ଦେଶ ବିଦେଶ

ଜାତୀୟତାବାଦ ନାମରେ ଭାରତକୁ ଲୁଟୁଛି ଆଦାନୀ ଗ୍ରୁପ୍: ହିଣ୍ଡେନବର୍ଗ ରିସର୍ଚ୍ଚ

ନୂଆଦିଲ୍ଲୀ: ଆମେରିକୀୟ ଫରେନସିକ୍ ଫାଇନାନ୍ସିଆଲ୍ ରିସର୍ଚ୍ଚ କମ୍ପାନୀ ‘ହିଣ୍ଡେନବର୍ଗ’ ଯେଉଁ ଅଭିଯୋଗ ଆଣିଛି ଆଦାନୀ ଗ୍ରୁପ୍ ତାର ୪୧୩ ପୃଷ୍ଠାର ଜବାବ ରଖିଛି |

ଆଦାନୀ ଗ୍ରୁପ କର୍ପୋରେଟ ଜଗତରେ ବଡ଼ ଧରଣର ଠକେଇ ଓ ଅନିୟମିତତା କରିଛି ବୋଲି ହିଣ୍ଡେନବର୍ଗ ନିକଟରେ ଏହାର ଏକ ରିପୋର୍ଟରେ ଅଭିଯୋଗ କରିଥିଲା।

ଏହି ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ସେୟାର ମୂଲ୍ୟରେ ବଡ଼ ହ୍ରାସ ରେକର୍ଡ କରାଯାଇଥିଲା ।

ରବିବାର ବିଳମ୍ବିତ ରାତିରେ ଆଦାନୀ ଗ୍ରୁପ୍ ତରଫରୁ ଜାରି ଏହାର ୪୧୩ ପୃଷ୍ଠାର ଜବାବରେ ହିଣ୍ଡେନବର୍ଗ ରିପୋର୍ଟକୁ ‘ଭାରତ ଉପରେ ଆକ୍ରମଣ’ ବୋଲି କହିଛି ।

ହିଣ୍ଡେନବର୍ଗ ମଧ୍ୟ ଏହାର ପ୍ରତିକ୍ରିୟା ରଖି କହିଛି ଯେ ଜାତୀୟତା ପଛରେ ଠକେଇ ଲୁଚି ରହିପାରିବ ନାହିଁ।

ହିନ୍ଦେନବର୍ଗ ନିଜ ୱେବସାଇଟରେ ପ୍ରକାଶିତ ପ୍ରତିକ୍ରିୟାରେ କହିଛି – “ଆଦାନୀ ଗ୍ରୁପ୍ ଏହି ପ୍ରସଙ୍ଗକୁ ଜାତୀୟତାବାଦ ରଙ୍ଗ ଦେଇ ଆମର ରିପୋର୍ଟକୁ ‘ଭାରତ ଉପରେ ସୁଚିନ୍ତିତ ଆକ୍ରମଣ’ ବୋଲି କହି ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରିଛି। ସଂକ୍ଷେପରେ, ଆଦାନୀ ଗ୍ରୁପ୍ ତଥା ଏହାର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ସମ୍ପତ୍ତିର ବ୍ୟାପକ ଅଭିବୃଦ୍ଧିକୁ ଭାରତର ସଫଳତା ସହିତ ଯୋଡିବାକୁ ଚେଷ୍ଟା କରିଛି।

“ଆମେ ଏଥିରେ ସହମତ ନୋହୁଁ। ଖାଲି ସେତିକି ନୁହେଁ ଆମର ବିଶ୍ବାସ ଯେ ଭାରତ ଏକ ସମୃଦ୍ଧ ଗଣତନ୍ତ୍ର ତଥା ଉଜ୍ଜ୍ୱଳ ଭବିଷ୍ୟତ ସହ ଏକ ଉଦୀୟମାନ ମହାଶକ୍ତି । କିନ୍ତୁ ଆଦାନୀ ଗ୍ରୁପ ଭାରତୀୟ ପତାକା ନାମରେ ଭାରତକୁ ଲୁଟୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button