ଦେଶ ବିଦେଶ

ଏକ ରାଷ୍ଟ୍ର, ଏକ ନିର୍ବାଚନ ପ୍ରସଙ୍ଗ: କ’ଣ କହୁଛନ୍ତି ସରକାର ଓ ବିରୋଧୀ

ନୂଆଦିଲ୍ଲୀ: ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ର ଅର୍ଥ ହେଉଛି ସମସ୍ତ ଭାରତୀୟ ଭୋଟର୍ ଗୋଟିଏ ବର୍ଷରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରତିନିଧି ବାଛିବାପାଇଁ ମତଦାନ କରିବେ। ସମାନ ସମୟରେ ନହେଲେ ବି ଗୋଟିଏ ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ସବୁ ରାଜ୍ୟରେ ଏକ ସଙ୍ଗରେ ନିର୍ବାଚନ ହେବ। ବର୍ତ୍ତମାନ କେବଳ ଅଳ୍ପ କିଛି ରାଜ୍ୟରେ ଏକ ସଙ୍ଗେ ନିର୍ବାଚନ ହେଉଛି।

ଏହି ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଓଡ଼ିଶା। ଏପ୍ରିଲ-ଜୁନ୍ ଲୋକସଭା ନିର୍ବାଚନ ସମୟରେ ଏହି ୩ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପଦ୍ଧତି ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ।

ଏହା କାର୍ଯ୍ୟକାରୀ କରିବା ଦିଗରେ ଆମେ ସର୍ବଭାରତୀୟ ସ୍ତରରେ ଆଲୋଚନା ଆରମ୍ଭ କରିବୁ। ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ପ୍ରାରମ୍ଭିକ ପ୍ରକ୍ରିୟାରେ ୮୦ ପ୍ରତିଶତ ଭୋଟର ‘ଏକ ରାଷ୍ଟ୍ର , ଏକ ନିର୍ବାଚନ’କୁ ସମର୍ଥନ କରିଛନ୍ତି। ଏଥିପାଇଁ ସବୁଆଡ଼ୁ ସମର୍ଥନ ମିଳିଛି। କିନ୍ତୁ କଂଗ୍ରେସ ସମେତ ୧୫ଟି ବିରୋଧୀ ଦଳ ଏହି ଯୋଜନାକୁ ବିରୋଧ କରିଛନ୍ତି। କଂଗ୍ରେସ କହିଛି ଏହି ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ କରିହେବ ନାହିଁ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆଗକୁ ନିର୍ବାଚନ ଅଛି ଏବଂ ସେମାନଙ୍କ ନିକଟରେ କିଛି ପ୍ରସଙ୍ଗ ନାହିଁ। ତେଣୁ ସେମାନେ ଏହି ପ୍ରସଙ୍ଗ ଏବେ ଉଠାଇଛନ୍ତି। ଗତ ସପ୍ତାହରେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ କହିଥିଲେ, ବର୍ତ୍ତମାନର ସମ୍ବିଧାନ ଅଧୀନରେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପଦ୍ଧତି ସମ୍ଭବ ନୁହେଁ। କାରଣ ଏଥିପାଇଁ ୫ଟି ସାମ୍ବିଧାନିକ ସଂଶୋଧନ ଆବଶ୍ୟକ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button