କ୍ରୀଡା

ଯେତବେଳେ ୨୦ ବର୍ଷ ପରେ ରାଗିଗଲେ ଧୋନୀ, କୁଳଦୀପ ଯାଦବ କହିଲେ ମଇଦାନରେ କଣ ହେଇଥିଲା

ଭାରତୀୟ ଦଳର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି ଏହି କାରଣ ପାଇଁ ସେ ବହୁତ ସଫଳତା ହାସଲ କରି ପାରିଛନ୍ତି । ଧୋନୀ ନିଜର ଅଧିନତା ରେ ବହୁତ ବଡ ବଡ ମ୍ୟାଚ ସମ୍ଭାଳି ଛନ୍ତି କିନ୍ତୁ କେବେ ହେଲେ ରାଗି ନାହାଁନ୍ତି । ଏହି ସବୁ ପରେ ବି ଧୋନୀ ଜଣେ ମଣିଷ ସେ କେବେ ରାଗିବେ ନାହିଁ ଏହା କଣ କେବେ ସମ୍ଭବ ଅଟେ । ୨୦୧୭ ମସିହାରେ ଧୋନୀ ଚାଲିଥିବା ମ୍ୟାଚରେ କୁଳଦୀପ ଯାଦବ ଙ୍କୁ ପାଟି କରିଥିଲେ ଏବଂ ସେହି ଗାଳିକୁ କୁଳଦୀପ ଆଜି ପର୍ଯ୍ୟନ୍ତ ଭୁଲି ନାହାଁନ୍ତି ।

ସ୍ପୋର୍ଷ୍ଟସ ଆଙ୍କର ଜତିନ ସପ୍ରୂ ଙ୍କ ସହିତ ଈଂଷ୍ଟାଗ୍ରାମ ଚାଟ କରୁଥିବା ସମୟରେ କୁଳଦୀପ ସେହି କଥାକୁ ମନେ ପକାଇଲେ ଏବଂ କଣ ପାଇଁ ଧୋନୀ ତାଙ୍କୁ ଗାଳି କରିଥିଲେ ସେ ବିଷୟରେ କହିଲେ । ୨୦୧୭ ମସିହାରେ ଶ୍ରୀଲଙ୍କା ୱାଣ୍ଡେ ସିରିଜ ଖେଳିବା ପାଇଁ ଭାରତ ଆସିଥିବା ବେଳେ ଏହାର ଗୋଟିଏ ମ୍ୟାଚ ଇନ୍ଦୋର ରେ ଖେଳା ଯାଇଥିଲା । ଭାରତୀୟ ଦଳର ରୋହିତ ଶର୍ମା ଶହେ ରନ କରି ଭାରତର ସ୍କୋର ବଢାଇ ଥିଲେ ଏବଂ ଏହାପରେ ଶ୍ରୀଲଙ୍କା ର ଖେଳାଳି ବ୍ୟାଟିଙ୍ଗ କରିବା ପାଇଁ ଆସିଥିଲେ ଓ ତାଙ୍କର ବ୍ୟାଟ୍ସମ୍ୟାନ ବି ବହୁତ ରନ କରିବା ଆରମ୍ଭ କରିଦେଲେ । ଏହାପରେ ଧୋନୀ କୁଳଦୀପ ଙ୍କୁ ବୋଲିଙ୍ଗ କରିବା ପାଇଁ ଦେଲେ ।

ଏହି କାରଣରୁ ଧୋନୀ ହରାଇଲେ ନିଜର ବୁଦ୍ଧି

କୁଳଦୀପ କହିଛନ୍ତି କୁସଲ ଗୋଟିଏ ଚୌକା ମାରିବା ପରେ ଧୋନୀ ଭାଇ ମତେ ଫିଳ୍ଡିଙ୍ଗ ବଦଳାଇବା ପାଇ କହିଲେ କିନ୍ତୁ ମୁଁ ତାଙ୍କ କଥା ଶୁଣି ନଥିଲି ଏବଂ ପର ବଲ ରେ କୁସଲ ରିଭର୍ସ ସ୍ଵୀପ ସହିତ ଆଉ ଏକ ଚୌକା ମାରିଲେ । ଏହାପରେ ଧୋନୀ ଭାଇ ମୋ ପାଖକୁ ରାଗିକି ଆସିଲେ ଏବଂ କହିଲେ ମୁଁ କଣ ପାଗଳ ? ମୁଁ ୩୦୦ ଏକଦିବସୀୟ ମ୍ୟାଚ ଖେଳିଛି ହେଲେ ତୁମେ ମୋ କଥା ଶୁଣୁନ । ଧୋନୀ ଙ୍କର ଏହି ରୂପ ଦେଖିବା ପରେ କୁଳଦୀପ ବହୁତ ଡରି ଯାଇଥିଲେ ।

ଡରି ଯାଇଥିଲେ କୁଳଦୀପ ଯାଦବ

କୁଳଦୀପ କହିଛନ୍ତି କି ମ୍ୟାଚ ପରେ ଆମେ ଟିମ ସହ ବସକୁ ଗଲୁ ଏବଂ ମୁଁ ଧୋନୀ ଭାଇ ଙ୍କୁ କ୍ଷମା ମାଗିଲି ଓ ତାଙ୍କୁ ପଚାରିଲି ଆପଣ କଣ ଏହା ପୂର୍ବରୁ କେବେ ରାଗିଛନ୍ତି । ଏହା ଶୁଣିବା ପରେ ଧୋନୀ କହିଲେ ୨୦ ବର୍ଷ ହେଲାଣି ମୁଁ କେବେବି ରାଗି ନଥିଲି । କୁଳଦୀପ ଙ୍କୁ ସେହି ଦିନ ଧୋନୀ ଙ୍କର ନୂଆ ରୂପ ଦେଖିବା ପାଇଁ ମିଳିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button