୋମାଭାଇରସ୍ (HPV) ଭୂତାଣୁ କାରଣରୁ ସର୍ଭିକାଲ କ୍ୟାନସର ହୋଇଥାଏ। ସେକ୍ସୁଆଲି ଟ୍ରାନ୍ସମିଟେଡ ଇନଫେକ୍ସନ (STI) ଏଥିପାଇଁ ମୁଖ୍ୟତଃ ଦାୟୀ। ଏହା 200ରୁ ଅଧିକ HPV ସମ୍ବନ୍ଧୀୟ ଭୂତାଣୁଙ୍କର ଏକ ଗୋଷ୍ଠୀ, ଯେଉଁଥିରେ କେତେକ ପ୍ରକାରର ଗର୍ଭାଶୟ କର୍କଟ ହେବାର ସମ୍ଭାବନା ଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଗର୍ଭାଶୟ କର୍କଟ ହେଉଛି ବିଶ୍ୱରେ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା କର୍କଟ ମଧ୍ୟରୁ ଚତୁର୍ଥ ସାଧାରଣ କର୍କଟ।

HPV କ’ଣ?
HPV ହେଉଛି ଏକ ଭୂତାଣୁ। ଏହି ଭୂତାଣୁରେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଭାଜିନାଲ, ଆନାଲ କିମ୍ବା ଓରାଲ ସେକ୍ସ ଏପରିକି ଚର୍ମ ସହ ଅନ୍ତରଙ୍ଗ ସ୍ପର୍ଶ ମାଧ୍ୟମରେ ବ୍ୟାପିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଏହା ଏତେ ସାଧାରଣ ପ୍ରକାର ଭୂତାଣୁ ଯେ, ଯୌନ ସମ୍ପର୍କ ରଖୁଥିବା ଦୁନିଆର ପ୍ରତ୍ୟେକ ଲୋକ କେବେ ନା କେବେ ଏଥିରେ ସଂକ୍ରମିତ ହୋଇପାରନ୍ତି।

ବାସ୍ତବରେ, କେବଳ 2018ରେ ପ୍ରାୟ 43 ନିୟୁତ ବ୍ୟକ୍ତି HPV ସଂକ୍ରମଣ ହୋଇଥିଲେ, ଏମାନଙ୍କ ମଧ୍ୟରୁ ପ୍ରାୟତଃ କିଶୋର ଏବଂ 20 ବର୍ଷରୁ କମ୍ ବୟସ୍କ ଥିଲେ। ଅନେକ ପ୍ରକାରର HPV ରହିଛି, ଯାହା କ୍ଷତିକାରକ ନୁହେଁ, ଏମାନଙ୍କର କୌଣସି ଲକ୍ଷଣ ମଧ୍ୟ ସୃଷ୍ଟି ହୁଏ ନାହିଁ। କିନ୍ତୁ କେତକ ପ୍ରକାର ରହିଛି, ଯାହା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରନ୍ତି।

HPV ଗର୍ଭାଶୟ କର୍କଟ କିପରି ସୃଷ୍ଟି କରେ?
HPV ଏବଂ ଗର୍ଭାଶୟ କର୍କଟ ମଧ୍ୟରେ ଲିଙ୍କ୍ ରହିଛି। HPVର ବିପଦପୂର୍ଣ୍ଣ ପ୍ରକାର HPV 16 ଏବଂ HPV 18 କାରଣରୁ ଏହା ହୋଇଥାଏ।  ଏହି ବିପଦପୂର୍ଣ୍ଣ HPV ଗୁଡ଼ିକ ଗର୍ଭାଶୟର ଏପିଥେଲିଆଲ୍ କୋଷଗୁଡ଼ିକରେ ପରିବର୍ତ୍ତନ କରିପାରନ୍ତି, ଯାହା ଡିସପ୍ଲାସିଆ ସୃଷ୍ଟି କରେ। ଡିସପ୍ଲାସିଆ ଅସ୍ୱାଭାବିକ କୋଷ ବୃଦ୍ଧିର କାରଣ, ଅସ୍ୱାଭାବିକ କୋଷ ବୃଦ୍ଧି କର୍କଟର ମୁଖ୍ୟ କାରଣ।

ଗର୍ଭାଶୟ କର୍କଟ ଲକ୍ଷଣ 
ପ୍ରାରମ୍ଭିକ ଅବସ୍ଥାରେ ପ୍ରାୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ରୋଗ ବୃଦ୍ଧି ହେଲେ ଅସ୍ୱାଭାବିକ ଭାବେ ଯୋନୀରୁ ରକ୍ତସ୍ରାବ, ଋତୁସ୍ରାବ କିମ୍ବା ମେନୋପଜ୍ ପରେ ରକ୍ତସ୍ରାବ, ଗୁପ୍ତାଙ୍ଗରେ ଜଳୀୟ ଅଂଶ ରହିବା କିମ୍ବା ଦୁର୍ଗନ୍ଧ ହେବା ସହ ଯନ୍ତ୍ରଣା ହେଲେ ସର୍ଭିକାଲ କର୍କଟ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଏହି ସବୁ ଲକ୍ଷଣ କର୍କଟର ଶେଷ ପର୍ଯ୍ୟାୟରେ ଦେଖାଦିଏ।

କିପରି HPVକୁ ଶୀଘ୍ର ଚିହ୍ନଟ କରିବେ ଏବଂ ପ୍ରତିହତ କରିବେ
ନିରାପଦ ଯୌନ ସମ୍ପର୍କ ଏବଂ ନିୟମିତ ଭାବେ ସର୍ଭିକାଲ୍ ସ୍କ୍ରିନିଂ ମାଧ୍ୟମରେ ଶୀଘ୍ର ରୋଗ ଚିହ୍ନଟ ହୋଇପାରିବ। ଟୀକାକରଣ ମାଧ୍ୟମରେ ଏହି ରୋଗକୁ ପ୍ରତିହତ କରାଯାଇପାରିବ। ଭାରତରେ, ଗର୍ଭାଶୟ କର୍କଟ ଏବଂ ଅନ୍ୟାନ୍ୟ HPV ସହ ଜଡିତ କର୍କଟ ରୋଗର ପ୍ରତିରୋଧ ପାଇଁ ‘ସର୍ଭାଭାକ୍’ ହେଉଛି ପ୍ରଥମ ସ୍ୱଦେଶୀ HPV ଟିକା। ଦ ଲାନସେଟ୍ ଅଙ୍କୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏହି ଟିକା ସୁରକ୍ଷିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button