ବିଚାର

ଜାତଭି ତି କି ଜନଗଣନା

ନିକଟରେ ବିହାରରେ ସାର୍ବଜନୀନ ହୋଇଥିବା ଜାତିଭିତିକ ଜନଗଣନା ରିପୋର୍ଟ ପୁଣି ଥରେ ଦେଶରେ ମଣ୍ଡଳ ରାଜନୀତକି ୁ ଉଜ୍ଜୀବତ କରିବା ସମ୍ଭାବନା ସୃଷ୍ଟି ହୋଇଛି । ଉଲ୍ଳେଖଯୋଗ୍ୟ ଯେ, ୧୯୮୦ ମସିହାର ଜଷ୍ଟିସ ମଣ୍ଡଳ କମିଶନଙ୍କ ରିପୋର୍ଟକୁ ଦୀର୍ଘ ୧ ଦଶନ୍ଧି ପରେ ଅର୍ଥାତ ୧୯୯୦ ମସିହାରେ ତତ୍‌କାଳୀନ ପ୍ରଧାନମବୀ ସ୍ୱର୍ଗତ ଭି.ପି. ସିଂହ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିବା ପରେ ଦେଶରେ ମଣ୍ଡଳ ବନାମ କରମଣ୍ଡଳ ରାଜନୀତି ଯୋର ଧରିଥିଲା । ଏବେ ବିହାର ସରକାର ବହୁ ଘାତ-ପ୍ରତିଘାତ ପରେ ଜାତିଭିତିକ ଜନଗଣନା ରିପୋର୍ଟକୁ ସାର୍ବଜନୀନ କରିବାରେ ଚଳିତ ବର୍ଷର ଶେଷ ଆଡକୁ ଅନୁଷ୍ଠିତ ହେବାକୁ ଯାଉଥିବା ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ବିଶେଷ କରି ୨୦୨୪ ଲୋକସଭା ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) କୈନ୍ଦ୍ରିକ ସାମାଜିକ ନ୍ୟାୟା ମୁଖ୍ୟ ପ୍ରସଙ୍ଗ ହେବା ସମ୍ଭାବନାକୁ ଆମବଣ କରିଛି ବୋଲି କୁହାଯାଇପାରିବ । ବିଶେଷ କରି ୨୮ଟି ବିରୋଧି ଦଳକୁ ନେଇ ଗଠିତ ‘ଇଣ୍ଡିଆ’ ମେଂଟ ଜାତିଭିତିକ ଜନଗଣନା ଏବଂ ମହିଳା ସଂରକ୍ଷଣ ମଧ୍ୟରେ ଓବିସିଙ୍କ ପାଇଁ ସବ୍‌କୋଟା ପାଇଁ ଦାବି କରିପାରେ । କେବଳ ଏତିକି ନୁହେଁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ମରାଠା ସମେତ ବହୁ ସଂପ୍ରଦାୟ ସାମିଲ ପାଇଁ ଦାବି ଯୋର ଧରିପାରେ । ଯାହାକି କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଅଡଅୁ ।ରେ ପକାଇବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏହା କିନ୍ତୁ ନି୧⁄୨ିତ ଯେ, ବିହାର ରିପୋର୍ଟ ଆସନ୍ତା ନିର୍ବାଚନ ଋତୁରେ ଜାତୀୟ ରାଜନୀତିକୁ ମନ୍ଥନ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ । ଉଲ୍ଳେଖଯୋଗ୍ୟ ଯେ, ଦେଶର ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଲାଗି ଆଇନରେ ବ୍ୟବସ୍ଥା ଥିବା ସତ୍ୱେ ସଂରକ୍ଷଣରେ ୫୦ ପ୍ରତିଶତ ସୀମା ସୁପ୍ରିମକୋର୍ଟ ନଦ୍ଧି ର୍ାରଣ କରିଥିବା ହେତୁ ଓବିସି ବର୍ଗ ଏଥିରୁ ବଂଚତି ହୋଇଛନ୍ତି । ସଂରକ୍ଷଣ ସୀମା ୫୦ ପତ୍ର ଶି ତରୁ ବଦ୍ଧୃ ି ପାଇଁ ଗତବର୍ଷ ସୁପମି ୍ର କୋର୍ଟର ପାଂଚ ଜଣଅି । ସାମ୍ବିଧାନିକ ଖଣ୍ଡପୀଠ ଆର୍ଥୀ କ ଦବୁ ର୍ଳ ବଗ(ର୍ ଇଡବଏୁ ୍ଲ ସ)ଙ୍କ ସଂରକ୍ଷଣ ବ୍ୟବସ୍ଥା କାଏମ ରଖଥି ିବା ବେଳେ ୩-୨ ମତରେ ଦ୍ୱାରା ଖୋଲା ରଖୁଛନ୍ତି । ତେବେ ଏନେଇ ସର୍ବୋଚ୍ଚ ଅଦାଲତ କୌଣସି ରାୟ ଶୁଣାଇନାହାଁନ୍ତି । ପରିଣତି ସ୍ୱରୁପ ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦ ପ୍ରତିଶତ ହେତୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ହକଦାର ଥାଇ ମଧ୍ୟ ଓବସି ି ବର୍ଗ ଶିକ୍ଷା, ନିଯୁକ୍ତି ଓ ରାଜନୈତିକ ସଂରକ୍ଷଣ କ୍ଷେତର୍ର ୁ ବଂଚିତ ହୋଇଛନ୍ତି । ଓଡଶି । ସରକାର ପଂଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସା୍ଥ ପାଇଁ ନିଷ୍ପତି ଗ୍ରହଣ କରିଥିଲେ ମଧ୍ୟ ଓଡିଶା ହାଇକୋର୍ଟ ନିଷ୍ପତିକୁ ରଦ୍ଦ କରିଦେଇଥିଲେ । ବିହାର ସରକାର ଜାତଭି ିତିକ ଜନଗଣନା ପାଇଁ ନିଷ୍ପତି ଗ୍ରହଣ କରିବା ପରେ ଓଡିଶା
ସରକାର ଚଳିତ ବର୍ଷ ରାଜ୍ୟରେ ଏସଇବିସି ସର୍ଭେ କରିଥିଲେ । ବର୍ତମାନ ସୁଦ୍ଧା ଓଡିଶା ସରକାର ଏହି ସର୍ଭେ ରିପୋର୍ଟ ସାର୍ବଜନୀନ କରିନଥିଲେ ରାଜ୍ୟରେ ୧କୋଟି ୯୫ ଲକ୍ଷ ପଛୁଆ ବର୍ଗର ଥିବା ଜଣାଯାଇଛି । ଏହା ନି୧⁄୨ିତ ଯେ, ବିହାର ସରକାର ଜାତିଭିତିକ ଜନଗଣନା ରିପୋର୍ଟକୁ ସାର୍ବଜନୀନ କରିବା ପରେ ରାଜ୍ୟରେ ରାଜନୈତିକ ସମୀକରଣ ବଦଳିବା ଆରମ୍ଭ ହୋଇଥିବା ମନେ ହୁଏ । ବିହାରରେ କ୍ଷମତାସୀନ ମେଂଟ ସରକାର ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦାବିକୁ ଶାଣିତ କରିଛନ୍ତି । କହିବା ବାହୁଲ୍ୟ ଯେ, ବିହାରରେ ୬୩ ପ୍ରତିଶତ ଓବିସିଙ୍କ ସଂଖ୍ୟା ଥିବା ରିପୋର୍ଟରେ ପ୍ରକାଶ ପାଇଛି । କହିବା ବାହୁଲ୍ୟ ଯେ, ୧୫ ଶତାଂଶ ସବର୍ଣ୍ଣଙ୍କୁ ୧୦ପ୍ରତିଶତ ସଂରକ୍ଷଣ ମିଳୁଥିବାବେଳେ ୬୩ପ୍ରତିଶତ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିବା ଅସଂଗତ । ଦେଶରେ ଓବିସି ବର୍ଗରେ ୨୬୦୦ଜାତି ମଧ୍ୟରୁ ଅଧିକାଂଶ ସଂରକ୍ଷଣ ସୁବିଧାରୁ ବଂଚିତ ହେଉଛନ୍ତି, ଏଥିରେ ସନ୍ଦେହ ନାହିଁ । ଏହା ସତ୍ୟ ଯେ, ଜାତି ଉଭୟ ପଣ୍ଡାମେଂଟାଲ ଫଲ୍ଟ ଲାଇନ ଏବଂ ସୋସିଆଲ ଗ୍ରୃପି ଅଫ ଇଣ୍ଡିଆନ ସୋସାଇଟକୁ ପ୍ରତିନିଧିତ୍ୱ କରୁଛି । ଜାତି ମଧ୍ୟ ଧର୍ମକୁ ଚିହ୍ନଟ କରିଥାଏ । ଦେଶରେ ପ୍ରଥମଥର ପାଇଁ ୧୯୩୧ ମସିହାରେ ହୋଇଥିବା ଜାତିଗଣନାରୁ ୪,୧୪୭ଟି ଜାତି ଚିହ୍ନଟ ହୋଇଥବି ।ବେଳେ ସେଥିମଧ୍ୟରୁ ୩୦୦ ଜାତି ଖ୍ରୀଷ୍ଟିଆନ ଏବଂ ୫୦୦ରୁ ଉର୍ଦ୍ଧ୍ୱ ଜାତି ମୁସଲିମ ଥିଲେ । ଅବଶିଷ୍ଟ ହିନ୍ଦୁ ଧର୍ମର ଥିଲେ । ସେମାନଙ୍କ ମଧ୍ୟରେ ଜୈନ, ବୌଦ୍ଧ, ଶିଖ୍‌, ବୈ୩⁄୪ବ ଆଦି ଧର୍ମର ଥିଲେ । ତେବେ ୨୦୦୪ ବେଳକୁ ଦେଶରେ ଜାତି ସଂଖ୍ୟା ୭,୩୭୨କୁ ବୃଦ୍ଧି ପାଇଥିଲା । ଦେଶରେ ଜାତିବାଦ ବୃଦ୍ଧି ପାଉଥିବାବେଳେ ବହୁ ବିରୋଧି ଦଳ ଜାତିଭିତିକ ଜନଗଣନା ପାଇଁ ଦୃଢ ଦାବି କରିଆସୁଛନ୍ତି । ମାତ୍ର ଶାସକ ବିଜେପି ଏହାକୁ ଦୃଢ ବିରୋଧ କରିବା ସହ ଅଗ୍ରାହ୍ୟ କରିଛି । ଏବେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ବିରୋଧି ମେଂଟ ଇଣ୍ଡିଆ ମେଂଟ ସହ ଜାତିଭିତିକ ଜନଗଣନା ପାଇଁ ଦାବି କରିଥିବାବେଳେ ଅତୀତରେ ୟୁପିଏ ସରକାର ଜନଗଣନାରୁ ଜାତି ଗଣନାକୁ ବାଦ ଦେଇଥିଲେ । କିନ୍ତୁ ଜନଗଣନାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗଣନାକୁ ସର୍ବଦା ଗୁରୁତ୍ୱ ଦିଆଯାଇଥାଏ । ଦେଶରେ ପ୍ରତି ଦଶବର୍ଷରେ ଜନଗଣନା କରାଯାଇଥିବାବେଳେ ଶେଷ ଥର ପାଇଁ ୨୦୧୧ ମସିହାରେ ଜନଗଣନା କରାଯାଇଥିଲା । ମହାମାରୀ କରୋନା ଯୋଗୁଁ ୨୦୨୧ରେ ଜନଗଣନା ହୋଇପାରିନାହିଁ । କେବେ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଦେଶରେ ଜାତିଭିତିକ ଜନଗଣନା ପାଇଁ ସମ୍ବିଧାନରେ ବ୍ୟବସ୍ଥା ନାହିଁ କିମ୍ବା ଅନମୁ ତି ଦେଇନାହିଁ । ଦେଶ ସ୍ୱାଧୀନ ହେବା ପରେ କେବେହେଲେ ଜାତିଭିତିକ ଜନଗଣନା ହୋଇନାହିଁ । ଏହା କିନ୍ତୁ ନି୧⁄୨ିତ ଯେ, ଦେଶରେ ଜାତି ସ।।ମଜିକ, ଆର୍ଥୀକ ଓ ରାଜନୈତିକ ଜୀବନରେ ପ୍ରମୁଖ ଭୂମିକା ନେଉଥିବାବେଳେ ଏ ସମ୍ପର୍କରେ ଦେଶରେ କୌଣସି ବିଶ୍ୱସନୀୟ ଓ ପର୍ଯ୍ୟାପ୍ତ ତଥ୍ୟ ଏଯାବତ୍ ନାହିଁ । ସାମାଜିକ ନ୍ୟାୟାକୁ ନି୧⁄୨ିତ କରିବା ଲାଗି ସଂପ୍ରତି ଜାତିଭିତିକ ଜନଗଣନାର ଆବଶ୍ୟକତା ରହିଛି, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଜାତିଭିତିକ ଜନଗଣନା ଦ୍ୱାରା ଏହାର ତଥ୍ୟକୁ ଆଧାର କରି ଜନମଙ୍ଗଳ ଯୋଜନା ଗୁଡିକର ରୂପରେଖ ପ୍ରସ୍ତୁତ କରିବା ଏବଂ ଏହାକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକାରୀ କରିବାରେ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ ।

ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସ୧ାନ ଭବନ,

ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

Related Articles

Leave a Reply

Your email address will not be published. Required fields are marked *

Back to top button