ଜୀବନଶୈଳୀ

ସୁନ୍ଦର ପିଚାଇଙ୍କ ଲାଇଫ ଷ୍ଟାଇଲ, ଏକ ଛୋଟ ପରିବାରରୁ ଆସି ଆଜି ଏତେ କୋଟି ଟଙ୍କାର ମାଲିକ, ଜାଣନ୍ତୁ ତାଙ୍କ ଘରେ କିଏ ସବୁ ଅଛନ୍ତି

ଆମ ସମସ୍ତଙ୍କ ପାଇଁ ସବୁଠୁ ଗର୍ବର କଥା ଏହା ଅଟେ କି ଜଣେ ଭାରତୀୟ ଦୁନିଆର ସବୁଠୁ ବଡ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନୀ ଗୁଗଲର ସିଇଓ ରୂପରେ ବଛାଯାଇଛନ୍ତି । ଆମେ କଥାବାର୍ତ୍ତା କରୁଛୁ ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କ ବିଷୟରେ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି କେମିତି ଜଣେ ସାଧାରଣ ପିଲା ତାମିଲନାଡୁର ଗଲିରୁ ବାହାରି ଦୁନିଆର ଜଣା ଶୁଣା କମ୍ପାନୀ ଗୁଗଲର ସିଇଓ ହେଲେ ।

ସୁନ୍ଦର ପିଚାଇଙ୍କ ପୁରା ନାମ ହେଉଛି ପିଚାଇ ସୁନ୍ଦର ରାଜନ । ସୁନ୍ଦର ପିଚାଇଙ୍କ ଜନ୍ମ ୧୦ ଜୁନ ୧୯୭୨ ମଦୁରାଇ ତାମିଲନାଡୁରେ ହୋଇଥିଲା ଓ ୨୦୨୦ ଅନୁସାରେ ସେ ବର୍ତ୍ତମାନ ୪୮ ବର୍ଷର ହୋଇଯାଇଛନ୍ତି ।

ସୁନ୍ଦର ପିଚାଇ ନିଜର ସ୍କୁଲ ଶିକ୍ଷା ଜବାହାର ବିଦ୍ୟାଳୟ, ଅଶୋକ ନଗର ଚେନ୍ନାଇରୁ କରିଛନ୍ତି । ଏହା ପରେ ସେ ବାନା ବାନୀ ସ୍କୁଲ ଚେନ୍ନାଇ ତାମିଲନାଡୁ ଚାଲି ଗଲେ । ଏହା ପରେ ସେ ପଶ୍ଚିମ ବଙ୍ଗରେ ଇଞ୍ଜିନିୟରିଂ କରିଛନ୍ତି ଓ ଆଗକୁ ପଢିବା ପାଇଁ ସେ ଆମେରିକା ଚାଲିଗଲେ । ଏହା ପରେ ସେ Mckinsey & Companyରେ କାମ କରି ନିଜର କ୍ୟାରିୟରେ ଆରମ୍ଭ କରିଥିଲେ । ସୁନ୍ଦର ପିଚାଇ ୨୦୦୪ରେ ଗୁଗଲ କମ୍ପାନୀ ସହ ଯୋଡି ହେଲେ ।

କିଛି ବର୍ଷ ଗୁଗଲ କମ୍ପାନୀରେ କାମ କରିବା ପରେ ସୁନ୍ଦରଙ୍କୁ ନିଜର ଇଣ୍ଟର୍ନେଟ ବ୍ରାଉଜର କରିବାର ଆଇଡିଆ ଆସିଲା ଓ ସେ ନିଜର ଏହି ଆଇଡିଆକୁ ନେଇ ଗୁଗଲର ତତ୍କାଳୀନ ସିଇଓ ସହ କଥାବାର୍ତ୍ତା କରିଥିଲେ । କିନ୍ତୁ ସେ ସୁନ୍ଦର ପିଚାଇଙ୍କ ଏହି କଥାକୁ ମନା କରିଦେଲେ ଓ କହିଲେ କି ଏଥିପାଇଁ ପାଇଁ ବହୁତ ସମୟ ଲାଗିବ । କିନ୍ତୁ ସୁନ୍ଦର ପିଚାଇ ହାର ମାନିଲେ ନାହିଁ ଓ ଶେଷରେ ସିଇଓକୁ ରାଜି କରାଇ ୨୦୦୮ରେ ଗୁଗଲର ଇଣ୍ଟର୍ନେଟ ବ୍ରାଉଜର କ୍ରୋମ ଲଞ୍ଚ କରିଲେ ।

ଏହା ପରେ ଏହି ବ୍ରାଉଜର ସମସ୍ତଙ୍କର ପ୍ରିୟ ହୋଇଗଲା । ଏମିତିରେ ଏହା ଦୁନିଆର ନମ୍ବର ୧ ବ୍ରାଉଜର ହୋଇଗଲା । ଏହା କେବଳ ସୁନ୍ଦର ପିଚାଇଙ୍କ ପରିଶ୍ରମ ଓ ଆତ୍ମବିଶ୍ଵାସ କାରଣରୁ ହୋଇପାରିଛି । ଏହା ପରେ ୧୫ ଅଗଷ୍ଟ ୨୦୧୫ରେ ଗୁଗଲର ସିଇଓ ହୋଇଗଲେ । ଏହା ମଧ୍ୟରେ ତାଙ୍କୁ ଅନ୍ୟ କିଛି କମ୍ପାନୀମାନଙ୍କ ଠାରୁ ବି ଭଲ ଅଫର ଆସିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଗୁଗଲରେ ହିଁ ରହିଛନ୍ତି । ଏହା ପରେ ସୁନ୍ଦର ପିଚାଇ ଅନ୍ୟ କେତେକ ପ୍ଲାଟଫର୍ମ ବି ଲଞ୍ଚ କରିଛନ୍ତି ।

ଯେମିତି କି ଗୁଗଲ ମ୍ୟାପ, ଜିମେଲ ଇତ୍ୟାଦି । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ପିତାଙ୍କ ନାମ ରେଗୁନାଥ ପିଚାଇ ଓ ମାତାଙ୍କ ନାମ ଲକ୍ଷ୍ମୀ ପିଚାଇ ଅଟେ ଓ ତାଙ୍କର ଜଣେ ଭାଇ ବି ଅଛନ୍ତି ଯାହାର ନାମ ଶ୍ରୀନିବାସନ ପିଚାଇ ଅଟେ । ସୁନ୍ଦର ପିଚାଇଙ୍କ ପତ୍ନୀଙ୍କ ନାମ ଅଞ୍ଜଲି ପିଚାଇ ଅଟେ ଓ ଏହା ସହିତ ତାଙ୍କର ଦୁଇଟି ସନ୍ତାନ ବି ଅଛି । ପୁଅ କିରଣ ପିଚାଇ ଓ ଝିଅ କାବ୍ୟା ପିଚାଇ । ସୁନ୍ଦର ପିଚାଇ ନିଜର ପରିବାର ସହ ଲସ ଅଲ୍ଟୋସ ହିଲ୍ସ କାଲିଫୋର୍ନିୟାରେ ରୁହନ୍ତି ଓ ତାଙ୍କର ଘରର ମୂଲ୍ୟ ୨୮୩ କୋଟି ଟଙ୍କା ଅଟେ ।

ଯଦି ତାଙ୍କର କାର ବିଷୟରେ କହିବା ତେବେ ତାଙ୍କୁ ଅଧିକ କାର ରଖିବାକୁ ଭଲ ଲାଗେ ନାହିଁ । ସେଥିପାଇଁ ତାଙ୍କ ପାଖରେ ମର୍ସିଡିଜ କାର ଅଛି । ଯାହାର ମୂଲ୍ୟ ୨.୭୩ କୋଟି ଟଙ୍କା ଅଟେ । ଯଦି ତାଙ୍କର ଆୟ ବିଷୟରେ କହିବା ତେବେ ତାଙ୍କର ବର୍ଷକର ଆୟ ୧୨୭୬ କୋଟି ଟଙ୍କା ଅଟେ ଓ ସବୁ ବର୍ଷ ତାଙ୍କର ଆୟ ବଢିଥାଏ । ଯଦି ତାଙ୍କର ମୋଟ ଆୟ ବିଷୟରେ କହିବା ତେବେ ତାଙ୍କର ମୋଟ ଆୟ ୪୨୫୩ କୋଟି ଟଙ୍କା ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button