ଓଡିଶା

୪୦ ଘଣ୍ଟା ପରେ ଉଦ୍ଧାର ହେଲା ୩ ଶ୍ରମିକଙ୍କ ମୃତଦେହ, ପାୱାର୍‌ପ୍ଲାଣ୍ଟର ୨ଟି ୟୁନିଟ୍ ବନ୍ଦ ନିର୍ଦ୍ଦେଶ

ସୁନ୍ଦରଗଡ଼: ରାଜଗାଙ୍ଗପୁର ଡାଲ୍‌ମିଆ ସିମେଣ୍ଟ କାରଖାନା (ଡିସିବିଏଲ୍‌)ରେ ଗୁରୁବାର ସଂଧ୍ୟାରେ ଘଟିଥିବା ଦୁର୍ଘଟଣାକୁ ୩୬ରୁ ୪୦ ଘଣ୍ଟାରେ ତିନି ଶ୍ରମିକଙ୍କ ଶବ ଉଦ୍ଧାର ହୋଇଛି। ଭାଙ୍ଗି ପଡ଼ିଥିବା ବିଶାଳ ହପର୍‌କୁ କାଟିବା ପରେ ପଡ଼ିଥିବା କୋଇଲାକୁ କଢା ଯାଇଥିଲା। ଶୁକ୍ରବାର ଦିନସାରା କାରଖାନାର ଟିମ୍ ଓ ଯନ୍ତ୍ରପାତି ଏଥିରେ ନିୟୋଜିତ ଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍, ସ୍ଥାନୀୟ ପ୍ରଶାସନ ଓ ଅଧିକାରୀଗଣ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଦୁର୍ଘଟଣା ଘଟିଥିବା ଡିସିବିଏଲ୍‌ ଲାଇନ୍‌-୨ର ୨୭ ମେଗାୱାଟ୍ କ୍ଷମତା ବିଶିଷ୍ଟ ୨ଟି ପାୱାର୍‌ ପ୍ଲାଣ୍ଟ ଓ ତତ୍‌ସଂଲଗ୍ନ କୋଇଲା ବଙ୍କର୍‌ ତଥା କ୍ଲିଙ୍କର ଉତ୍ପାଦନ ୟୁନିଟ୍‌କୁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଦୁର୍ଘଟଣା ପରେ ୟୁନିଟ-୨କୁ ସମ୍ପୂର୍ଣ ବନ୍ଦ ରଖାଯାଇଛି।

କାରଖାନା ବାହାରେ ଓ ଭିତରେ ୩ ପ୍ଲାଟୁନ ପୁଲିସ୍ ମୁତୟନ କରାଯାଇଛି। ଗୁରୁବାର ଡିଆଇଜି ବ୍ରିଜେସ୍‌ ରାୟ କାରଖାନାକୁ ଯାଇଥିବାବେଳେ ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ଶୁକ୍ରବାର ବି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଓ ଆଇନ୍‌ଶୃଂଖଳାର ତଦାରଖ କରିଥିଲେ। ରାଉରକେଲା ଓ ସମ୍ବଲପୁରର ଫ୍ୟାକ୍ଟ୍ରି ବଏଲର୍ ବିଭାଗର ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ଖଣି ଉପନିର୍ଦ୍ଦେଶକ ତଥା ବିଭିନ୍ନ ବିଭାଗର ଅଧିକାରୀଗଣ ଉପସ୍ଥିତ ରହି ଦୁର୍ଘଟଣାର ତଦନ୍ତ କରିଥିଲେ ଓ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨ଟି ପାୱାର୍‌ପ୍ଲାଣ୍ଟ ୟୁନିଟ୍‌, ତତ୍‌ସଂଲଗ୍ନ କ୍ଲିଙ୍କର୍‌ ୟୁନିଟ୍‌ ଓ କୋଇଲା ବଙ୍କର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ନଭେମ୍ବର ୨୬ ତାରିଖ ଦିନ ଡାଲ୍‌ମିଆ କାରଖାନାର କନ୍‌ଭେୟର୍ ବେଲ୍‌ଟ ଭାଙ୍ଗି ପଡ଼ିବାରୁ ରାଜଗାଙ୍ଗପୁରର ଏକ ପ୍ରମୁଖ ରାସ୍ତା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଅବଶ୍ୟ ଉକ୍ତ ଘଟଣାରେ କେହି ମୃତାହତ ହୋଇ ନଥିଲେ। ଲଗାତାର ଦୁର୍ଘଟଣା କାରଣରୁ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଆଇଆଇଟି ସ୍ତରର ବିଶେଷଜ୍ଞ ଟିମ୍ ଦ୍ବାରା କାରଖାନାର ସମସ୍ତ ଢାଞ୍ଚା ଓ ସୁରକ୍ଷା ବ୍ୟବସ୍ଥାର ପୁଂଖାନୁପୁଂଖ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶଯୋଗ୍ୟ ଯେ ଗୁରୁବାର ସଂଧ୍ୟା ପ୍ରାୟ ୬ଟାବେଳେ ରାଜଗାଙ୍ଗପୁରସ୍ଥ ଡାଲ୍‌ମିଆ ସିମେଣ୍ଟ କାରଖାନା ଲାଇନ୍-୨ରେ ଥିବା ୪ଟି କୋଇଲା ହପର୍ ମଧ୍ୟରୁ ୨ଟି ଭାଙ୍ଗି ପଡ଼ିଥିଲା। ଉକ୍ତ ହପର୍ ତଳେ ଶ୍ରମିକଙ୍କ ରହଣି ଓ ବିଶ୍ରାମ ପାଇଁ ଏକ ଛୋଟ ଟିଣ ନିର୍ମିତ ଘର ଥିଲା। ହପର୍ ଭାଙ୍ଗି ପଡ଼ିବା ଫଳରେ ବିଶାଳ ଲୁହା ଢାଞ୍ଚା ସହ ସେଥିରେ ଥିବା ଟନ୍‌ଟନ୍ କୋଇଲାରେ ଉକ୍ତ ଟିଣଘର ପୋତି ହୋଇ ଯାଇଥିଲା। ସେଠାରେ ଥିବା ଅନ୍ୟ କିଛି ଶ୍ରମିକ ଦୁର୍ଘଟଣା ପୂର୍ବରୁ ବାହାରି ଆସିଥିବାବେଳେ ୩ ଜଣ ପୋତି ହୋଇ ଯାଇଥିବା କୁହାଯାଉଥିଲା। ଏହାପରଠାରୁ ସଂପୃକ୍ତ କର୍ମଚାରୀମାନଙ୍କ ପତ୍ତା ମିଳି ନାହିଁ। ସେମାନେ କୋଇଲା ତଳେ ଚାପି ହୋଇ ଯାଇଥିବା ଆଶଂକା କରାଯାଉଥିଲା। ଉକ୍ତ କର୍ମଚାରୀମାନେ ହେଲେ ବଏଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଏବଂ ରଂଜିତ ଭୋଳ। ଗୁରୁବାର ସଂଧ୍ୟାରୁ କୋଇଲା ହଟାଇବା ଓ ଲୁହା ଢାଞ୍ଚାକୁ କାଟି ବାହାର କରିବା କାମ ଜାରି ରହିଥିଲା। ଉକ୍ତ କାମରେ କାରଖାନାର ଶତାଧିକ ଲୋକ ଓ ଯନ୍ତ୍ରପାତି ନିୟୋଜିତ ହୋଇଛନ୍ତି। ସେମିତି ପ୍ରଶାସନ ପକ୍ଷରୁ ଆଖପାଖର ୬ଟି ଅଗ୍ନିଶମ କେନ୍ଦ୍ରର ୭ଟି ଟିମ୍, ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି।

କାରଖାନା ବାହାରେ ଓ ଭିତରେ ୩ ପ୍ଲାଟୁନ ପୁଲିସ୍ ମୁତୟନ କରାଯାଇଛି। ଗୁରୁବାର ଡିଆଇଜି ବ୍ରିଜେସ୍‌ ରାୟ କାରଖାନାକୁ ଯାଇଥିବାବେଳେ ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ଶୁକ୍ରବାର ବି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଓ ଆଇନ୍‌ଶୃଂଖଳାର ତଦାରଖ କରିଥିଲେ। ରାଉରକେଲା ଓ ସମ୍ବଲପୁରର ଫ୍ୟାକ୍ଟ୍ରି ବଏଲର୍ ବିଭାଗର ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ଖଣି ଉପନିର୍ଦ୍ଦେଶକ ତଥା ବିଭିନ୍ନ ବିଭାଗର ଅଧିକାରୀଗଣ ଉପସ୍ଥିତ ରହି ଦୁର୍ଘଟଣାର ତଦନ୍ତ କରିଥିଲେ ଓ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨ଟି ପାୱାର୍‌ପ୍ଲାଣ୍ଟ ୟୁନିଟ୍‌, ତତ୍‌ସଂଲଗ୍ନ କ୍ଲିଙ୍କର୍‌ ୟୁନିଟ୍‌ ଓ କୋଇଲା ବଙ୍କର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ନଭେମ୍ବର ୨୬ ତାରିଖ ଦିନ ଡାଲ୍‌ମିଆ କାରଖାନାର କନ୍‌ଭେୟର୍ ବେଲ୍‌ଟ ଭାଙ୍ଗି ପଡ଼ିବାରୁ ରାଜଗାଙ୍ଗପୁରର ଏକ ପ୍ରମୁଖ ରାସ୍ତା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଅବଶ୍ୟ ଉକ୍ତ ଘଟଣାରେ କେହି ମୃତାହତ ହୋଇ ନଥିଲେ। ଲଗାତାର ଦୁର୍ଘଟଣା କାରଣରୁ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଆଇଆଇଟି ସ୍ତରର ବିଶେଷଜ୍ଞ ଟିମ୍ ଦ୍ବାରା କାରଖାନାର ସମସ୍ତ ଢାଞ୍ଚା ଓ ସୁରକ୍ଷା ବ୍ୟବସ୍ଥାର ପୁଂଖାନୁପୁଂଖ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜଗାଙ୍ଗପୁର ବିଧାୟକ ଡା. ସିଏସ୍‌ ରାଜେନ୍ ଏକ୍କା ଗେଟ୍ ସମ୍ମୁଖରେ ପୂରା ଦିନ ଜଗି ରହି ଲୋକଙ୍କ ସହିତ ବିଚାରବିମର୍ଶ ଜାରି ରଖିଥିଲେ। ପୂର୍ବତନ ବିଧାୟକ ମଙ୍ଗଳା କିସାନ ମଧ୍ୟ ସେଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଗୁରୁବାର ରାତିରୁ ବହୁ ସଂଖ୍ୟାରେ ଗଣମାଧ୍ୟମ ପ୍ରତିନିଧି କାରଖାନା ଗେଟ୍ ସମ୍ମୁଖରେ ଡେରା ପକାଇ ରହିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button