ଦେଶ ବିଦେଶ

ପୋଲାଣ୍ଡରେ ପଡ଼ିଲା ରୁଷର ମିସାଇଲ, ଦୁଇ ମୃତ, ଜି-୭ ନେତାଙ୍କ ଜରୁରୀ ବୈଠକ

ଓ୍ବାରଶ’: ୟୁକ୍ରେନ ଉପରେ ରକେଟ୍ ମାଡ଼ ମଧ୍ୟରେ ରୁଷର ମିସାଇଲ୍ ପୋଲାଣ୍ଡରେ ପଡ଼ିଥିବା ଅଭିଯୋଗ ହୋଇଛି । ପୋଲାଣ୍ଡ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମଙ୍ଗଳବାର ଅପରାହ୍ନ ୩.୪୦ ସମୟରେ ସେମାନଙ୍କ ଅଞ୍ଚଳରେ ରୁଷର ଏକ କ୍ଷେପଣାସ୍ତ୍ର ପଡିଛି । ଏହି କାରଣରୁ ସେରେଭୋଡୋ ଗାଁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପୋଲାଣ୍ଡର ବୈଦେଶିକ ମନ୍ତ୍ରଣାଳୟ କହିଛି।

କିଏ ଏହି କ୍ଷେପଣାସ୍ତ୍ର ପକାଇଛି ତାହାର କୌଣସି “ନିର୍ଣ୍ଣାୟକ ପ୍ରମାଣ” ନାହିଁ ବୋଲି ପୋଲାଣ୍ଡ କହିଛି।

ପୋଲାଣ୍ଡର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁକାସ୍ ଜସିନା କହିଛନ୍ତି ଯେ ଏହି ଘଟଣାରେ ପୋଲାଣ୍ଡରେ ଅବସ୍ଥାପିତ ରୁଷର ରାଷ୍ଟ୍ରଦୂତଙ୍କୁ ତୁରନ୍ତ ସ୍ପଷ୍ଟୀକରଣ ପ୍ରଦାନ କରିବାକୁ ସମନ କରାଯାଇଛି ।

ତେବେ ଏହି କ୍ଷେପଣାସ୍ତ୍ରକୁ କିଏ ନିକ୍ଷେପ କରିଛି ସେ ବିବୃତ୍ତିରେ କହି ନାହାଁନ୍ତି। ଯୁଦ୍ଧରେ ଉଭୟ ପକ୍ଷ ରୁଷର ଯୁଦ୍ଧ ସାମଗ୍ରୀ ବ୍ୟବହାର କରିଛନ୍ତି।

ସେରେଭୋଡୋ ଗ୍ରାମ ୟୁକ୍ରେନ ଏବଂ ପୋଲାଣ୍ଡର ସୀମାବର୍ତ୍ତୀ ଏବଂ ଲିଭ୍ ସହରର ଉତ୍ତରରେ ଅବସ୍ଥିତ |

ରୁଷ କିନ୍ତୁ ପୋଲାଣ୍ଡରେ ଏହର ମିସାଇଲ ପଡିଥିବା ଅଭିଯୋଗକୁ ଖଣ୍ଡନ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ୟୁକ୍ରେନ-ପୋଲାଣ୍ଡ ରାଜ୍ୟ ସୀମା ନିକଟରେ ଟାର୍ଗେଟ ଉପରେ କୌଣସି ଆକ୍ରମଣ କରାଯାଇ ନାହିଁ।

ଇଣ୍ଡୋନେସିଆରେ ଚାଲିଥିବା ଜି-୨୦ ବୈଠକର ଆଜି ଶେଷ ଦିନ | ପୋଲାଣ୍ଡରେ ପଡିଥିବା ରୁଷର କ୍ଷେପଣାସ୍ତ୍ର ବିଷୟରେ ଆଜି ଏହି ବୈଠକରେ ଜି୭ ଦେଶର ନେତାମାନଙ୍କ ଏକ ଜରୁରୀ ବୈଠକ ଡକାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button