କ୍ରାଇମ

କୋଟାରେ ଜୀବନ ହାରିଲେ ‘ଆଆଇଟି’ ଆଶାୟୀ ୧୮ ବର୍ଷୀୟ ଛାତ୍ର – Utkal Mail


କୋଟା: ମଙ୍ଗଳବାର ରାତିରେ ରାଜସ୍ଥାନର କୋଟାରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।

ସୂଚନାଯୋଗ୍ୟ, ପ୍ରବେଶିକା ପରୀକ୍ଷା ‘ହବ୍‌’ କୋଟାରେ ଏହା ହେଉଛି ଏ ମାସର ୪ର୍ଥ ତଥା ଚଳିତ ବର୍ଷର ୨୨ତମ ଛାତ୍ର ଆତ୍ମହତ୍ୟା ଘଟଣା।

ଗତରାତିରେ ଜୀବନ ହରାଇଥିବା ୧୮ ବର୍ଷିୟ ଛାତ୍ର ହେଉଛନ୍ତି ବିହାରର ଗୟା ନିବାସୀ ବାଲ୍ମୀକ ପ୍ରସାଦ ଜାଙ୍ଗିଡ଼। ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ରେ (ଆଇଆଇଟି) ନାଁ ଲେଖାଇବା ପାଇଁ ‘ଜଏଣ୍ଟ୍‌ ଏଣ୍ଟ୍ରାନ୍‌ସ୍‌ ଏକ୍ଜାମିନେସନ୍‌- ମେନ୍‌’ ଦେବା ପାଇଁ ସେ ଗୋଟାଏ କୋଚିଙ୍ଗ୍‌ ପ୍ରତିଷ୍ଠାନରେ ଅଧ୍ୟୟନ କରୁଥିଲେ।

ସେଥିପାଇଁ ସେ ଗତବର୍ଷରୁ କୋଟାର ମହାବୀର ନଗର ଅଞ୍ଚଳରେ ରହୁଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ମହାବୀର ନଗର ଥାନାର ଷ୍ଟେସନ୍‌ ଅଫିସର୍‌ ପରମଜିତ୍‌ ପଟେଲ୍‌ କହିଛନ୍ତି ଯେ, ମଙ୍ଗଳବାର ରାତିରେ ଥାନାକୁ ସୂଚନା ମିଳିଥିଲା ଯେ, କୋଟାର ମହାବୀର ନଗର ଅଞ୍ଚଳରେ ଜଣେ ତରୁଣ ଛାତ୍ର ଆତ୍ମହତ୍ୟା କରିଛନ୍ତି।

କୋଟାରେ ବାରମ୍ବାର ଛାତ୍ର ଆତ୍ମହତ୍ୟା ଘଟଣା ସମ୍ପ୍ରତି ଚିନ୍ତାର କାରଣ ହୋଇଛି। ଚଳିତ ବର୍ଷ ପ୍ରାୟ ୨୨ଜଣ ଛାତ୍ର କୋଟାରେ ଜୀବନ ହରାଇଲେଣି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button