ବିଚାର

ଜୀବନର ପ୍ରତ୍ୟେକ ସମୟ ତଥା ସମସ୍ୟାରେ କାମରେ ଆସିଥାଏ ଶ୍ରୀ କୃଷ୍ଣଙ୍କର ଏହି ବାଣୀ ! ଏହାକୁ ନିଶ୍ଚିତ ଭାବରେ ମନେ ରଖନ୍ତୁ

ଦୁନିଆରେ ପ୍ରତ୍ୟେକ ମଣିଷର ଜୀବନରେ ଅନେକ ସମସ୍ୟା ଥାଏ ଯାହାଦ୍ୱାରା ମଣିଷ ସବୁବେଳେ ଚିନ୍ତିତ ଥାଏ ଏବଂ ତାହାକୁ ସମାଧାନ କରିବାକୁ ସାହସ ମଧ୍ୟ ହରାଇ ଦିଏ ।କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଥିବା କିଛି କଥା ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ ଅଟେ । ମହାଭାରତ ଯୁଦ୍ଧ ପୂର୍ବରୁ ଶ୍ରୀକୃଷ୍ଣ ଏବଂ କର୍ଣ୍ଣଙ୍କ ମଧ୍ୟରେ ହୋଇଥିବା ଏକ ସମ୍ବାଦରେ ଶ୍ରୀକୃଷ୍ଣ କିଛି ଏପରି ଉତ୍ତର ଦେଇଥିଲେ ଯାହାକି ମଣିଷ ଜୀବନର ସବୁ ସମସ୍ୟାର ଏକ ସମାଧାନ ହୋଇପାରେ ।

କର୍ଣ୍ଣଙ୍କ ପ୍ରଥମ ପ୍ରଶ୍ନ :-

୧ . ଜନ୍ମ ହେବା ପରେ ମୋ ମାତା ମୋତେ ତ୍ୟାଗ ଦେଇଥିଲେ । ତାହାଲେ କଣ ସୂର୍ଯ୍ୟ ପୁତ୍ର ହେବା ମୋର ଭୁଲ ଥିଲା ? ଗୁରୁ ଦ୍ରୋଣାଚାର୍ଯ୍ୟ ମୋତେ ଏହି କାରଣରୁ ଧନୁର୍ବିଦ୍ୟା ଦେଇ ନଥିଲେ କାହିଁକି ନା ମୁଁ କ୍ଷତ୍ରିୟ ନୁହେଁ । ପୁଣି ପର୍ଶୁରାମ ମୋତେ ବିଦ୍ୟା ନିଶ୍ଚିତ ଦେଲେ କିନ୍ତୁ ମୁଖ୍ୟ କ୍ଷତ୍ରିୟ ନଥିବା ଜାଣିବା ପରେ ସବୁ ବିଦ୍ୟା ଭୁଲି ଯିବାର ଅଭିଶାପ ମଧ୍ୟ ଦେଇଥିଲେ । ତେବେ ଏଥିରେ ମୋର ଭୁଲ ନଥିବା ସତ୍ତ୍ୱେ ଏପରି ଦଣ୍ଡ । ପୁଣି ମାତା କୁନ୍ତୀ ମୋତେ ନିଜ ପୁତ୍ର ବୋଲି ଏଥିପାଇଁ କହିଥିଲେ କାରଣ ସେ ନିଜ ପାଣ୍ଡଵ ପୁତ୍ରଙ୍କ ରକ୍ଷା କରିବାକୁ ଚାହୁଁଥିଲେ । ତେଣୁ ମୁଁ ଜୀବନରେ ଯାହାବି ମାନ ସମ୍ମାନ ଏବଂ ଖ୍ୟାତି ଅର୍ଜନ କରିଛି ତାହା କେବଳ ଦୁର୍ଜଧନ ପାଇଁ । ତେଣୁ ତାଙ୍କ ପକ୍ଷରୁ ହିଁ ଯୁଦ୍ଧ ଲଢ଼େଇ କରୁଛି । ତେଣୁ ଏଥିରେ ମୋର ବା ଭୁଲ କଣ ?

ଏହାର ଉତ୍ତରରେ ଶ୍ରୀକୃଷ୍ଣ କୁନ୍ତୀ ପୁତ୍ରଙ୍କୁ କହୁଛନ୍ତି :-

ତୁମ ଜୀବନ ଭଳି ମୋର ମଧ୍ୟ ଜୀବନ । ଯେଉଁଠି ମୋର ଜୀବନ ଏକ କାରାଗାରରେ ହୋଇଥିଲା । ମୋର ଜନ୍ମ ହେବା ପୂର୍ବରୁ ହିଁ ମୃତ୍ୟୁ ନିଶ୍ଚିତ କରାଯାଇଥିଲା । ଆଉ ମୋର ଜନ୍ମ ହେଉ ହେଉ ମୋ ମାତା ପିତାଙ୍କୁ ଅଲଗା ହେବାକୁ ପଡ଼ିଥିଲା । ତୁମେ ନିଜେ ପ୍ରେମ କରୁଥିବା ଝିଅକୁ ହିଁ ବିବାହ କରିଲ । ମାତ୍ର ମୋର ଦୁର୍ଭାଗ୍ୟ ଯେ ମୁଁ ଯାହାକୁ ପ୍ରେମ କଲି ତାକୁ ବିବାହ କରି ପାରିଲି ନାହିଁ । ବରଂ ମୋତେ ସେହି ସବୁ ଗୋପୀଙ୍କୁ ବିବାହ କରିବାକୁ ପଡ଼ିଲା ଯେଉଁମାନେ ମୋତେ ବିବାହ କରିବାକୁ ଚାହୁଁଥିଲେ । ଯଦି ଏହି ଯୁଦ୍ଧରେ ଦୁର୍ଯ୍ୟୋଧନ ଜିତିଯାଏ ତେବେ ନିଶ୍ଚିତ ଭାବରେ ତୁମକୁ ବଡ଼ ଶ୍ରେୟ ମିଳିବ କିନ୍ତୁ ଯୁଧିଷ୍ଠିର ଯୁଦ୍ଧ ଜିତିଲେ ମୋତେ କଣ ମିଳିବ ? ବରଂ ଏହି ଯୁଦ୍ଧ କରାଇଥିବାର ଦୋଷୀ କରାଇବେ ।

ତେଣୁ ଏଠାରେ କୃଷ୍ଣ କର୍ଣ୍ଣଙ୍କୁ କହିଛନ୍ତି ଯେ ସମସ୍ତଙ୍କ ଜୀବନ ସମସ୍ୟାରେ ପୂର୍ଣ୍ଣ ହୋଇ ରହିଥାଏ । ସମସ୍ତଙ୍କ ଜୀବନରେ ଅନ୍ୟାୟର କିଛି ସମୟ ତ ନିଶ୍ଚୟ ଥାଏ । ପ୍ରତି ମୁହୂର୍ତ୍ତରେ କେହି ନା କେହି ଅନ୍ୟାୟର ଶିକାର ହୋଇଥାଏ । ତେଣୁ ନିଜ ଜୀବନରେ ନିଜ ପ୍ରତି କେତେ ଅନ୍ୟାୟ ହୋଇଛି ତାହା ବିବେଚନା ନକରି ନିଜେ କେଉଁ ରାସ୍ତାରେ ଚାଲୁଛ ତାହା ଦେଖିବା ଉଚିତ । ଜୀବନରେ ଯେତେ ଅନ୍ୟାୟ ହୋଇଥିଲେ ବି ଯଦି ଆପଣ ଅଧର୍ମ ରାସ୍ତାରେ ଚାଲନ୍ତି ତେବେ ଏହା ନିଶ୍ଚିତ ଭାବରେ ଅଜ୍ଞାନ ହିଁ । କାରଣ ଅଧର୍ମ ସବୁ ସ୍ଥିତିରେ ବିନାଶର କାରଣ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button