ଦେଶ ବିଦେଶ

ଗୁପ୍ଚୁପ ଖାଇବା ପରେ ମଜାଳିଆ ପୋଷ୍ଟ ସେୟାର କଲେ ନାଗାଲାଣ୍ଡ ମନ୍ତ୍ରୀ – Utkal Mail


ନୂଆଦିଲ୍ଲୀ: ନାଗାଲାଣ୍ଡର ପର୍ଯ୍ୟଟନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଟେମଜେନ୍ ଇମ୍ନା ଅଲୋଙ୍ଗ ସର୍ବଦା ମଜାଳିଆ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ବି ସେ ଗୁପଚୁପକୁ ନେଇ ଏକ ମଜାଳିଆ ପୋଷ୍ଟ ସେୟାର କରିଛନ୍ତି।

ନିକଟରେ ନାଗାଲାଣ୍ଡର ପର୍ଯ୍ୟଟନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଟେମଜେନ୍ ଇମ୍ନା ଅଲୋଙ୍ଗ ଷ୍ଟ୍ରିଟ୍ ଖାଦ୍ୟ ଗୁପଚୁପକୁ ନେଇ ଏକ୍ସ (ଟୁଇଟର)ରେ ଏକ ମଜାଳିଆ ଏବଂ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ସେୟାର ପରେ ସୋସିଆଲ ମିଡିଆରେ ନାଗାଲାଣ୍ଡ ମନ୍ତ୍ରୀ ଗୁପଚୁପ ଖାଉଥିବାର ଫଟୋ ଭାଇରାଲ ହେବାରେ ଲାଗିଛି।

 

ନାଗାଲାଣ୍ଡ ମନ୍ତ୍ରୀ ଟେମଜେନ୍ ଇମ୍ନା ଅଲୋଙ୍ଗ ଗୁପଚୁପ ଖାଉଥିବା ସମୟ‌ ଫଟୋ ‌ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି,‘ ତୁମେ ଯାହା ବି କୁହ, ମୋର ଷ୍ଟାର ହେଉଛି ଷ୍ଟ୍ରିଟ୍ ଫୁଡ୍ ବନ୍ଧୁ। ମୂଲ୍ୟରେ ବି ଓ କାମରେ ବି! ଭାରତରେ ଗୁପଚୁପ ଅନେକ ନାମରେ ଜଣାଶୁଣା। ଯେପରିକି ଗୁପଚୁପ, ପାଣିପୁରୀ, ଗୋଲଗାପ୍ପା, ପୁଚକା, ଫୁଲକି, ପତାଶା କିମ୍ବା ପତାଶି ଏବଂ ଆହୁରି ଅନେକ । ଏହା ଏକ ଲୋକପ୍ରିୟ ଷ୍ଟ୍ରିଟ୍ ଖାଦ୍ୟ। ଯାହାକି ରାସ୍ତାପାର୍ଶ୍ବରେ ଅଧିକାଂଶ ଠେଲାରେ ଉପଲବ୍ଧ ଥାଏ। ଏହାକୁ ସାରା ଦେଶର ଲୋକ ଖାଇବାକୁ ଭଲ ପାଆନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button