ଦେଶ ବିଦେଶ

ମଧ୍ୟପ୍ରଦେଶରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୯ ଜୀବନ; ୨ ଗୁରୁତର

ଝାବୁଆ: ମଧ୍ୟପ୍ରଦେଶର ଝାବୁଆ ଜିଲ୍ଳାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ସିମେଣ୍ଟ୍‌ରେ ଭର୍ତ୍ତି ହୋଇଥିବା ଏକ ଟ୍ରକ୍‌ଟି ଏକ କାର୍‌ ଉପରେ ଓଲଟି ପଡ଼ିବାକୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ୯ ଜଣ ମୃତଙ୍କ ବ୍ୟତୀତ ଆହୁରି ଦୁଇ ଜଣ ଗୁରୁତର ଆଘାତ ପାଇଁ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।  ଏହି ଘଟଣା ଜିଲ୍ଲା‌ର ମେଘନଗରଠାରେ ହୋଇଛି। ସୂଚନା ପାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ପଠାଇଛି।  ରାତି ୩ଟାରୁ ୪ଟା ମଧ୍ୟରେ ଘଟିଲା ଭୟଙ୍କର ଦୁର୍ଘଟଣା।

ସୂଚନା ଅନୁଯାୟୀ, ରାଜ୍ୟର ଝାବୁଆ ଜିଲ୍ଲାର ମେଘନଗର ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରାଜସ୍ଥାନରୁ ସିମେଣ୍ଟ ବୋଝେଇ ଏକ ଟ୍ରକ୍ ଏକ ଇକୋ ଭ୍ୟାନ୍ ଉପରେ ଓଲଟି ପଡ଼ିଲା। ଦୁର୍ଘଟଣାରେ ଇକୋରେ ଯାତ୍ରା କରୁଥିବା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇବା ସହିତ କାରରେ ଫସି ରହିଥିବା ଲୋକଙ୍କୁ ବାହାର କରି ଡାକ୍ତରଖାନା ନେଇଥିଲା। ତଦନ୍ତ ପରେ ଡାକ୍ତରମାନେ ନଅ ଜଣଙ୍କୁ ମୃତ ଘୋଷଣା କରିଥିଲେ, ଯେତେବେଳେ କି ଦୁଇ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button