କ୍ରାଇମ

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀର ଜୀବନ ନେଲା ସ୍ବାମୀ! ଅଭିଯୁକ୍ତ ଥାନାରେ ଅଟକ – Utkal Mail


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର – ଆମ୍ବଠା ରାସ୍ତା ପାର୍ଶ୍ବରେ ଥିବା ଏକ ଇଟାଭାଟି ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ସ୍ବାମୀ ଥାନାରେ ଅଟକ ରହିଥିବାର ଖବର ମିଳିଛି।

ଖବର ପାଇ ପାଟପୁର ଥାନା ପୁଲିସ ପକ୍ଷରୁ ଏସ.ଆଇ ଟୁନା ପିଡ଼ିକା,  ଓ ଏସ.ଆଇ ମିଲନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ନେଇ ଜଣାପଡ଼ିଛି। ପଳାଶପୁରର ବାଉରୀ ସାହିର ମୃତ ମହିଳାଙ୍କ ନାମ ସୁଲୋଚନା ଦାସ। ଅଟକ ସ୍ଵାମୀଙ୍କ ନାମ ରଞ୍ଜନ ଦାସ ବୋଲି ଜଣାଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ରଞ୍ଜନ ସୁଲୋଚନାଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button