ଓଡିଶା

ମୋ ସ୍ୱାମୀ ଚାଲିଗଲା ପରେ ସରକାର ଦେଇଥିବା 15 ଲକ୍ଷ ଟଙ୍କାକୁ ଧମକ ଦେଇ ଛଡାଇନେଲେ ଶାଶୁ ଶ୍ୱଶୁର, ଅଭିଯୋଗ ଆଣିଲେ ବୋହୂ

ସରକାର ଦେଲେ ମୋତେ 15 ଲକ୍ଷ ଟଙ୍କା କାରଣ ମୋ ସ୍ଵାମୀ କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସହାୟତା ରାଶିରେ ମୋ ଛୁଆର ଭବିଷ୍ୟତ ପାଇଁ ସରକାର ଆର୍ଥିକ ରାଶି ଦେଇଥିଲେ । ହେଲେ ସବୁ ଟଙ୍କା କୁ ମୋ ଠାରୁ ଛଡାଇ ନେଇଗଲେ ମୋ ଶାଶୁ ଶ୍ଵଶୁର । ମୋ ଛୁଆକୁ ମାରିବାକୁ ଧମକ ଦେଲେ । ମୋତେ ମାଡ ମାରିଲେ ଜୋର ଜବରଦାସ୍ତ କରି ମୋ ଠାରୁ ଦସ୍ତଖତ କରିବି । ମୁଁ ଏବେ କଣ କରିବି ମୋ ପାଖ ରେ ତ ମୋ ସ୍ଵାମୀ ବି ନାହାନ୍ତି ।

ମୋର ଓ ମୋ ଛୁଆର ଯେଉଁ ଟଙ୍କାରେ ଭବିଷ୍ୟତ ଗଢି ହୋଇଥାନ୍ତା ସେହି ଟଙ୍କା କୁ ଏବେ ଛାଡି ନେଇଛନ୍ତି । ଏବେ ମୁଁ କରିବି କାହାକୁ କହିବି । ହଁ ଦର୍ଶକ ବନ୍ଧୁ ଏମିତି କିଛି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ସୋଗ ଅଞ୍ଚଳର ନିଜ ସ୍ଵାମିକୁ ହରାଇଥିବା ଏହି ସ୍ତ୍ରୀ ଜଣକ । ସ୍ଵାମୀ ତ କରମଣ୍ଡଳ ଅଧା ରାସ୍ତା ରେ ଛଡାଇ ନେଇଗଲା ଆଉ ଏବେ ଯେଉଁ ସହାୟତା ମିଳିଥିଲା ତାହାକୁ ଶ୍ଵଶୁର ଘର ଲୋକେ ହଡପ କରି ନେଲେ ।

ବାହାନଗା ଟ୍ରେନ ଦୁର୍ଘଟଣାର ଏମିତି କିଛି ଦ୍ରୁଶ୍ଯ ଏବେ ସାମନା କୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏ ହେଉଛନ୍ତି ଉକ୍ତ ଅଞ୍ଚଳର ଦୁର୍ଘଟଣାରେ ମୃତକଙ୍କ ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଯିଏ ଆଣିଛନ୍ତି ତାଙ୍କ ଶ୍ଵଶୁର ଘର ଲୋକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ । ଗୋବିନ୍ଦ ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ କେଦ୍ର ଓ ରାଜ୍ୟ ସରକାର 15 ଲକ୍ଷ ଟଙ୍କା ରାଶି ପ୍ରଦାନ କରିଥିଲେ ।

ଯାହାକୁ ତାଙ୍କ ଶ୍ଵଶୁର ଘରେ ଲୋକେ ଭୟ ଦେଖାଇ ଅକ୍ତିଆର କରି ନେଇଛନ୍ତି । ଟଙ୍କା ମାଗିଲେ ତାଙ୍କୁ ମାଡ ମାରୁଛନ୍ତି ବୋଲି ଅଭିଯୋଗ ହୋଇଛନ୍ତି । ସେ ଇଛନ୍ତି ମୋ ସ୍ଵାମୀ ତ ଚାଲିଗଲେ ଏବେ ମୋ ଛୁଆର ଭବିଷ୍ୟତ କଣ ହେବ ? ଗୋବିନ୍ଦ ଙ୍କ ବାପାଙ୍କର ଭିଡିଓ ଦିନେ ଭାଇରାଲ ହୋଇଥିଲା ଯେବେ ସେ ଶବ ଭିତରୁ ନିଜ ପୁଅଙ୍କୁ ଖୋଜୁଥିଲେ ।

କାନ୍ଦି କାନ୍ଦି ସେ ତାଙ୍କ ପୁଅକୁ ଖୋଜୁଥିଲେ । ଆଉ ଏବେ ସେହି ବାପାଙ୍କ ନାଁ ରେ ଆସିଛି ସଙ୍ଗିନ ଅଭିଯୋଗ । ବୋହୁ କୁ ମାରପିଟ କରି ସବୁ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ମଦ ପିଇ ବୋହୁ ଉପରେ କରୁଛନ୍ତି ଅକଥନୀୟ ଅତ୍ୟାଚାର । ତେବେ ବିଜୟଙ୍କ ପରିବାର ବିଜୟଙ୍କୁ ସବୁ ଟଙ୍କା ଫେରାଇବାକୁ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସତ୍ୟତା କେତେ ରହିଛି ତାହା ତଦନ୍ତ ପରେ ଜଣା ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button