ନୀତି

ଏହି ଦେବତାଙ୍କ ସହ ବିବାହ କରନ୍ତି କିନ୍ନର, ହୋଇଥାନ୍ତି କେବଳ ଗୋଟିଏ ରାତି ପାଇଁ ସୁହାଗନ, କିନ୍ତୁ କାହିଁକି

କଣ ଆପଣ କିନ୍ନରମାନଙ୍କର ବିବାହ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ କହିବୁ କେମିତି ହୋଇଥାଏ କିନ୍ନରମାନଙ୍କର ବିବାହ ଏବଂ କାହିଁକି ସେମାନଙ୍କର ବିବାହ କେବଳ ଗୋଟିଏ ଦିନରେ ହିଁ ହୋଇଥାଏ । କିନ୍ନର ମାନେ ନିଜ ଭଗବାନ ଅରାବନ ବା ଇରାବନ ଦେବତାଙ୍କ ସହିତ ବିବାହ କରିଥାନ୍ତି ଏବଂ ଏମିତି କୁହାଯାଇ ଥାଏ କି ବିବାହର ପର ଦିନ ତାଙ୍କ ଦେବତାଙ୍କର ମୃତ୍ୟୁ ହୋଇଯାଇ ଥାଏ ଏବଂ ସେ ବିଧବା ହୋଇଯାନ୍ତି । କିନ୍ନର ପ୍ରତି ବର୍ଷ ଗୋଟିଏ ଦିନରେ ବିବାହ କରିଥାନ୍ତି ଏବଂ ବିବାହ ପର ଦିନ ତାଙ୍କର ବୈବାହିବ ଜୀବନ ଶେଷ ହୋଇଯାଇ ଥାଏ ।

ଏବେ ଗୋଟିଏ ପ୍ରଶ୍ନ କି କିନ୍ନର ମାନେ ଏମିତି କାହିଁକି କରିଥାନ୍ତି ?

ତେବେ ଆସନ୍ତୁ ଜାଣିବା । ଗୋଟିଏ ଥର ମହାଭାରତରେ ଅର୍ଜୁନଙ୍କୁ ଦ୍ରୌପଦୀ ସହ ବିବାହ କରିବା ପାଇଁ ରଖା ଯାଇଥିବା ସର୍ତ୍ତ ନମାନିବା କାରଣରୁ ତାଙ୍କୁ ତୀର୍ଥଯାତ୍ରା ପାଇଁ ପଠାଇ ଦିଆ ଯାଇଥିଲା ଏବଂ ଯେତେବେଳେ ଅର୍ଜୁନ ତୀର୍ଥଯାତ୍ରା ପାଇଁ ବାହାରିଲେ ସେତେବେଳେ ସେ ରାସ୍ତାରେ ଜଣେ ନାଗ ରାଜକୁମାରୀଙ୍କୁ ଭଲପାଇ ବିବାହ କଲେ ଯାହା ପରେ ତାଙ୍କର ଗୋଟିଏ ପୁଅ ହେଲା ଯାହାର ନାମ ଅରାବନ ରଖାଗଲା ।

ପିଲାର ଜନ୍ମ ପରେ ଅର୍ଜୁନ ଦୁଇଜଣଙ୍କୁ ଛାଡିଦେଲେ ଏବଂ ସେ ନିଜ ଯାତ୍ରା ପାଇଁ ଆଗକୁ ବଢିଲେ । ଅର୍ଜୁନ ଯିବା ପରେ ଅରାବନ ନିଜ ମାଆଙ୍କ ସହିତ ରହିଲେ ଏବଂ କିଛି ଦିନ ପରେ ସେ ନିଜ ମାଆଙ୍କୁ ଛାଡି ତାଙ୍କ ବାପାଙ୍କ ପାଖକୁ ଗଲେ ଯେଉଁଠାରେ ଯୁଦ୍ଧ ଚାଲିଥିଲା । ସେହି ସମୟରେ ଅର୍ଜୁନ ଅରାବରଙ୍କୁ ଯୁଦ୍ଧ ପାଇଁ ରଣଭୂମିକୁ ପଠାଇ ଦେଲେ ।

ଯୁଦ୍ଧ ସମୟରେ ପାଣ୍ଡବଙ୍କୁ ଗୋଟିଏ ନର ବଳି ଦେବାକୁ ହୋଇଥାଏ ଯାହା ତାଙ୍କର ଜିତିବାର କାରଣ ହୋଇଥାଏ, ଏହି କାରଣରୁ ସେ ଗୋଟିଏ ନର ବଳି ଖୋଜୁଥିଲେ କିନ୍ତୁ କେହି ବି ରାଜକୁମାର ନିଜର ବଳି ପାଇଁ ପ୍ରସ୍ତୁତ ହେଉ ନଥିଲେ, ଏମିତିରେ ଅରାବନ ନିଜ ବଳି ପାଇଁ ପ୍ରସ୍ତୁତ ହୋଇ ଯାଇଥାଏ କିନ୍ତୁ ସେ ଗୋଟିଏ ସର୍ତ୍ତ ରଖିଲେ କି ସେ କୁମାର ଅବସ୍ଥାରେ ମରିବେ ନାହିଁ ।

ଏହି ସମୟରେ ସମସ୍ତେ ସମସ୍ୟାରେ ପଡିଗଲେ କାରଣ କେହି ବି ଅରାବନଙ୍କ ସହିତ ନିଜ ଝିଅର ବିବାହ କରିବେ ନାହିଁ କାରଣ ସମସ୍ତଙ୍କୁ ଜଣା ଥିଲା କି ଅରାବନ ମରିବାକୁ ଯାଉଛନ୍ତି । ସେହି ସମୟରେ ଭଗବାନ କୃଷ୍ଣ ମୋହିନୀ ରୂପ ନେଇ ଅରାବନଙ୍କ ସହିତ ବିବାହ କଲେ ଏବଂ ତାହା ପରେ ଅରାବନଙ୍କ ବଳି ଚଢାଗଲା । ସେହି କାରଣରୁ କିନ୍ନର ଗୋଟିଏ ରାତି ପାଇଁ ନିଜ ଭଗବାନ ଅରାବନଙ୍କ ସହିତ ବିବାହ କରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button