ଓଡିଶା

ଏଟିଏମରେ ଫେସିଆଲ ବାୟୋମ୍ୟାଟ୍ରିକ ଲଗାଇବା ଆବଶ୍ୟକ: ହାଇକୋର୍ଟ – Utkal Mail



କଟକ: ଏଟିଏମରୁ ଯେଉଁଭଳି ଭାବେ ଦୁର୍ବୃତ୍ତମାନେ ମୁହଁରେ କପଡା କିମ୍ବା ହେଲମେଟ ଲଗାଇ ଟଙ୍କା ନେଇଯାଉଛନ୍ତି ବା ତାଡି ଦେଉଛନ୍ତି ତାକୁ ନେଇ ହାଇକୋର୍ଟ ଚିନ୍ତାବ୍ଯକ୍ତ କରିଛନ୍ତି। ଏବେ ଏହି ସବୁ ବ୍ଯକ୍ତିଙ୍କୁ କାବୁ କରିବାକୁ ହେଲେ ଟଙ୍କା ଉଠାଇବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଏଟିଏମରେ ଫେସିଆଲ୍ ବାୟୋମେଟ୍ରିକ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ୍ ଲଗାଇବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ହାଇକୋର୍ଟ ପରାମର୍ଶ ଦେଇଛନ୍ତି।

ଜଣେ ବ୍ୟକ୍ତି ତାଙ୍କ ଅପହୃତ ନାବାଳିକା ଝିଅକୁ ଉଦ୍ଧାର କରିବା ପାଇଁ ଏକ ଆବେଦନ କରିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ବେଳେ ଅପହରଣକାରୀ କେନ୍ଦ୍ରାପଡା ଜିଲ୍ଲାରେ ଉକ୍ତ ବ୍ୟକ୍ତିଙ୍କ ମା’ଙ୍କ ଏଟିଏମ୍ କାର୍ଡ ବ୍ୟବହାର କରିଥିବା ଜଣାପଡ଼ିଥିଲା।

କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଅନେକ ଲୋକ ଏଟିଏମ୍ ଟ୍ରାଞ୍ଜାକସନ୍ କରିବା ସମୟରେ ନିଜ ପରିଚୟ ଲୁଚାଇ ରଖନ୍ତି। ଯେଉଁଥିପାଇଁ ବେଆଇନ କାର୍ଯ୍ୟକଳାପ କ୍ଷେତ୍ରରେ ସେମାନଙ୍କୁ ଠାବ କରିବା କଷ୍ଟକର ହୋଇପଡ଼େ। ଫେସିଆଲ୍ ବାୟୋମେଟ୍ରିକ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ୍ ଏଭଳି ଅପରାଧକୁ ରୋକିବା ସହ ତଦନ୍ତକୁ ସହଜ କରିପାରିବ ବୋଲି ଏଥିରେ ପରାମର୍ଶ ଦିଆଯାଇଛି।

ଏଟିଏମରେ ଫେସିଆଲ୍ ବାୟୋମେଟ୍ରିକ୍ ଚିହ୍ନଟ ପାଇଁ ଆବଶ୍ୟକ ଗାଇଡଲାଇନ୍ ଓ ଭିତ୍ତିଭୂମି କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ରାଜ୍ୟ ଓକିଲ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button