ଦେଶ ବିଦେଶ

ଓଓ୍ବୈସିଙ୍କ ସରକାରୀ ବାସଭବନ ଉପରକୁ ପଥରମାଡ଼ ! – Utkal Mail


ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରବିବାର ସନ୍ଧ୍ୟାରେ ଓୱେସିଙ୍କ ସରକାରୀ ବାସଭବନ ଭିତରେ ଥିବା କାଚ ଭାଙ୍ଗିଯାଇଥିବା ଦେଖାଯିବା ପରେ ଏହି ସଂଦେହ କରାଯାଉଛି ।

ଘରର ସହାୟକ କର୍ମଚାରୀ ରୋହିତ କହିଛନ୍ତି ଯେ ରବିବାର ରାତିରେ କୁକୁରମାନେ ଭୁକିବା ପରେ ଘର ପଛ କବାଟରେ ଲାଗିଥିବା ଦୁଇଟି ଲ୍ୟାମ୍ପ୍ ନଷ୍ଟ ହୋଇଥିବା ଦେଖିଥିଲେ। ଗୋଟିଏ ଦୀପ ଭାଙ୍ଗି ଝୁଲୁଥିବା ବେଳେ ଅନ୍ୟ ଦୀପର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ମୁଖ୍ୟ କବାଟ ପାଖକୁ ଯିବାପରେ ଡ୍ରଇଙ୍ଗ୍ ରୁମ୍ କବାଟର କାଚ ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ରୋହିତଙ୍କ ଏତଲା ପରେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏବେ ପୁଲିସ କହିଛି ଯେ ପ୍ରାଥମିକ ତଦନ୍ତରେ ଘଟଣାସ୍ଥଳରୁ କୌଣସି ପଥର ଭଳି ଜିନିଷ ମିଳିନଥିବାରୁ ପଥରମାଡ଼ ବିଷୟରେ ଏବେଠାରୁ କିଛି କହିହେବ ନାହିଁ । ତେବେ କାଚ ଭାଙ୍ଗିବାର କାରଣ ଜାଣିବା ପାଇଁ ପୁଲିସ ପୂରା ଘଟଣାର ତଦନ୍ତ ଚଳାଇଛି।

ଏହି ଘଟଣା ସଂପର୍କରେ ନିଜର ପ୍ରତିକ୍ରିୟାରେ ଓଓ୍ବୈସି କହିଛନ୍ତି ଯେ ଏପର୍ଯ୍ୟନ୍ତ ମୁସଲମାନମାନଙ୍କ ଘର ଉପରେ ବୁଲଡୋଜର ଚଳାଯାଉଥିଲା । କିନ୍ତୁ ଏବେ ଜଣେ ସାଂସଦଙ୍କ ଘର ଉପରକୁ ପଥରମାଡ଼ ହେଉଛି । କିନ୍ତୁ ସେ ଏହାକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button