ଓଡିଶା

ଆଇଆଇଟି ପକ୍ଷରୁ ପଟ୍ଟଚିତ୍ର ପେଣ୍ଟିଙ୍ଗ କାର୍ଯ୍ୟକ୍ରମ

ପିପିଲି: କିଏ ଗୋବର କଣ୍ଢେଈ ତିଆରି କରିବାରେ ବ୍ୟସ୍ତ ତ ପୁଣି କିଏ କତାରେ ବିଭିନ୍ନ ଜୀବଜନ୍ତୁଙ୍କୁ ଜୀବନ୍ୟାସ ଦେବାରେ ବ୍ୟସ୍ତ । ମହିଳାଙ୍କ ଠାରୁ ଆରମ୍ଭ କରି ଯୁବତୀ ଏବଂ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ କଳାର ପରିପ୍ରକାଶ କରିବାରେ ଲାଗି ପଡ଼ିଛନ୍ତି । ଏ ଦୃଶ୍ୟ ହେଉଛି ଐତିହ୍ୟର ଗାଁ ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମର । କଳା କଳାକାରଙ୍କୁ ଏକାଠି କରିବା ସହିତ ମୂଳ ଜିନିଷକୁ ବଜାୟ ରଖି ଏହାର ଆଧୁନିକରଣ କରିବା ପାଇଁ ଆଇଆଇଟି ଭୁବନେଶ୍ଵରର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ ଏବଂ ଏନଆଇଏଫଟି ଭୁବନେଶ୍ଵରର ମିଳିତ ସହଯୋଗରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ କାର୍ଯ୍ୟକ୍ରମ ମାଧ୍ୟମରେ ପଟ୍ଟଚିତ୍ର ପେଣ୍ଟିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଐତିହ୍ୟ ଗାଁର କଳକାରମାନଙ୍କ ନିଜସ୍ଵ ଚିନ୍ତାଧାରା ଏବଂ କଳା କାରଗରୀ ପ୍ରସ୍ତୁତ ଚିତ୍ରକଳାକୁ ବିଭିନ୍ନ କାନଭାସରେ ପ୍ରସ୍ଫୁଟିତ କରିବା ସହିତ ଏହାର ପୂର୍ବାବସ୍ଥା ବଜାୟ ରଖିବା, ଏହାର ଆଧୁନିକତା ସୃଷ୍ଟି କରିବା, ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ବୋଲି ଆଇଆଇଟି ର ପ୍ରଫେସର କହିଛନ୍ତି । ସେପଟେ କେନ୍ଦ୍ର ସରକାର ପ୍ରତିଟି ଜିଆଇ ଟ୍ୟାଗ ଉପାଦକୁ ଆଗକୁ ନେବା ପାଇଁ ଏଭଳି ପ୍ରୟାସ କରାଯାଉଥିବାର ଗୋଟିଏ ଜିଲ୍ଲା ଗୋଟିଏ ଉପାଦର ମ୍ୟାନେଜର କହିଛନ୍ତି ।

ପଟ୍ଟଚିତ୍ରର ହେବ ବିକାଶ, ଆଧୁନିକତା ଭିତରେ ହଜିବନି ମୌଳିକତା ବଜାୟ ରହିବ ସ୍ଥାୟିତ୍ଵ । ଐତିହ୍ୟର ସୁରକ୍ଷା କରିବା ସହିତ କାରିଗରୀମାନଙ୍କର ବିକାଶ ଦିଗରେ ପଦକ୍ଷେପ ନେବା ସହିତ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଦେବା, କଳାଗ୍ରାମର କାରୀଗରମାନଙ୍କୁ ପୁରୁଣା କଳା ସହିତ ଆଧୁନିକତା ସ୍ପର୍ଶ କରିବା, ନିଜର ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରେ କାରୁକାର୍ଯ୍ୟର ପ୍ରତିବିମ୍ୱକୁ କିଭଳି ପ୍ରସ୍ଫୁଟିତ କରିବା ସେ ସମ୍ପର୍କରେ ପ୍ରଫେସରଙ୍କ ଦ୍ଵାରା ସମସ୍ତ କାରୀଗରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ମହିଳାମାନେ ନିତ୍ୟ ବ୍ୟବହାର୍ଯ୍ୟ କରୁଥିବା ଉତ୍ପାଦ ଭ୍ୟାନିଟି ଠାରୁ ଆରମ୍ଭ କରି ପର୍ସ, ଶାଢି, ବେଡ଼ସିଟ, ଟିପୟ, ଡ଼ାଇନିଙ୍ଗଟେବୁଲ ପର୍ଯ୍ୟନ୍ତ ଏପରିକି ଗୋବର କଣ୍ଢେଇରେ ତିଆରି ସମାଗ୍ରୀ ଉପରେ ଆଧୁନିକରଣ ଏବଂ କତାରେ ତିଆର ସାମଗ୍ରୀକୁ ପ୍ରସ୍ତୁତି କରିବାର କାରୁକାର୍ଯ୍ୟକୁ ଶିକ୍ଷା ଲାଭ କରିଛନ୍ତି । ଏହି ପ୍ରଶିକ୍ଷଣରୁ ଅନେକ କିଛି ଶିକ୍ଷା ଲାଭ କରିବାକୁ ମିଳିଲା ବୋଲି କାରୀଗରମାନେ କହିଛନ୍ତି ।

ମୂଳ ଜିନିଷ ସହିତ ଆଧୁନିକତାର ସ୍ପର୍ଶରେ ତିଆରି କରାଯାଉଥିବା ଏହି ପଟ୍ଟଚିତ୍ର କଳାକୁ ଶିକ୍ଷା ନେବା ପରେ ନିଜେ ପ୍ରସ୍ତୁତ କରି, ବିକ୍ରି କରି, ନିଜକୁ ନିଜ ଆତ୍ମ ନିର୍ଭରଶୀଳ କରାଇ ପାରିବେ ବୋଲି ଯୁବ ପିଢିମାନଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button