ଓଡିଶା

କାଲି ମହାନଦୀରେ ବୁଡ଼ି ଯାଇଥିଲେ, ଆଜି ମିଳିଲା ଛାତ୍ରଙ୍କ ମୃତଦେହ

ତକାଲି ମହାନଦୀରେ ବୁଡ଼ି ଯାଇଥିବା ଜଣେ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। କଟକର ଜଗତପୁର ବାଲିସାହି ନିକଟରେ ଗତକାଲି ଗାଧୋଇବାକୁ ଯାଇ ଦୁଇ ଛାତ୍ର ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଗତକାଲି ଆର୍ଯ୍ୟନ ନାୟକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମନୋରଞ୍ଜନ ବେହେରାଙ୍କ ମୃତଦେହ ମିଳିଛି।

ଉଭୟ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।

ଗତକାଲି ଆର୍ଯ୍ୟନ ଓ ମନୋରଞ୍ଜନଙ୍କ ସମେତ ତାଙ୍କ ଶ୍ରେଣୀର ୧୧ ଜଣ ଛାତ୍ର ପରୀକ୍ଷା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ଆର୍ଯ୍ୟନ ଓ ମନୋରଞ୍ଜନ ବୁଡ଼ି ଯାଇଥିଲେ। ଅନ୍ୟ ଛାତ୍ରମାନେ ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ତୁରନ୍ତ ଖୋଜାଖୋଜି ଆରମ୍ଭ କରି ଗତକାଲି ସନ୍ଧ୍ୟା ସମୟରେ ଆର୍ଯ୍ୟନ ନାୟକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ସକାଳୁ ପୁଣି ଥରେ ଅଗ୍ନିଶମ ବିଭାଗ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ବହୁ ସମୟ ଖୋଜାଖୋଜି କରିବା ପରେ ମନୋରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button