ଦେଶ ବିଦେଶ

୭ ମହିଳାଙ୍କ ସମେତ ୨୪ ନକ୍ସଲଙ୍କ ଆତ୍ମସମର୍ପଣ: ମୁଣ୍ଡରେ ଥିଲା ୮୭ ଲକ୍ଷ ଟଙ୍କା ପୁରସ୍କାର

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ  ୨୦ ଜଣଙ୍କ ନାମରେ ୮୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏହି ୨୪ ମାଓବାଦୀଙ୍କ ମଧ୍ୟରୁ ୭ ଜଣ ମହିଳା ମାଓବାଦୀ ରହିଛନ୍ତି।

ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଜିତେନ୍ଦ୍ର ଯାଦବଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ସରକାରଙ୍କ ତରଫରୁ ନୂତନ ଆତ୍ମସମର୍ପଣ ନିୟମ ଅନୁଯାୟୀ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି କୁହାଯାଇଛି। ପୁଲିସର ଘନ ଘନ  ଚଢ଼ାଉ ଏବଂ ଏନକାଉଣ୍ଟରରେ ଲଗାତାର ନକ୍ସଲଙ୍କ ମୃତ୍ୟୁ ଏମାନଙ୍କୁ ଭୟଭୀତ କରିଥିଲା। ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାଇବେ ବୋଲି ଏମାନେ କହିଛନ୍ତି। ଚଳିତ ବର୍ଷ ବିଜାପୁର ଜିଲ୍ଲାରେ ୨୭୭ ଜଣ ନକ୍ସଲ ଆତ୍ମସମର୍ପଣ କରିଲେଣି।

ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଜିତେନ୍ଦ୍ର ଯାଦବଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ସରକାରଙ୍କ ତରଫରୁ ନୂତନ ଆତ୍ମସମର୍ପଣ ନିୟମ ଅନୁଯାୟୀ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି କୁହାଯାଇଛି। ପୁଲିସର ଘନ ଘନ  ଚଢ଼ାଉ ଏବଂ ଏନକାଉଣ୍ଟରରେ ଲଗାତାର ନକ୍ସଲଙ୍କ ମୃତ୍ୟୁ ଏମାନଙ୍କୁ ଭୟଭୀତ କରିଥିଲା। ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାଇବେ ବୋଲି ଏମାନେ କହିଛନ୍ତି।

ଚଳିତ ବର୍ଷ ବିଜାପୁର ଜିଲ୍ଲାରେ ୨୭୭ ଜଣ ନକ୍ସଲ ଆତ୍ମସମର୍ପଣ କରିଲେଣି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାର ଯେଉଁ ଟାର୍ଗେଟ ଧାର୍ଯ୍ୟ କରିଛନ୍ତି, ତାହା ନିଶ୍ଚିତ ସଫଳ ହେବ ବୋଲି ଆଶା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button