ବିଚାର

ପୂଜାପାଠ ନକରି ଏହି ଗୋଟେ କାର୍ଯ୍ୟ ଚୁପଚାପ କରନ୍ତୁ, ଖୁବ୍ ଶୀଘ୍ର ମିଳିବ ଶୁଭ ଫଳ

ଆପଣ ମାନଙ୍କୁ ନବରାତ୍ରି ଉପଲକ୍ଷେ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କର ସ୍ବରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ମାଆ ଦୁର୍ଗାଙ୍କ ଆଶୀର୍ବାଦରେ ଶତ୍ରୁ ଦୂର ହୋଇ ଥାନ୍ତି ଏବଂ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ନଅ ଦିନ ପର୍ଯ୍ୟନ୍ତ ଆପଣ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ ମାଆ ଦୁର୍ଗା ଘରକୁ ଆଗମନ କରିଥାନ୍ତି।

ନବରାତ୍ରିରେ ଆମେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ ମଧ୍ୟ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆମେ ଦେବୀ ଦୁର୍ଗାଙ୍କର କୃପାରୁ ବଞ୍ଚିତ ରହି ଥାଉ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କୁ, ନବରାତ୍ରିରେ କିଛି ଖାସ ଉପାୟ କଲେ, କିପରି ଆପଣ ଶୁଭ ଫଳ ପ୍ରାପ୍ତ କରି ପାଇବେ। ନବରାତ୍ରିରେ ଆପଣ ସକାଳୁ ଉଠି ଗୋଟେ ଲୋଟା ଜଳରେ ଅଳ୍ପ ହଳଦୀ ମିଶାଇ ଘର ବାହାରେ ଓ ଘରର ପ୍ରତ୍ୟେକ କୋଣ ଓ ଅନୁକୋଣରେ ସିଞ୍ଚନ କରନ୍ତୁ।

ନବରାତ୍ରିରେ ଘରର ଦୁଆର ମୁହଁକୁ ଗେଣ୍ଡୁ ଫୁଲ ଓ ଆମ୍ବ ପତ୍ର ନେଇ ସଜାଇ ଦିଅନ୍ତୁ। ଏହାସହିତ ମୁଖ୍ୟ ଦୁଆର ମୁହଁ ସାମ୍ନାରେ ସ୍ଵସ୍ତିକ ଚିହ୍ନ ତିଆରି କରନ୍ତୁ। ଏହି ସ୍ଵସ୍ତିକ ଚିହ୍ନ ଆପଣ ସିନ୍ଦୂର ବା ହଳଦୀରେ ଘିଅ ମିଶାଇ ଲଗାନ୍ତୁ। ଯଦି ଆପଣ ନବରାତ୍ରିରେ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋ ଆଣୁଛନ୍ତି, ତାହେଲେ ତିନୋଟି ମୟୂର ପର ଲଗାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯିବ।

ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ଅର୍ପଣ କରୁଥିବା ଚାଉଳକୁ ଗୋଟେ ଲାଲ କପଡ଼ାରେ ରଖିବେ ଏବଂ ପାଞ୍ଚଟି ଲବଙ୍ଗ ରଖି ଏହାକୁ ଗୋଟେ ରକ୍ଷା ସୂତ୍ରରେ ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ଘରର ମୁଖ୍ୟ ଦୁଆର ସାମ୍ନାରେ ବାନ୍ଧି ଦିଅନ୍ତୁ। ଏହାକୁ ବର୍ଷେ ପର୍ଯ୍ୟନ୍ତ ଟାଙ୍ଗି ରଖନ୍ତୁ। ଏହାଦ୍ବାରା ବାହାରୁ କୌଣସି ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିବ ନାହିଁ। ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଆପଣ ନବରାତ୍ରିରେ ଦେବୀଙ୍କ ପାଖରେ କର୍ପୂର ଜଳାଇ ଆଳତି କରନ୍ତୁ ଏବଂ ଘର ସାରା ବୁଲାଇ ଆଣନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button