ବିଚାର

ରାତି ରେ କୁକୁର ମାନେ କାହିଁକି କାନ୍ଦିଥାନ୍ତି : କଣ ସତରେ କୁକୁର ଙ୍କୁ ଆତ୍ମା ଦେଖା ଯାଇଥାନ୍ତି ?

ବନ୍ଧୁଗଣ ଆପଣ ମାନେ ନିଜ ଘରେ ହେଉ ବା ରାସ୍ତା ରେ ଯିବା ସମୟରେ କୁକୁର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଘରେ କୁକୁର ପାଳିବା ଦ୍ଵାରା ଚୋରୀ ଡକାୟତ ହେବାର ଭୟ ରହେ ନାହିଁ । ସେଥିପାଇଁ ଲୋକେ ଘରେ ଘରେ କୁକୁର କୁ ପୋଷା କରି ରଖିଥାନ୍ତି । କିନ୍ତୁ ଅନେକ ସମୟରେ ଦେଖାଯାଏ କୁକୁର ମାନେ ରାତି ହେବା ମାତ୍ରେ କାନ୍ଦିବା ଆରମ୍ବ କରି ଦେଇଥାନ୍ତି । ତେବେ କଣ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ରାତି ର ମଧ୍ୟ ଭାଗରେ କୁକୁର ମାନେ କେଉଁ କାରଣ ପାଇଁ କାନ୍ଦି ଥାନ୍ତି ।

 

ଶାସ୍ତ୍ର ଅନୁଯାୟୀ କୁକୁର ମାନେ ରାତି ରେ କାନ୍ଦିବା ଅଶୁଭ ମାନା ଯାଇଥାଏ । ଏହି କାରଣରୁ ଯେବେ କୌଣସି କୁକୁର କାନ୍ଦି ଥାଏ ତେବେ ଲୋକେ ତାଙ୍କୁ ମାଡ ମାରି ଥାନ୍ତି । ଜ୍ଯୋତିଷ ଅନୁଯାୟୀ ଯେବେ କୁକୁର ନିଜର ଆଖ ପାଖରେ ଆତ୍ମା ବା ନେଗେଟିଭ ଶକ୍ତି କୁ ଦେଖିଥାଏ କିମ୍ବା ଅନୁଭବ କରିଥାଏ ତେବେ କାନ୍ଦିବା ଆରମ୍ଭ କରିଥାଏ ।

ଏହା ଛଡା କୁକୁର ମାନେ କୌଣସି ବିପଦ ଆସିବାର ଜାଣି ପାରନ୍ତି । ଆଉ ସେଥିପାଇଁ ରାତି ରେ କାନ୍ଦି ଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କୁକୁର ମାନଙ୍କୁ ଆଗାମୀ ସମୟର ଆଭାସ ହୋଇଥାଏ । କୁକୁର ମାନେ ଜାଣି ପାରନ୍ତି ତାଙ୍କ ମାଲିକ ଉପରେ କେଉଁ ବିପଦ ଆସିବାକୁ ଯାଉଛି । ଯଦି କୁକୁର ମାନେ ଲଗାତାର କାନ୍ଦି ଥାନ୍ତି ତେବେ ଏହା କୌଣସି ବ୍ୟକ୍ତିର ମୃତ୍ୟୁ ର କାରଣ ବୋଲି ସଂକେତ ମାନା ଯାଇଥାଏ ।

ଏହାର ପ୍ରମାଣ କେଉଁ ଗ୍ରନ୍ଥ ରେ ନାହିଁ । ଲୋକେ ମାନେ ଏହାକୁ ସତ ମାନି ଥାନ୍ତି । କାରଣ ଆମର ପୂର୍ବଜ ମାନେ ଏଭଳି କଥା କହି ଯାଇଛନ୍ତି । ଅନ୍ୟ ଅକ୍ଷରେ ବିଜ୍ଞାନ ଏହାକୁ ମାନି ନ ଥାଏ । ଧାର୍ମିକ ଗ୍ରନ୍ଥ ରେ କୁକୁର ମାନଙ୍କୁ ଆତ୍ମା ଦେଖା ଯାଏ ବୋଲି ଲେଖା ନାହିଁ । କିନ୍ତୁ ଲୋକ ମାନେ ଏହାକୁ ସତ ବୋଲି ମାନି ଥାନ୍ତି । ତେବେ ଆପଣ ଜାଣିଲେ ତ କୁକୁର ମାନେ ରାତି ରେ କାହିଁକି କାନ୍ଦି ଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button