ଦେଶ ବିଦେଶ

ଟ୍ରେନ ମିସ ହେଇଗଲେ କି ଟିକେଟ ହଜି ଗଲେ, ତ ଜାଣନ୍ତୁ କେମିତି ପାଇବେ ଆପଣ ରିଫଂଡ ଓ ଆଉ ଗୋଟେ ଟିକେଟ

ଭାରତ ଏକ ଏମିତି ଦେଶ ଅଟେ ଯେଉଁଠି ଆଜି ବି ଦେଶର ପ୍ରାୟତଃ ଲୋକମାନେ ଟ୍ରେନରେ ଯାତ୍ରା କରିଥାନ୍ତି । କିନ୍ତୁ କିଛି ଲୋକମାନେ ଟ୍ରେନରେ ଯାତ୍ରା ତ କରନ୍ତି କିନ୍ତୁ ରେଲୱେ ସବନ୍ଧିତ ନିୟମ ଗୁଡିକ ବିଷୟରେ ଅବଗତ ନଥାନ୍ତି । ଯାହା ଦ୍ଵାରା ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କହି ଦେଉଛୁ ଯେ ଟ୍ରେନରେ ଯାତ୍ରୀମାନଙ୍କର ସୁବିଧା ପାଇଁ ଇଣ୍ଡିଆନ ରେଲୱେ ବିଭିନ୍ନ ପ୍ରକାରର ନିୟମ କରିଛି, ଯାହା ଦ୍ଵାରା କାହକୁ ବି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ନାହିଁ ।

କେତେ ଥର ଦେଖା ଯାଇଛି କି ଆପଣମାନେ ଟ୍ରେନର ଟିକେଟ ଘରୁ ଆଣିବାକୁ ଭୁଲି ଯାଇଛନ୍ତି କିମ୍ବା ଟିକେଟ ଆପଣଙ୍କ ଠାରୁ ହଜି ଯାଇଛି । ଏହା ଛଡା ଆପଣ ଟ୍ରେନ ଧରି ପାରି ନାହାନ୍ତି । ତେବେ ଏହି ସବୁ ଅସୁବିଧା ପାଇଁ ରେଲୱେରେ ବିଭିନ୍ନ ନିୟମ ତିଆରି କରା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ଟ୍ରେନକୁ ନ ଧରି ପାରିଲେ ଆପଣ କେମିତି ରିଫଣ୍ଡ ପାଇବେ ସେହି ବିଷୟରେ କହିବାକୁ ଯାଉଛୁ ।

କେମିତି କରିବେ ଡୁପ୍ଲୀକେଟ ଟିକଟ ପାଇଁ ଆବେଦନ

ଇଣ୍ଡିଆନ ରେଲୱେ ପୋର୍ଟଲ indianrail.gov.in ରେ ଦିଆ ଯାଇଥିବା ସୂଚନା ଅନୁସାରେ ଆପଣ ନିଜର ଡୁପ୍ଲୀକେଟ ଟିକଟ କରିବା ପାଇଁ ଆପଣଙ୍କୁ ଚାର୍ଟ କରିବା ପୂର୍ବରୁ ପ୍ରଥମେ ଆବେଦନ କରିବାକୁ ପଡିବ । ଯେଉଁଥି ପାଇଁ ଆପଣ ୫୦ ଟଙ୍କା ଫିସ ଦେବା ପରେ ଆପଣଙ୍କୁ ଦ୍ଵିତୀୟ ଟିକେଟ ମିଳିଯିବ । କହିଦେଉଛୁ ଯେ ୫୦ ଟଙ୍କା ଫିସ ସ୍ଲୀପର କ୍ଲାସର ପାଇଁ ଅଟେ ।

ଯଦି ଆପଣଙ୍କୁ ଏସି କ୍ଲାସ ଟିକେଟ ଦରକାର ତେବେ ଏହାର ଫିସ ବଢିଯିବ । ଯଦି ଆପଣ ଚାର୍ଟ କରିବା ପରେ ଡୁପ୍ଲୀକେଟ ଟିକଟ ପାଇଁ ଆବେଦନ କରିଛନ୍ତି ତେବେ ଏମିତିରେ ଆପଣ ନିଜର ଟିକେଟର ଦାମର ଅଧା ଦାମ ଦେବେ ।

ଡୁପ୍ଲୀକେଟ ଟିକଟ ଫେରାଇ ହେବ

ଯଦି ଆପଣଙ୍କର ଟିକେଟ ୱେଟିଂଗ ଲିସ୍ଟରେ ଅଛି ଏବଂ ଏମିତିରେ ଆପଣଙ୍କର ଟିକେଟ ହଜି ଯାଇଛି ତେବେ ଆପଣଙ୍କୁ ଡୁପ୍ଲୀକେଟ ଟିକଟ ମିଳିବ ନାହିଁ । ଏହା ସହିତ ଯେଉଁ ଯାତ୍ରୀମାନଙ୍କର ଆରଏଏସୀ ର ଟିକେଟ ଅଛି, ତେବେ ତାଙ୍କୁ ବି ଡୁପ୍ଲୀକେଟ ଟିକଟ ଦିଆ ଯିବ ନାହିଁ । ଯଦି ଆପଣ ଡୁପ୍ଲୀକେଟ ଟିକଟ କରି ଦେଇଛନ୍ତି ଏହା ପରେ ଆପଣଙ୍କୁ ନିଜର ଓରିଜିନଲ ଟିକଟ ମିଳି ଯାଉଛି ତେବେ ଆପଣ ଡୁପ୍ଲୀକେଟ ଟିକଟକୁ ଫେରାଇ ପାରିବେ ।

ଟ୍ରେନ ଛାଡିଦେଲେ ମିଳିଯିବ ଆପଣଙ୍କର ଟଙ୍କା

ଯଦି ଆପଣ ନିଜର ଟ୍ରେନକୁ ଛାଡି ଦେଲେ ତେବେ ଆପଣ ଟିକେଟର ଟଙ୍କାକୁ ଆପଣ ଫେରି ପାଇବେ । ସେଥିପାଇଁ ଆପଣଙ୍କୁ କିଛି ସମୟ ଭିତରେ ହିଁ ଟୀଡୀଆର ଭରି ଦେବାକୁ ପଡିବ । ଏହା କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କର ଟିକେଟର ୫୦% ଟଙ୍କା ମିଳିଯିବ ।

ଆଗକୁ ଯିବା ପାଇଁ

ବେଳେ ବେଳେ ଏମିତି ହୋଇଥାଏ କି ଆପଣ ଟିକେଟ ଯେଉଁ ଜାଗା ପର୍ଯ୍ୟନ୍ତ କରିଛନ୍ତି ତାହା ଠାରୁ ଆଗକୁ ଆପଣ ଯିବାକୁ ଚାହୁଁଛନ୍ତି ତେବେ ଏମିତିରେ ରେଲୱେ ଆପଣଙ୍କୁ ସଙ୍ଗେ ସଙ୍ଗେ ନିଜ ଟିକେଟର ସୀମା ବଢାଇବର ସୁବିଧା ବି ଦେଇ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button