ବିଚାର

ମରିବାର କେତେଦିନ ପର୍ଯ୍ୟନ୍ତ ପ୍ରେତଆତ୍ମା ଘରେ ରୁହନ୍ତି

ଜନ୍ମ ଏବଂ ମୃତ୍ୟୁ ଏହି ୨ଟି ଜିନିଷ ସତ୍ୟ ଏବଂ ପରିପୂରକ ଅଟେ। ଜଣେ ଜନ୍ମ ଲାଭ କରିଛ ମାନେ ମୃତ୍ୟୁ ସୁନିଶ୍ଚିତ। ତେବେ ମୃତ୍ୟୁର ଦେବତା ଯମରାଜ ନିଜ ଗୁପ୍ତଚରଙ୍କୁ ପଠାଇ ଆୟୁଷ ପୂରି ଯାଇଥିବା ବ୍ୟକ୍ତିଙ୍କ ଜୀବନ ହରଣ କରିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ତାହା ହେଉଛି ମୃତ୍ୟୁ ପରେ ମଧ୍ୟ ମୃତକର ଆତ୍ମା କେତେ ଦିନ ପର୍ଯ୍ୟନ୍ତ ଘରେ ରହେ ସେ ବିଷୟରେ ଆମେ ଆପଣଙ୍କୁ କହିବୁ।

ଗରୁଡ଼ ପୁରାଣ ଅନୁସାରେ, ମୃତ୍ୟୁପରେ ମୃତକର ଆତ୍ମାକୁ ନେବାପାଇଁ ଯମ ପୁରରୁ ଦୂତ ଆସିଥାନ୍ତି ଏବଂ ସେହି ଜୀବାତ୍ମାକୁ ନିଜ ସହିତ ନେଇ ଯାଆନ୍ତି। ଯମ ପୁରରେ ମୃତକ ଆତ୍ମାର କୁଣ୍ଡଳୀ ଖୋଲା ଯାଇଥାଏ ଏବଂ ସେଠାରେ ତା’ର ପାପ ପୁଣ୍ୟର ହିସାବ କରାଯାଇଥାଏ।

ଗରୁଡ଼ ପୁରାଣ ଅନୁସାରେ, ଜୀବାତ୍ମାର ପାପ ପୁଣ୍ୟ ହିସାବ ପରେ ସେହି ଆତ୍ମାକୁ ପୁଣିଥରେ ସେହି ଘରକୁ ପଠା ଯାଇଥାଏ। ତେବେ ଆତ୍ମା ନିଜ ଘରେ ୧୩ ଦିନ ପର୍ଯ୍ୟନ୍ତ ରହିଥାଏ। ତେବେ ସେଠାରେ ସେ ୧୩ ଦିନ ଅତିବାହିତ କରିବା ପରେ ପୁଣିଥରେ ଯମ ପୁରକୁ ପ୍ରତ୍ୟାବର୍ତ୍ତନ କରିଥାଏ।

ମର୍ତ୍ତ୍ୟ ପୁରକୁ ଫେରିବା ପରେ ଆତ୍ମା ଟି ମନୁଷ୍ୟ ଶରୀରରେ ପ୍ରବେଶ କରିବା ପାଇଁ ପ୍ରଚେଷ୍ଟା କରିଥାଏ ହେଲେ ଯମ ଦୂତ ମାନେ ଆତ୍ମାର ହାତକୁ ବାନ୍ଧି ଦେଇଥାନ୍ତି ଯାହାଫଳରେ ସେ ଅନ୍ୟ କାହାର ମନୁଷ୍ୟ ଶରୀର ଭିତରେ ପ୍ରବେଶ କରି ପାରେ ନାହିଁ।

ସେ ନିଜର ପରିବାର, ସମ୍ପର୍କୀୟ ସମସ୍ତଙ୍କୁ ଦୁଃଖ ପ୍ରକାଶ କରୁଥିବାର ଦେଖିଥାଏ। ହେଲେ ସେ ଅସମର୍ଥ ଥାଏ କିଛି କରିବା ପାଇଁ। ହେଲେ ଶରୀର ମରିଗଲେ ମଧ୍ୟ ଆତ୍ମାକୁ ଭୋକ ହୋଇଥାଏ ତେଣୁ ମୃତ୍ୟୁପରେ ଆତ୍ମାର ଶାନ୍ତି ପାଇଁ ହାଣ୍ଡି ଓ ଭୋଜନ ଆଦି ଦିଆଯାଏ। ପିଣ୍ଡଦାନ ମଧ୍ୟ କରାଯାଏ।

Related Articles

Leave a Reply

Your email address will not be published. Required fields are marked *

Back to top button