ଦେଶ ବିଦେଶ

ଦିନକ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ସମେତ ୧୨ ଆପ୍‌ ବିଧାୟକ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଳୀ ମଦ ନୀତି ଉପରେ ଭାରତର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (ସିଏଜି) ରିପୋର୍ଟ ଉପସ୍ଥାପନ କରାଯିବାକୁ ନେଇ ହଟ୍ଟଗୋଳ ଉପୁଜିବାରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମେତ ୧୨ ଜଣ ଆମ ଆଦମୀ ପାର୍ଟି (ଆପ) ବିଧାୟକଙ୍କୁ ବିଧାନସଭା ଅଧିବେଶନରୁ ଦିନକ ପାଇଁ ନିଲମ୍ବିତ କରାଯାଇଛି।

ଅଧିବେଶନ ଆରମ୍ଭ ହେବା ମାତ୍ରେ ଉପରାଜ୍ୟପାଳ ଭିକେ ସକ୍ସେନା ଗୃହକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣ ବିରୋଧରେ ଆପ ବିଧାୟକମାନେ ସ୍ଲୋଗାନ ଦେଇ ବାଧା ସୃଷ୍ଟି କରି ବିଜେପି ସରକାରଙ୍କ ବିରୋଧରେ ହୋହାଲ୍ଲା କରିଥିଲେ।

ବାଚସ୍ପତି ବିଜେନ୍ଦର ଗୁପ୍ତା ବିଧାୟକମାନଙ୍କୁ ଶାନ୍ତ ରହିବା ପାଇଁ ଅନେକ ଅନୁରୋଧ କରିଥିଲେ, କିନ୍ତୁ ସେମାନେ ଉପରାଜ୍ୟପାଳଙ୍କ ଭାଷଣରେ ବାଧା ସୃଷ୍ଟି କରି ଚାଲିଥିଲେ। ଫଳସ୍ୱରୂପ, ବାଚସ୍ପତି ବିଧାୟକମାନଙ୍କୁ ଦିନକ ପାଇଁ ନିଲମ୍ବିତ କରିଥିଲେ।

ନିଲମ୍ବନ ପରେ ବିଧାୟକମାନେ ବିଧାନସଭା ପରିସରରେ ଧାରଣା ଦେବା ସମୟରେ ଅତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବି.ଆର. ଆମ୍ବେଦକରଙ୍କ ଫଟୋ ହଟାଇ ତାଙ୍କୁ ଅସମ୍ମାନ କରିଛି।

“ବାବାସାହେବ ଆମ୍ବେଦକରଙ୍କ ଫଟୋଗ୍ରାଫ୍ ହଟାଇ ବିଜେପି ତାର ପ୍ରକୃତ ରଙ୍ଗ ଦେଖାଇଛି। ଦଳ କ’ଣ ବିଶ୍ୱାସ କରେ ଯେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର) ମୋଦୀ ବାବାସାହେବଙ୍କ ଜାଗା ନେଇପାରିବେ?’’ ଅତିଶୀ ସାମ୍ବାଦିକମାନଙ୍କୁ କହିଥିଲେ।

“ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଫଟୋଗ୍ରାଫ୍ ସ୍ଥାନିତ ନହେବା ପର୍ଯ୍ୟନ୍ତ ଆମେ ପ୍ରତିବାଦ ଜାରି ରଖିବୁ,” ବୋଲି ବିରୋଧୀ ଦଳ ନେତା କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button