ବିଚାର

ବିଷ୍ଣୁ ପୁରାଣ ଅନୁଯାୟୀ ଏହି ୪ ମହିଳାଙ୍କୁ କେବେବି ବିବାହ କରନ୍ତୁ ନାହିଁ, ଜୀବନ ଏବଂ ଘର ଦୁଇଟି ବର୍ବାଦ ହୋଇଯିବ

ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଜୀବନରେ ୧୬ ଟି ସଂସ୍କାର ଥାଏ। ସେଥିମଧ୍ୟରୁ ବିବାହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତଥାପି ଏକ ସୁଖୀ ଦାମ୍ପତ୍ୟ ଜୀବନ ବିତାଇବା ପାଇଁ ଆପଣଙ୍କର ଜୀବନ ମଧ୍ୟ ଅତି ସରଳ ହେବା ଆବଶ୍ୟକ। ତେଣୁ ଆପଣ ବିବାହ କରିବା ପାଇଁ ଏମିତି ଏକ ଝିଅ ବାଛିବା ଉଚିତ ଯିଏ ଆପଣଙ୍କର ଘର ପରିବାରକୁ ଶାନ୍ତିପୂର୍ଣ୍ଣ ଏବଂ ସ୍ନେହପୂର୍ଣ୍ଣ ଭାବରେ ସମ୍ଭାଳି ପାରିବ। ବିଷ୍ଣୁ ପୁରାଣରେ ମହିଳାମାନଙ୍କ ବିଷୟରେ କିଛି ବିଶେଷ କଥା ଉଲ୍ଲେଖ କରାଯାଇଛି। ଏହି ଅନୁଯାୟୀ ଚାରୋଟି ବିଶେଷ ପ୍ରକାରର ମହିଳାଙ୍କୁ ବିବାହ କରିବା ଉଚିତ ନୁହେଁ। ଏହି ମହିଳାମାନଙ୍କର ଭିତରେ ଏମିତି କିଛି ମନ୍ଦତା ଅଛି ଯାହା ଆପଣଙ୍କ ଘରକୁ ବର୍ବାଦ କରିପାରେ। ତେଣୁ ଯେତେବେଳେ ବି ବିବାହ ପାଇଁ ଝିଅ ବାଛିବେ ତ ନିଶ୍ଚିତ ଦେଖିବେ ଯେ ସେମାନଙ୍କ ମଧ୍ୟରେ ଏଥି ମଧ୍ୟରୁ କୌଣସିବି ମନ୍ଦତା ନଥିବ।

କଠୋର ଶବ୍ଦ କହୁଥିବା ମହିଳା:

ଯେଉଁ ମହିଳାଙ୍କ ସ୍ୱର ମଧୁର ସେହି ମହିଳାଙ୍କ ଉପରେ ମା ସରସ୍ୱତୀ ସର୍ବଦା ଖୁସି ହୋଇଥାନ୍ତି। ଏପରି ପରିସ୍ଥିତିରେ ସେହି ମହିଳାଙ୍କ ଜ୍ଞାନ କେବଳ ପରିବାରକୁ ଖୁସି ରଖିବା ଦିଗରେ କାର୍ଯ୍ୟ କରିଥାଏ। ସେହି ସମୟରେ ଖରାପ କିମ୍ବା କଟୁ ଶବ୍ଦ କହୁଥିବା ମହିଳାଙ୍କ ସ୍ୱଭାବ ମଧ୍ୟ ଖରାପ ହୋଇଥାଏ। ସେହି ଭଳି ଝିଅ ଘରେ ରହିବା ବିଶୃଙ୍ଖଳା ଏବଂ ନକାରାତ୍ମକ ଶକ୍ତିର ପରିବେଶ ସୃଷ୍ଟି କରେ। ତେଣୁ ଏପରି ମହିଳାମାନଙ୍କୁ ବିବାହ କରନ୍ତୁ ନାହିଁ।

ଅଧିକ ଶୋଉଥିବା ମହିଳା:

ଯେଉଁ ଘରର ମହିଳାମାନେ ଅଳସୁଆ ହୋଇ ହୋଇଥାନ୍ତି ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି। ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ। ଅଧିକ ସମୟ ଶୋଇବା କେବଳ ରୋଗ ସୃଷ୍ଟି କରେ ନାହିଁ ବରଂ ଘରେ ଅଳସୁଆ ଏବଂ ନକାରାତ୍ମକ ପରିବେଶ ମଧ୍ୟ ସୃଷ୍ଟି କରେ। ଗୋଟେ ସ୍ତ୍ରୀକୁ ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଯିବା ଉଚିତ।ସେମିତି ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ।

ସମାନ ଗୁତ୍ର କିମ୍ବା ନିଜ ସମ୍ପର୍କୀୟ ମହିଳା:

ଶାସ୍ତ୍ର ଅନୁଯାୟୀ ଆମକୁ ନିଜ ସମ୍ପର୍କୀୟ କିମ୍ବା ସମାନ ଗୁତ୍ର ଥିବା ଲୋକଙ୍କୁ ବିବାହ କରିବା ଉଚିତ ନୁହେଁ। ଯେଉଁ ମହିଳାଙ୍କ ସମ୍ପର୍କ ନିଜ ମା କିମ୍ବା ପିତାଙ୍କ ସହିତ ଥିବ ସେହି ମହିଳାଙ୍କୁ ବିବାହ କରିବା ପାପ ବୋଲି ବିବେଚନା କରାଯାଏ। ଏହା ଜେନେଟିକ ରୋଗ ହେବାର ସମ୍ଭାବନା ମଧ୍ୟ ବଢ଼ିଥାଏ। ଶାସ୍ତ୍ର ଅନୁସାରେ ମାଙ୍କ ପକ୍ଷରୁ ପଞ୍ଚମ ପିଢି ଏବଂ ପିତାଙ୍କ ଠାରୁ ସପ୍ତମ ପିଢି ପର୍ଯ୍ୟନ୍ତ ସମ୍ପର୍କ ଥିବା ମହିଳାଙ୍କୁ ବିବାହ କରିବା ଉଚିତ ନୁହେଁ।

ଦୁଷ୍ଟ ପୁରୁଷ ସହିତ ସମ୍ପର୍କ ରଖିଥିବା ମହିଳା:

ଯେଉଁ ମହିଳାଙ୍କ ସୋମ୍ଵଦ୍ଧ ଦୁଷ୍ଟ ପୁରୁଷ ସହିତ ଥିବ ସେହିଭଳି ମହିଳାଙ୍କୁ ବିବାହ କରିବାର ଭୁଲ କରନ୍ତୁ ନାହିଁ। ଏପରି ନାରୀ ସେହି ଦୁଷ୍ଟ ପୁରୁଷ ସହିତ ବାସ କରି ସେପରି ହୋଇଯାଇଥାଏ। ସେହି ଦୁଷ୍ଟ ପୁରୁଷ ବ୍ୟକ୍ତିଗତ କାମ ପାଇଁ ସେହି ମହିଳାଙ୍କ ସାହାର୍ଯ୍ୟ ନେଇ ଫାଇଦା ମଧ୍ୟ ଉଠାଇପାରେ। ଏହା ବ୍ୟତୀତ ମହିଳାଙ୍କ ଚରିତ୍ର ଉପରେ ମଧ୍ୟ ଦୋଷ ଲାଗି ଯାଇଥାଏ। ତେଣୁ ଏପରି ମହିଳାମାନଙ୍କଠାରୁ ଦୂରରେ ରହିବା ଭଲ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button